୩ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ: ତାଲା ଭାଙ୍ଗି ସ୍କୁଲ କମିଟିକୁ ଦାୟିତ୍ୱ ଦେଲା ପ୍ରଶାସନ

ରଣପୁର,୭ା୩(ସ୍ବ.ପ୍ର.): ରଣପୁର ବ୍ଳକ ଚାନ୍ଦପୁରସ୍ଥିତ ରଘୁ ଦିବାକର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୩ଦିନ ଧରି ମଧ୍ୟାହ୍ନଭୋଜନ ବନ୍ଦ ରହିଥିଲା। ଗଜଲକ୍ଷ୍ମୀ ସ୍ବୟଂ ସହାୟିକା ଗୋଷ୍ଠୀର ଜଣେ ସଦସ୍ୟା ରୋଷେଇ ଘରେ ତାଲା ମାରିବା ପରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ପରେ ଶୁକ୍ରବାର ରଣପୁର ବିଇଓ ଉପେନ୍ଦ୍ର ନାଥ ସାହୁ, ଅତିରିକ୍ତ ତହସିଲଦାର ଅଶୋକ ପଟ୍ଟନାୟକ, ଚାନ୍ଦପୁର ଥାନା ଅଧିକାରୀ ଧନେଶ୍ୱର ନାହାକ ଓ ଅତିରିକ୍ତ ଶିକ୍ଷା ଅଧିକାରୀ ରତ୍ନାକର ପାଣି ପ୍ରମୁଖ ସ୍କୁଲରେ ପହଞ୍ଚି ରୋଷେଇ ଘରୁ ତାଲା ଭାଙ୍ଗିଥିଲେ। ଶନିବାରଠାରୁ ସ୍କୁଲ ପରିଚାଳନା କମିଟି ମଧ୍ୟାହ୍ନଭୋଜନ ଦେବ ବୋଲି ଅଧିକାରୀମାନେ କମିଟି କର୍ମକର୍ତ୍ତାଙ୍କ ସମ୍ମୁଖରେ ପ୍ରଧାନଶିକ୍ଷକଙ୍କୁ କହିଥିଲେ। ସୂଚନାଯୋଗ୍ୟ ରଘୁ ଦିବାକର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଅଧ୍ୟୟନ କରନ୍ତି। କିନ୍ତୁ ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ୧୩୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଉଛି। ଏଠାରେ ଗଜଲକ୍ଷ୍ମୀ ସ୍ବୟଂ ସହାୟିକା ଗୋଷ୍ଠୀ କିଛି ବର୍ଷ ହେବ ମଧ୍ୟାହ୍ନଭୋଜନ ଦେଇଆସୁଥିଲା। ତେବେ ମଧ୍ୟାହ୍ନଭୋଜନର ମାନ ଠିକ୍‌ ରହୁ ନ ଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଉଠିଥିଲା। ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ଅଭିଯୋଗକୁ ଭିତ୍ତି କରି ଗତ ୩ ତାରିଖରେ ସ୍କୁଲ ପରିଚାଳନା କମିଟିର ବୈଠକ ହୋଇଥିଲା। ଏଥିରେ ମଧ୍ୟାହ୍ନଭୋଜନର ମାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ଏପରି କି ସ୍ବୟଂ ସହାୟିକା ଗୋଷ୍ଠୀକୁ ମଧ୍ୟାହ୍ନଭୋଜନରୁ ବାଦ୍‌ ଦେବାକୁ ରିଜୋଲୁଶନ କରାଯାଇଥିଲା। ଏଥିରେ ଉତ୍ତେଜିତ ହୋଇ ସ୍ବୟଂ ସହାୟିକା ଗୋଷ୍ଠୀର ଜଣେ ସଦସ୍ୟା ରୋଷେଇ ଘରେ ତାଲା ପକାଇ ଦେଇଥିଲେ।


All Right Reserved By Dharitri.Com

ପ୍ରବାସୀ ଓଡ଼ିଆଙ୍କୁ ସରକାର ଫେରାଇ ଆଣନ୍ତୁ

ନୂଆପଡା ଅଫିସ,୧୯ା୫-ଲକ୍‌ଡାଉନ୍‌ ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରବାସୀ ଓଡିଆମାନେ ଫସି ରହିଛନ୍ତି। ସେମାନେ ଭୋକ ଓପାସର ସହ ଅସୁବିଧାରେ ରହିଛନ୍ତି। ଏଣୁ ସେମାନଙ୍କୁ ତୁରନ୍ତ...

କରୋନା ପଜିଟିଭ୍‌ ଚିହ୍ନଟ ପରେ ଲିଆଖାଇ ଗାଁ ସିଲ୍‌

ଚିକିଟି,୨୦ା୫(ଡି.ଏନ.ଏ.)- ଚିକିଟି ବ୍ଲକ୍‌ ଲିଆଖାଇ ଗ୍ରାମକୁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ପ୍ରଶାସନ ସିଲ୍‌ କରିଛି। ମସ୍ତିଷ୍କ କର୍କଟ ରୋଗରେ ଭୁବନେଶ୍ୱର ଏମ୍‌ସ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା...

ଆକର୍ଷିତ କରିପାରିଲାନି ବଡ଼ ବଡ଼ ଇଭେଣ୍ଟ: ବିଦେଶୀ ପର୍ଯ୍ୟଟକ ଆଗମନ ହାର କମିଲା

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଭାରତ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ଏକ ବିଶେଷ ସ୍ଥାନ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ବିସ୍ତୀର୍ଣ୍ଣ ବେଳାଭୂମି ଦେଶ ତଥା ବିଦେଶୀ ପର୍ଯ୍ୟଟକଙ୍କୁ...

ବିଦ୍ୟାଳୟ ପରିଦର୍ଶନ କରୁଛନ୍ତି ନକଲି ସିଆର୍‌ସିସି, ଚିତ୍ରକୋଣ୍ଡା ଥାନାରେ ଏତଲା

ଚିତ୍ରକୋଣ୍ଡା,୧୪।୧(ଡି.ଏନ୍‌.ଏ.): ଜଣେ ବ୍ୟକ୍ତି ନିଜକୁ ସିଆର୍‌ସିସି ବୋଲି ପରିଚୟ ଦେଇ ଗତ ୧୧ ତାରିଖରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ନୂଆଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଆର୍‌ଏସ୍‌ସି ୧୩...

ଘରୋଇ ବସ୍‌ରେ ବାର୍ଷିକ ଯାଉଛନ୍ତି ୨୦.୪୪ କୋଟି ଯାତ୍ରୀ

ପୁରୀ ଅଫିସ, ୧୨।୨:ଯାତ୍ରୀ ପରିବହନ ଏକ ସେବା। ବସ୍‌ ମାଲିକମାନେ ଏହିଭଳି ଏକ ସେବା ଯୋଗାଇ ଆସୁଛନ୍ତି। ଓଡ଼ିଶାର ଘରୋଇ ବସ୍‌ଗୁଡ଼ିକ ବର୍ଷକ ମଧ୍ୟରେ ୨୩୩...

ବିଦ୍ୟାଳୟରେ ରନ୍ଧା ଖାଦ୍ୟ ଦିଆଗଲାନି: ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ସିମୁଳିଆ, ୨୩।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କୁଣ୍ଡି ହରିହର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ରନ୍ଧାଖାଦ୍ୟ ଦିଆ ନ ଯିବାରୁ ଗୁରୁବାର ଛାତ୍ରୀଛାତ୍ରୀ...

ବଣାଇଁରେ ଚାଞ୍ଚଲ୍ୟ: ବଡଭାଇ ସପରିବାରଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲା ସାନଭାଇ

ବଣାଇଁ,୧୬।୨(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଟଙ୍କା ଧାର ଉଧାରକୁ କେନ୍ଦ୍ରକରି ସାନଭାଇ...

ଶ୍ମଶାନରେ ଚେକ୍‌ଡ୍ୟାମ ନିର୍ମାଣକୁ ବିରୋଧ

ବଇଣ୍ଡା,୧୯।୨(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ଗାଁ ବଇଣ୍ଡା ପଞ୍ଚାୟତ ଧୁଣ୍ଡି ଗ୍ରାମର ଶ୍ମଶାନରେ ଚେକଡ୍ୟାମ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମବାସୀ ଚିହ୍ନଟ...

Leave a comment

Your email address will not be published. Required fields are marked *