ପ୍ରଶାନ୍ତ କୁମାରଙ୍କ ଉପରେ ନ୍ୟସ୍ତ କରାଗଲା ୟସ୍‌ ବ୍ୟାଙ୍କର ଦାୟିତ୍ୱ

ନୂଆଦିଲ୍ଲୀ,୬।୩: ୟସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ବିଗିଡିବା ଯୋଗୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛନ୍ତି। ଫଳରେ ଗ୍ରାହକ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ମାତ୍ର ୫୦ ହଜାର ଟଙ୍କା ଉଠାଇ ପାରିବେ ବୋଲି କୁହାଯାଇଛି। ମୋରାଟୋରିୟମ ସମୟ ମଧ୍ୟରେ ଏହାଠାରୁ ଅଧିକ ଟଙ୍କା ଉଠାଇବା ସମ୍ଭବ ନୁହେଁ ବୋଲି ଜଣାପଡିଛି। ଏହାସହ କେନ୍ଦ୍ରୀୟ ବ୍ୟାଙ୍କ ୟସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳ ଅଧିକାରିଙ୍କ ଉପରେ ଗୋଟିଏ ମାସ ପାଇଁ କଟକଣା ଲଗାଇଛନ୍ତି। ଏହି ସମୟରେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ପୂର୍ବତନ ଡିଏମ୍‌ଡି ଓ ସିଏଫ୍‌ଓ ପ୍ରଶାନ୍ତ କୁମାରଙ୍କୁ ୟସ୍‌ ବ୍ୟାଙ୍କର ପ୍ରଶାସକ ଭାବେ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ କହିଛନ୍ତି ୟେସ୍‌ ବ୍ୟାଙ୍କର ସମସ୍ତ ଗ୍ରାହକଙ୍କ ଅର୍ଥ ସୁରକ୍ଷିତ ରହିଛି। ଏହାକୁ ନେଇ କେହି ବିଚଳିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ୟେସ୍‌ ବ୍ୟାଙ୍କର ସଙ୍କଟକୁ ରିଜର୍ଭ ବ୍ୟାଙ୍କ ଓ ସରକାର ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି ବୋଲି ସେ କହିଛନ୍ତି।


All Right Reserved By Dharitri.Com

କାଉଡିଆଙ୍କ ସେବା କଲେ ମୁସଲମାନ ବିଧାୟକ: କହିଲେ ଜୟ ଶ୍ରୀରାମ

ନୂଆଦିଲ୍ଲୀ,୩୦।୭: ଆମ ଆଦମୀ ପାର୍ଟି(ଆପ୍‌)ର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଦିଲ୍ଲୀରେ ଶିବଭକ୍ତଙ୍କ ପାଇଁ ଆୟୋଜିତ ହୋଇଥିବା ଶିବିରର ତଦାରଖ କରିଥିଲେ।...

୩୭୦ ମୃତ୍ୟୁରେ କଶ୍ମୀରୀଙ୍କ ଆଶାର ଜନ୍ମ

ନୂଆଦିଲ୍ଲୀ,୯।୮(ଆଇଏଏନ୍‌ଏସ୍‌):ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଉପତ୍ୟକାରେ ଶ୍ମଶାନ ନୀରବତା ଛାଇଯାଇଥିବାବେଳେ ଏକ ଚାପା ଉତ୍ତେଜନା ଲାଗିରହିଛି। ଏହାସତ୍ତ୍ୱେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ବହୁ...

ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ: ମମତା କହିଲେ ପଶ୍ଚିମବଙ୍ଗ ୟୁପି ନୁହେଁ

କୋଲକାତା,୧୪ା୧(ପି.ଟି.): ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ସିଏଏ ବିରୋଧୀ ବିକ୍ଷୋଭକାରୀଙ୍କୁ ଗୁଳି କରାଯିବ ବୋଲି ମନ୍ତବ୍ୟ ଦେଇ ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ ବିବାଦ...

ଭାଜପା-ବାମଦଳ ସମର୍ଥକ ମୁହାଁମୁହିଁ

କୋଲକାତା,୭ା୧(ଆଇଏଏନ୍‌ଏସ୍‌): ଜେଏନ୍‌ୟୁ କ୍ୟାମ୍ପସ୍‌ ହିଂସା ପ୍ରତିବାଦରେ ସୋମବାର ପଶ୍ଚିମବଙ୍ଗର ଯାଦବପୁର ଅଞ୍ଚଳରେ ର଼୍ୟାଲି ଚାଲିଥିବାବେଳେ ବାମଦଳ ଓ ଭାଜପା ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଉତ୍ତ୍ୟକ୍ତ...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ କ୍ୟାପ୍ସିକମ୍‌

ସାଧାରଣତଃ କ୍ୟାପ୍ସିକମକୁ ଚିଲି ତରକାରୀ କିମ୍ବା ସାଲାଡରେ ବ୍ୟବହାର କରାଯାଏ। କ୍ୟାପ୍ସିକମ କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ, ଏହା ଶରୀର ପାଇଁ ବହୁ...

ସୋନିଆ, ପ୍ରିୟଙ୍କାଙ୍କୁ ଭେଟିଲେ ସିଦ୍ଧୁ

ନୂଆଦିଲ୍ଳୀ,୨୭।୨: କଂଗ୍ରେସ ନେତା ତଥା ପଞ୍ଜାବର ବିଧାୟକ ନଭଜୋତ୍‌ ସିଂହ ସିଦ୍ଧୁ ବୁଧବାର କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ...

ମୌସୁମୀ ବର୍ଷା ନେଇଛି ୨ହଜାର ୩ଶହ ୯୧ ଜୀବନ: ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୧: ମୌସୁମୀ ବର୍ଷାରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ଦେଶରେ ୨ହଜାର ୩ଶହ ୯୧ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଲୋକସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ...

ଦିଲ୍ଲୀରୁ କଶ୍ମୀର ପର୍ଯ୍ୟନ୍ତ ଲମ୍ବିଛି ଆତଙ୍କବାଦୀଙ୍କ ଚେର

ଶ୍ରୀନଗର,୧୫।୯: କଠୁଆରୁ ଧରାପଡିଥିବା ଆତଙ୍କବାଦୀଙ୍କୁ ପଚରା ଉଚରା ପରେ ବଡ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି। ଏମାନେ ଜୈଶ ଆତଙ୍କବାଦୀଙ୍କ ସମ୍ପର୍କରେ କିଛି...

Leave a comment

Your email address will not be published. Required fields are marked *