Posted inଫୁରସତ

ଅନ୍‌ଲାଇନ୍‌ ଖେଳାଳିଙ୍କ ପାଇଁ ଗେମିଂ ବେଡ୍‌, ଦାମ୍‌ ରହିଛି ୮୧ ହଜାର

ଟୋକିଓ: ଅନ୍‌ଲାଇନ୍‌ ଗେମ୍‌ରେ ଯେଉଁମାନଙ୍କର ଉତ୍ସାହ ରହିଛି ସେମାନଙ୍କ ପାଇଁ ଏକ କମ୍ପାନୀ ଗେମିଂ ବେଡ୍‌ ତିଆରି କରିଛି। ଏହା ଉପରେ ଶୋଇ ଖେଳିପାରିବେ। ଏହା ଖେଳାଳିଙ୍କୁ କୌଣସି ଅସୁବିଧାରେ ପକାଇବ ନାହିଁ। ଏହି ବେଡ୍‌ରେ ଏକ ମ୍ୟାଟ୍ରେସ୍‌ ସହିତ ନରମ ଗଦି ଥିବା ହେଡ ବୋର୍ଡ ଲଗାଯାଇଛି। ଏଥିସହିତ ଏକ ଡେସ୍କ ମଧ୍ୟ ଲଗାଯାଇଛି। ଏଥିରେ ଏକ ସ୍ନାକ୍‌ ହୋଲ୍‌ଡର ରହିଛି। ଗେମ୍‌ ଖେଳିବା ସମୟରେ ସ୍ନାକ୍ସ ଖାଇବାର ମଜା ମଧ୍ୟ ନେଇପାରିବେ। ସ୍ମାର୍ଟଫୋନ୍‌ ହୋଲ୍‌ଡର ମଧ୍ୟ ରହିଛି। ଖେଳୁଥିବା ସମୟରେ ଯେମିତି ଫୋନ୍‌ ପଡ଼ି ନ ଯାଏ ସେପରି ବ୍ୟବସ୍ଥା କରାଯାଇଛି। ଏହି ବେଡ୍‌ର ଦାମ୍‌ ରହିଛି ୧୧୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାୋର ୮୧ ହଜାର ଟଙ୍କା।


କମ୍ପାନୀ ଅଧିକାରୀ କୁହନ୍ତି, ଅନ୍‌ଲାଇନ୍‌ ଗେମ୍‌ ଖେଳିବା ସମୟରେ ଖେଳାଳି ଯେମିତି ଅସୁବିଧାରେ ନ ପଡନ୍ତୁ। ଶୋଇକି ଆରାମରେ ଖେଳର ମଜା ନେବାକୁ ଦୃଷ୍ଟିରେ ରଖି ଏପରି ବେଡ୍‌ ତିଆରି କରାଯାଇଛି। କାରଣ ବସି ବସି ଖେଳିଲେ ଅଣ୍ଟା ପିଠି ଦରଜ ହେବାର ସମ୍ଭାବନା ରହିଛି। ତେଣୁ ଏହି ବେଡ୍‌କୁ ଆରାମଦାୟକ କରାଯାଇଛି। ଖେଳାଳି ବେଶ୍‌ ଭଲ ଭାବେ ଗେମ୍‌ ଉପଭୋଗ କରିପାରିବେ।


All Right Reserved By Dharitri.Com

ସାଧାରଣତନ୍ତ୍ର ଦିବସ ଅବସରରେ ଦେଶୀ ଲୁକ୍‌

ସାଧାରଣତନ୍ତ୍ର ଦିବସ ଅବସରରେ ଦେଶୀ ଲୁକ୍‌ରେ ବି ଷ୍ଟାଇଲିଶ୍‌ ଦେଖାଯିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ତେଣିକି ସେ ପୁରୁଷ ହୁଅନ୍ତୁ କି ମହିଳା।...

୨ ବର୍ଷ ଧରି ପ୍ଲାଷ୍ଟିକ୍‌ ଗଛରେ ଦେଉଥିଲେ ପାଣି

କେତେକ ବ୍ୟକ୍ତି ଅଛନ୍ତି ସେମାନଙ୍କୁ ଗୋର୍ଡେନିଂ କରିବାକୁ ବହୁତ ଭଲ ଲାଗେ। ବିଭିନ୍ନ ପ୍ରକାରର ଗଛ ଲଗାଇବା ସହ ସେମାନଙ୍କର ଉଚିତ ଧ୍ୟାନ ନେବା ଯେପରି...

୬୨ ବର୍ଷ ତଳେ ଚାଇନା କରିଥିଲା ଏହି ଭୁଲ୍‌, ମରିଥିଲେ କୋଟିକୋଟି ଲୋକ

ବେଜିଂ: ଇତିହାସରେ ଅନେକେ ଭୟଙ୍କର ଏବଂ ଦୁଃଖଦାୟକ ଘଟଣା ଘଟିଛି, ଯାହା ବିଷୟରେ ଶୁଣିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ୬୨ ବର୍ଷ ତଳେ...

ସହପାଠୀଙ୍କ ପାଖରେ ନ ଥିଲା ଭଲ ଜୋତା, ମା’ଙ୍କୁ କହି ୧୫୦୦ ହଳ ଜୋତା ବାଣ୍ଟିଲେ

ସହପାଠୀଙ୍କ ପାଖରେ ଭଲ ଜୋତା ନ ଥିଲା ବୋଲି ଜଣେ ୯ ବର୍ଷର ଝିଅ ତାଙ୍କ ମା’ଙ୍କୁ କହି ଶ୍ରେଣୀରେ ୧୫୦୦ ହଳ ଜୋତା ବାଣ୍ଟିଛନ୍ତି।...

କୃଷକଙ୍କ ପୁଅ ତିଆରି କଲେ ହେଲିକପ୍ଟର

ରାଜସ୍ଥାନ, ଦୌସାର ବାନ୍ଦିକୁଇ କ୍ଷେତ୍ରସ୍ଥ ଆଭାନେରୀ ଗ୍ରାମପଞ୍ଚାୟତର ଦୁଇହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମର ଚେତରାମ ଗୁଜ୍ଜର। ଅଭାବ ଅନଟନ ଓ ବିଭିନ୍ନ ବିଷମ ପରିସ୍ଥିତିରେ ଥାଇ...

ପ୍ରଥମଥର ପାଇଁ ହେଲା କୁକୁରର ହାର୍ଟ ଅପରେଶନ

ନୂଆଦିଲ୍ଲୀ,୯।୨: ଦେଶରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି। ପ୍ରଥମ କରି ସାଢେ ୭ ବର୍ଷର ଏକ କୁକୁରର ପେସ୍‌ମେକର ଇନପ୍ଲାଣ୍ଟ ସର୍ଜରୀ...

ବଂଶୀ ଥେରାପିରେ ଭଲ ହେଉଛି ଗୋମାତାଙ୍କ ରୋଗ, ବଢୁଛି ଦୁଗ୍ଧ ଉତ୍ପାଦନ

ଜମ୍ମୁ,୧୨।୯: ଜମ୍ମୁ-କଶ୍ମୀରର ଏକ ଗୋଶାଳାରେ ଗୋମାତାଙ୍କୁ ସୁସ୍ଥ ରଖିବାକୁ ଏକ ଅଭିନବ ଉପାୟ ପ୍ରୟୋଗ କରାଯାଉଛି। ଏଠାରେ ଗୋମାତାଙ୍କ ଚିକିତ୍ସା କରାଯିବା ସହ ସେମାନଙ୍କୁ ବଂଶୀ...

ବସ୍‌ରେ ବଗିଚା ତିଆରି କରି ଚର୍ଚ୍ଚାରେ ଡ୍ରାଇଭର

ପ୍ରଦୂଷଣ ବୃଦ୍ଧିକୁ ନେଇ ସରକାରଙ୍କଠାରୁ ସାଧାରଣ ଜନତା ସମସ୍ତେ ଚିନ୍ତାରେ। ପ୍ରଦୂଷଣ କମ୍‌ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଉପାୟ ଅବଲମ୍ବନ...

Leave a comment

Your email address will not be published. Required fields are marked *