Posted inଫୁରସତ

ଉତ୍ତର ଖାତାରେ ନିଜ ସାଥିଙ୍କୁ ବୋନସ ନମ୍ବର ଦେବାକୁ ଗୁହାରି କଲେ ଛାତ୍ର

ଶୁଣିବାକୁ ମିଳେ ପରୀକ୍ଷାରେ ଅଧିକ ନମ୍ବର ଦେବା ପାଇଁ କେତେଜ ପିଲା ଉତ୍ତର ଖାତାରେ ଶିକ୍ଷକଙ୍କୁ ଅନୁରୋଧ କରିଥାଆନ୍ତି। ହେଲେ ଏବେ ଏମିତି ଏକ ଉତ୍ତର ଖାତା ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଉକ୍ତ ଉତ୍ତର ଖାତାରେ ଜଣେ ଛାତ୍ର ତାଙ୍କ ବୋନସ ନମ୍ବରକୁ କମ୍‌ ନମ୍ବର ରଖିଥିବା ସାଥିଙ୍କୁ ଦାନ କରିବାକୁ ଅନୁରୋଧ କରିଛନ୍ତି। ଏହା ଦେଖିବା ପରେ ଶିକ୍ଷକ ଜଣକ ଉତ୍ତର ଖାତାର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ। ଯାହା ଏବେ ଭାଇରାଲ ହୋଇଛି। ଏହାକୁ ଦେଖିବା ପରେ କେତେଜଣ ୟୁଜର୍ସ କହିଛନ୍ତି ଶିକ୍ଷକ ହୋଇଥିବାରୁ ଓ ନ୍ୟାୟ ଦୃଷ୍ଟିରୁ ଜଣଙ୍କର ବୋନସ୍‌ ପଏଣ୍ଟ ଆଉ କାହାକୁ ଦେବା ଠିକ୍‌ ନୁହେଁ। ଆଉ କେତେଜଣ ଲେଖିଛନ୍ତି ମାନବିକତା ଏବେବି ବଞ୍ଚିଛି। ଛୋଟ ପିଲା ହୋଇ ମଧ୍ୟ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ବୋନସ ପଏଣ୍ଟ ଭଲ ପଢୁଥିବା ଛାତ୍ରଙ୍କ ପାଇଁ ଯେତିକି ଆବଶ୍ୟକ ନୁହେଁ ଅନ୍ତତଃ ପକ୍ଷେ ଏହି ନମ୍ବର ମିଶିଗଲା ପରେ ଯଦି ଜଣେ ଫେଲ୍‌ ହେଉଥିବା ଛାତ୍ର ପାସ୍‌ କରିଯାଆନ୍ତି ତେବେ ତାହା ତାଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ଘଟଣା କେଉଁ ସ୍ଥାନର ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।


All Right Reserved By Dharitri.Com

ଜୋତା ଦାନକରି ଜନତାଙ୍କ ହୃଦୟ ଜିତିଲା ଇନ୍ଦୋର ପୋଲିସ

ଇନ୍ଦୋର,୧୧।୫: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଦିନକୁ ଦିନ ନୂଆ ସମସ୍ୟାମାନ ମଧ୍ୟ ମୁଣ୍ଡ ଟେକୁଛି। କରୋନା ସଂକ୍ରମଣକୁ ନେଇ...

ସୁନାର ୫୦ ତୁଳସୀପତ୍ର ଚଢ଼ାଇଲେ ଶ୍ରଦ୍ଧାଳୁ

ବିଶାଖାପାଟଣା: ଭଗବାନଙ୍କ ନିକଟରେ ନିଜର ଭକ୍ତି ଓ ଆସ୍ଥାକୁ ଲୋକେ ବିଭିନ୍ନ ଉପାୟରେ ପ୍ରକାଶ କରିଥାନ୍ତି। ଅନେକ ଲୋକ ମନ୍ଦିରରେ ଦାନ କରି ଶାନ୍ତି ମଧ୍ୟ...

ଆତ୍ମହତ୍ୟାକାରୀଙ୍କୁ ଯେଉଁଠି ମିଳେ ‘ବୀର’ର ମାନ୍ୟତା…

ୟୁରୋପର ହଙ୍ଗେରୀରେ ଆତ୍ମହତ୍ୟାକାରୀଙ୍କୁ ‘ବୀର’ର ମାନ୍ୟତା ଦିଆଯାଏ। ଏଠାରେ ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଅଧିକ । ବିଭିନ୍ନ ସମସ୍ୟା ଯୋଗୁ ଏଠାରେ ଅଧିକାଂଶ...

ବିଶ୍ୱର ସବୁଠାରୁ ଦାମୀ ପାଣି ବୋତଲ

କୁହାଯାଏ ଜଳ ବିନା ଜୀବନ ଅସମ୍ଭବ। ଗବେଷକଙ୍କ ମତରେ ଜଣେ ବ୍ୟକ୍ତି ଖାଦ୍ୟ ବିନା ପାଖାପାଖି ୪ ସପ୍ତାହ ବଞ୍ଚି ପାରିବ ହେଲେ ପାଣି ବିନା...

ପଞ୍ଚୁକ ପଡ଼ିଲେ ୬ ଦିନ ଶ୍ରୀଜିଉଙ୍କର ହୁଏ ନାଗାର୍ଜୁନ ବେଶ: ୨୫ ବର୍ଷ ପରେ ୨୦୨୦ ନଭେମ୍ବର ୨୭ରେ

କାର୍ତ୍ତିକ ମାସରେ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୬ ଦିନ ପଡ଼ିଲେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହୋଇଥାଏ। ଶ୍ରୀଜିଉ ବୀରବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି...

ଯେଉଁଠି କନ୍ୟା ସନ୍ତାନ ଜନ୍ମ ହେଲେ ଏପରି କରନ୍ତି ଲୋକେ…

ଦେଶରେ କନ୍ୟା ଭ୍ରୂଣ ହତ୍ୟା ଘଟଣାମାନ ଘଟି ଚାଲଛି। ତେବେ ବିହାରର ଭାଗଲପୁରର ଏକ ଗାଁରେ କନ୍ୟା ସନ୍ତାନ ଜନ୍ମ ହେଲେ ଉତ୍ସବ ଅନୁଷ୍ଠିତ ହୋଇଥାଏ।...

ଟାଇଟନ୍‌କୁ ଯିବ ରୋଟରକ୍ରାଫ୍ଟ

ପୃଥିବୀରେ ଜୀବ ଜଗତ ଆରମ୍ଭ ହେବା ସମୟରେ ଯେଭଳି ବାୟୁମଣ୍ଡଳ ଥିଲା ତାହା ସେଠାରେ ରହିଛି ବୋଲି ନାସାର ଗବେଷକମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ...

ଭାରତୀୟ ଘଷି ବିକ୍ରି ହେଉଛି ଆମେରିକାରେ, ପ୍ୟାକେଟ୍‌ର ଦାମ୍‌ ରହିଛି…

ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଆମେରିକାର ଜଣେ ବ୍ୟକ୍ତି ଏମିତି କିଛି ଖାସ୍‌ କରି ଦେଖାଇଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ।...

Leave a comment

Your email address will not be published. Required fields are marked *