Posted inଜାତୀୟ

ଅଙ୍କିତ ଶର୍ମା ହତ୍ୟା ମାମଲା: ୭ ଦିନ ପାଇଁ ପୋଲିସ ହାଜତକୁ ଗଲେ ତାହିର

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ଦଙ୍ଗା ବେଳେ ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରିବା ଅଭିଯୋଗରେ ଆମ ଆଦମୀ ପାର୍ଟି(ଏଏପି)ରୁ ନିଲମ୍ବିତ ହୋଇଥିବା କାଉନ୍‌ସିଲର ତାହିର ହୁସେନଙ୍କୁ ଶୁକ୍ରବାର ୭ ଦିନ ପାଇଁ ପୋଲିସ ହାଜତକୁ ପଠାଇ ଦିଆଯାଇଛି। ଗୁରୁବାର ସେ ଗିରଫ ହୋଇଥିବା ବେଳେ ଆମତ୍ସମର୍ପଣ ପାଇଁ ଦିଲ୍ଲୀର ଏକ କୋର୍ଟରେ ପିଟିଶନ ଦାଏର କରି ଅଗ୍ରିମ ଜାମିନ ପାଇଁ ଆବେଦନ କରିଥିଲେ। କରକରଡୁମାସ୍ଥିତ ରାଉଜ୍‌ ଆଭିନ୍ୟୁ କୋର୍ଟରେ ତାଙ୍କ ପିଟିଶନ ଖାରଜ ହେବାର କିଛି ସମୟ ପୂର୍ବରୁ ବାଟରେ ତାଙ୍କୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ, ସିଏଏକୁ ନେଇ ଗତ ସପ୍ତାହରେ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଘଟି ସାମ୍ପ୍ରଦାୟିକ ଦଙ୍ଗାର ରୂପ ନେଇଥିଲା। ଦଙ୍ଗା ବେଳେ ନିଖୋଜ ହୋଇଯାଇଥିବା ଅଙ୍କିତଙ୍କ ମୃତଦେହ ଚାନ୍ଦବାଗର ଏକ ଡ୍ରେନ୍‌ରୁ ମିଳିଥିଲା। ଏଥିରେ ତାହିରଙ୍କ ହାତ ଥିବା ୨୬ ବର୍ଷୀୟ ଅଙ୍କିତଙ୍କ ପରିବାର ଲୋକେ ଏଫ୍‌ଆଇଆର୍‌ ଦେଇଥିଲେ।


All Right Reserved By Dharitri.Com

ଆପତ୍ତିଜନକ ଅବସ୍ଥାରେ ପ୍ରେମୀ ଯୁଗଳଙ୍କୁ ଦେଖି ତୁରନ୍ତ ବିବାହ କରାଇଦେଲେ ଗ୍ରାମବାସୀ

ପାଟନା,୧୦।୯: ବିହାରର ସୁପୌଲ ଜିଲାରେ ଏକ ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିବା ପରେ ଗ୍ରାମବାସୀ ରାଗି ଯାଇଥିଲେ। ଆଉ ଏହାର ଫଳ ସ୍ବରୂପ ସେମାନେ...

ପ୍ରିୟଙ୍କା ଗାନ୍ଧୀଙ୍କ ମୋବାଇଲ୍‌ ହ୍ୟାକ୍‌ କରାଯାଇଛି: କଂଗ୍ରେସ

ନୂଆଦିଲ୍ଲୀ,୩।୧୧:ହ୍ବାଟସଆପ୍‌ ହ୍ୟାକ ଘଟଣାକୁ ନେଇ ରବିବାର ଭାଜପା ଉପରେ ଦୋଷ ଲଦିଛି ବିରୋଧୀ କଂଗ୍ରେସ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ବି ହ୍ବାଟସଆପ୍‌ ପକ୍ଷରୁ ସ୍ପାଇୱେୟାର...

ପିଆଜ ଏବେ ଡାଳିମ୍ବ ହୋଇଯାଇଛି: ଲାଲୁ

ପାଟନା,୧।୧୨: ଦେଶର ଅଧିକାଂଶ ରାଜ୍ୟରେ ଏବେ ପିଆଜ କିଲୋଗ୍ରାମ ପିଛା ଦର ଛୁଇଁଛି ଶହେ ଟଙ୍କା। ଲୋକେ ପିଆଜ ସେଞ୍ଚୁରି ମାରିଛି ବୋଲି କହୁଛନ୍ତି। ଏହାକୁ...

ରାଜନୈତିକ ଦଳ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ,୨ା୧(ଆଇଏଏନ୍‌ଏସ୍‌): ଦେଶର ରାଜନୈତିକ ଦଳଗୁଡ଼ିକ ପାଇଁ ବୁଧବାରଠାରୁ ନୂଆ ନିୟମ ଆରମ୍ଭ ହୋଇଛି। ଜନ ପ୍ରତିନିଧି ଆଇନ, ୧୯୫୧ ଅଧୀନରେ ପଞ୍ଜୀକୃତ ହେବାକୁ ଚାହୁଁଥିବା ଦଳଗୁଡ଼ିକୁ...

ପ୍ରତିରକ୍ଷା-ଶକ୍ତି-ସୁରକ୍ଷା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ ଭାରତ-ଆମେରିକା

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ୍‌ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ପୂର୍ବାହ୍ନରେ ଭେଟିଛନ୍ତି। ଏହି ଅବସରରେ ଆୟୋଜିତ ଏକ...

ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଜନ୍ମ ନେଲେଣି ୩୦ ଶିଶୁ: ନାମ ରଖାଯାଇଛି ‘କରୋନା କୁମାରୀ’, ‘ଲକ୍‌ଡାଉନ ଯାଦବ’

ନୂଆଦିଲ୍ଲୀ,୨୫।୫: କରୋନା ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ଘରକୁ ଆସିବାକୁ ବ୍ୟତିବ୍ୟସ୍ତ ହୋଇ ପଡିଥିଲେ। ଏହି...

କମ ଦରମା-ବିନା ପିପିଇରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ମନା କଲେ ନର୍ସିଂ ଷ୍ଟାଫ୍‌: ୧୦୦ରୁ ଅଧିକ ଦେଲେ ଇସ୍ତଫା

ଜୟପୁର,୨୭।୪: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ରାଜସ୍ଥାନରେ ୧୦୦ରୁ ଅଧିକ ନର୍ସିଂ ଷ୍ଟାଫ୍‌ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ...

ରାହୁଲ ଗାନ୍ଧୀଙ୍କୁ ମିଳୁନି ସିମ୍‌ କାର୍ଡ ଅବା ବ୍ୟାଙ୍କ ଋଣ: ନାମ ସାଜିଛି ବାଧକ

ଇନ୍ଦୋର,୩୦।୭: ମଧ୍ୟପ୍ରଦେଶ ଇନ୍ଦୋରରେ ବାସ କରୁଥିବା ଜଣେ ଯୁବକଙ୍କ ନାମ ରାହୁଲ ଗାନ୍ଧୀ ଥିବାରୁ କୌଣସି କମ୍ପାନୀର ମୋବାଇଲ୍‌ ସିମ୍‌ କାର୍ଡ ତାଙ୍କୁ ମିଳିପାରୁନି। ସେ...

Leave a comment

Your email address will not be published. Required fields are marked *