ଭିନ୍ନମତ ପାଇଁ ଜାଗା ନାହିଁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଏବେ ଗ୍ରହଣ କରାଯାଇଥିବା ଏକ ପଦକ୍ଷେପ ୨୦୧୦ରେ ମୋଦି ସରକାରଙ୍କ ପ୍ରଥମ ପାଳିରେ ଘଟିଥିବା ଅନୁରୂପ ଘଟଣାକୁ ସ୍ମରଣ କରାଇଦେଇଛି। ନୂତନ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର (ସିଭିସି) ଭାବେ ସଞ୍ଜୟ କୋଠାରୀ ଏବଂ ନୂତନ କେନ୍ଦ୍ରୀୟ ସୂଚନା କମିଶନର ଭାବେ ବିମଲ ଜୁଲ୍‌କାଙ୍କ ନିଯୁକ୍ତି ବିବାଦ ଭିତରକୁ ଟାଣି ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତାସମ୍ପନ୍ନ ଚୟନ କମିଟିର କଂଗ୍ରେସ ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ ଏହି ନିଯୁକ୍ତିକୁ ଦୃଢ ବିରୋଧ କରିଛନ୍ତି। କୋଠାରୀ ଭାରତର ରାଷ୍ଟ୍ରପତିଙ୍କ ସଚିବ ଥିବାବେଳେ ପୂର୍ବତନ ସୂଚନା ଓ ପ୍ରସାରଣ ସଚିବ ଥିବା ଜୁଲ୍‌କା ଏବେ ସୂଚନା କମିଶନର ଅଛନ୍ତି। ଚୟନ କମିଟି ମଧ୍ୟରେ ରହିଥିବା ଦୋଷଦୁର୍ବଳତା ଉପରେ ଚୌଧୁରୀ ଆପତ୍ତି ଉଠାଇଛନ୍ତି। ଚୟନ କମିଟିରେ ରାଜସ୍ବ ସଚିବ ରାଜୀବ କୁମାରଙ୍କ ଉପସ୍ଥିତିକୁ ନେଇ ସେ ଆପତ୍ତି କରିଥିଲେ, କାରଣ କୁମାର ନିଜେ ସିଭିସି ପଦ ପାଇଁ ଅନ୍ୟତମ ଆବେଦନକାରୀ ଥିଲେ! କୁମାରଙ୍କ ସହିତ କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବ ସି. ଚନ୍ଦ୍ରମୌଳି। ଚୌଧୁରୀଙ୍କ ପ୍ରତିବାଦକୁ ସଂଖ୍ୟାଧିକ ନିଷ୍ପତ୍ତି କ୍ରମେ ଅଣଦେଖା କରାଯାଇଥିଲା, କିନ୍ତୁ ମୋଦିଙ୍କ ଦ୍ୱାରା ନିଆଯାଇ ସାରିଥିବା ନିଷ୍ପତ୍ତିର ଏହା କେବଳ ଔପଚାରିକତା ଥିଲା ବୋଲି ସେ କୌଣସି ପ୍ରକାରେ ସ୍ବର ଉତ୍ତୋଳନ କରିବାକୁ ସକ୍ଷମ ହୋଇଥିଲେ।
ୟୁପି ବାବୁଙ୍କ ଭବିଷ୍ୟତ କୋମାରେ
ଉତ୍ତରପ୍ରଦେଶ ସରକାର ଏହାର ବରିଷ୍ଠ ବାବୁମାନଙ୍କୁ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ପଠାଇବାକୁ ଅନିଚ୍ଛୁକ ଥିବା କଥାକୁ ନେଇ ବିଶେଷକରି ୧୯୮୮ ଓ ୧୯୯୯ ବ୍ୟାଚ୍‌ର ବାବୁମାନେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ୧୯୮୬ ଓ ୧୯୮୭ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀମାନେ ପ୍ରମୁଖ ସଚିବ ପଦରୁ ଅତିରିକ୍ତ ମୁଖ୍ୟ ସଚିବ ପଦକୁ ପଦୋନ୍ନତି ପାଇଥିବାବେଳେ ତା’ ପର ବ୍ୟାଚ୍‌ର ଅଧିକାରୀମାନେ ପଦୋନ୍ନତି ପାଇବାକୁ ହକ୍‌ଦାର। କିନ୍ତୁ ଯୋଗୀ ସରକାର ଏଥିଲାଗି ଆଗ୍ରହ ଦେଖାଉ ନାହାନ୍ତି। ଗୁଜରାଟ ସରକାର ଅତିରିକ୍ତ ମୁଖ୍ୟ ସଚିବ ଭାବେ ତାଙ୍କ ରାଜ୍ୟର ୧୯୮୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀମାନଙ୍କ ପଦୋନ୍ନତି ଲାଗି ପଥ ପରିଷ୍କାର କରିବା ପରଠାରୁ ଉତ୍ତରପ୍ରଦେଶ ବାବୁମାନେ ଅଶାନ୍ତିରେ ଅଛନ୍ତି। ସେମାନେ ଅନୁଭବ କରୁଛନ୍ତି ଯେ, ସେମାନଙ୍କୁ ତାଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରାଯାଉଛି। କେବଳ ନିଜ ରାଜ୍ୟରେ ପଦୋନ୍ନତି ଦୃଷ୍ଟିରୁ ନୁହେଁ, ବରଂ ସେମାନଙ୍କ କ୍ୟାରିୟର ଲାଗି ନିହାତି ଆବଶ୍ୟକ ମନେ କରାଯାଉଥିବା କେନ୍ଦ୍ରୀୟ ପ୍ରତିନିଯୁକ୍ତି ସୁଯୋଗରୁ ବି ସେମାନଙ୍କୁ ବଞ୍ଚିତ କରାଯାଉଛି। ତେଣୁ ସେମାନଙ୍କ ଭବିଷ୍ୟତ ଏବେ କୋମାରେ। କୁହାଯାଉଛି କି, ଅତିରିକ୍ତ ମୁଖ୍ୟ ସଚିବ ପଦ ସଂଖ୍ୟା ନିର୍ଦ୍ଧାରିତ ହୋଇଥିବାରୁ ଯୋଗୀ ସରକାର ନାଚାର। ତେବେ କାହିଁକି ୟୁପି ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ବାବୁମାନଙ୍କୁ ଅନୁମତି ଦେଉନାହାନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସ୍ବତନ୍ତ୍ର କ୍ୟାଡର ଦାବି
ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ତାଙ୍କ ରାଜ୍ୟ ପାଇଁ ସ୍ବତନ୍ତ୍ର ଆଇଏଏସ୍‌ କ୍ୟାଡର ଦାବି ଦୋହରାଇଛନ୍ତି। ନିକଟରେ ଅରୁଣାଚଳରେ ରାଜ୍ୟ ମାନ୍ୟତା ଦିବସ ପାଳନ ଅବସରରେ ଖଣ୍ଡୁ ରାଜ୍ୟର ଦ୍ରୁତ ବିକାଶ ସକାଶେ ସ୍ବତନ୍ତ୍ର କ୍ୟାଡର ସୃଷ୍ଟି ନିମନ୍ତେ ରହିଥିବା ସମସ୍ତ ଔପଚାରିକତା ପୂରଣ ଲାଗି କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ଦାବି କରିଛନ୍ତି। ରାଜ୍ୟ ପ୍ରତିଷ୍ଠା ହେବାର ୩୩ ବର୍ଷ ପରେ ବି ଅରୁଣାଚଳ ପ୍ରଦେଶର ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ନିଜସ୍ବ କ୍ୟାଡର ନାହିଁ। ବର୍ତ୍ତମାନ ପ୍ରଶାସନିକ ଅଧିକାରୀମାନେ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପାଇଁ ଥିବା ସାଧାରଣ ଏଜିଏମ୍‌ୟୁଟି କ୍ୟାଡରରୁ ଆସି କାର୍ଯ୍ୟ କରୁଛନ୍ତି। ରାଜ୍ୟ ଏକ ଉତ୍ସର୍ଗୀକୃତ ପ୍ରଶାସନିକ ଅଧିକାରୀଙ୍କ ଟିମ୍‌ ଆବଶ୍ୟକ କରେ ବୋଲି ଖଣ୍ଡୁ ଶାହାଙ୍କୁ କହିଛନ୍ତି, ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଭାରତର ସ୍ବପ୍ନକୁ ସାକାର କରିବାରେ ସାହାଯ୍ୟ କରିପାରିବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଅସ୍ଥାୟୀ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କ ନିଯୁକ୍ତି ଯୋଗୁ ସଂସ୍ଥାଗତ ଦକ୍ଷତା ହ୍ରାସ ପାଉଛି, ଯାହାଦ୍ୱାରା ବିକାଶର ଗତି ମନ୍ଥର ହୋଇଯାଉଛି। ସଂସ୍ଥାଗତ ଦକ୍ଷତା ଏକ ଗ୍ରୁପ୍‌ର ସାମଗ୍ରିକ ଜ୍ଞାନ ଓ ଅଭିଜ୍ଞତାକୁ ବୁଝାଏ। ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବି.ଡି. ମିଶ୍ର ମଧ୍ୟ ସମାନ ଦାବି ଉଠାଇଛନ୍ତି। ରାଜ୍ୟ ବିଧାନସଭାରେ ବି ରାଜ୍ୟ ପାଇଁ ସ୍ବତନ୍ତ୍ର ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ କ୍ୟାଡର ସୃଷ୍ଟି ଲାଗି ଏକ ପ୍ରସ୍ତାବ ଗୃହୀତ ହୋଇଛି।
Email: dilipcherian@gmail.com


All Right Reserved By Dharitri.Com

ଭକ୍ତି ନାଁରେ ମସ୍ତି ଓ ବେପାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ କିଛିବର୍ଷ ଧରି ଶ୍ରାବଣମାସ ଆସିଲେ ଦେଶର ରାସ୍ତାଘାଟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି। ଗେରୁଆ ପୋଷାକ ପିନ୍ଧି କାନ୍ଧରେ ରଙ୍ଗ...

ଏଇ ଭାରତରେ

ପରିବାରକୁ ପିଲାଟିଏ ଆସିଲେ ସମସ୍ତେ ଯେମିତି ଖୁସି ହୁଅନ୍ତି ସେମିତି ତା’ର ଜନ୍ମଦିନକୁ ଜାକଜମକରେ ପାଳନ କରି ଶୁଭେଚ୍ଛା ଅଜାଡି ଦିଅନ୍ତି। ମଙ୍ଗଳ କାମନା କରି...

ଭାରତରେ ଆଙ୍ଗ୍ଲୋଇଣ୍ଡିଆନଙ୍କ ସ୍ଥିତି

ଶରତ ଚନ୍ଦ୍ର ମିଶ୍ର ଆ ମ ଦେଶ ସ୍ବାଧୀନ ହେଲା ପରେ କେତେକ ବର୍ଗର ବ୍ୟକ୍ତିଙ୍କ ସଂଖ୍ୟା ହ୍ରାସ ହେଲା। ଦେଶ ବିଭାଜନ ସମୟରେ ଉତ୍ତର...

ଏଇ ଭାରତରେ

ଅଫିସ ଯିବାକୁ ଛାଡୁ ନ ଥିବା ପୁଅର ଭାବାନାତ୍ମକ ଭିଡିଓ ଶେୟାର କରିଛନ୍ତି ଜଣେ ପିତା ତଥା ଆଇପିଏସ୍‌ ଅଫିସର। କର୍ତ୍ତବ୍ୟ ଆଗରେ ସ୍ନେହମମତା ତୁଚ୍ଛ।...

କରୋନା ଲଢ଼େଇର ମହାନାୟକମାନେ

ଅନିଲ କୁମାର ବିଶ୍ୱାଳ କରୋନାର ପ୍ରଭାବରେ ଏବେ ସାରା ବିଶ୍ୱ ତ୍ରସ୍ତ, ଆତଙ୍କିତ ଓ ବିଷାଦଗ୍ରସ୍ତ ା ସାରା ବିଶ୍ୱରେ ଏକ କଳାବାଦଲ ଛାଇ ଯାଇଛି...

ଏଇ ଭାରତରେ

ଜଣେ ଆଇଏଏସ୍‌ ଅଧିକାରୀ ନିଆରା ସେବା ମାଧ୍ୟମରେ ସମାଜରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଦଳାଇ ଦେଇ ଉଦାହରଣ ସୃଷ୍ଟି କରିଛନ୍ତିି। ଏହି ଅଧିକାରୀ ଜଣଙ୍କ...

ଛାମୁ ଦେଇଛନ୍ତି ହରଷେ…

ତୁଷାରକାନ୍ତ ଶତପଥୀ ହାସ୍ୟକବି ଯଦୁମଣି ମହାପାତ୍ର ନୟାଗଡ଼ ରାଜାଙ୍କୁ ଖଣ୍ଡେ ଜମି ମାଗିଥିଲେ। ବର୍ଷେ ପରେ ତାଙ୍କୁ ଚାକୁଣ୍ଡାଗଛ ଉଠୁଥିବା ଅତି ନିକୃଷ୍ଟ ଜମିରୁ ଖରାପ...

ସମ୍ପାଦକୀୟ/ କମୁଛି ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ୧୪ ଅକ୍ଟୋବର ୨୦୧୯ରେ ଅତ୍ୟନ୍ତ ନିମ୍ନସ୍ତରକୁ ଚାଲିଯାଇଛି। ପଞ୍ଜାବ ଓ ହରିୟାଣାରେ ଖେତରେ ନଡ଼ାକୁ ବ୍ୟାପକ...

Leave a comment

Your email address will not be published. Required fields are marked *