ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ

ସମ୍ବଲପୁର, ୬।୩ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ଘରେ ଶୁକ୍ରବାର ଚଢ଼ାଉ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ଟିମ୍‌ ଭୋର ୬ଟାରେ ଏହି ଚଢ଼ାଉ କରିଥିଲା। ଜିତେନ୍ଦ୍ରଙ୍କ ପୈତୃକ ଘର କୋଲାବିରା ସମେତ କୁଚିଣ୍ଡା ଏନ୍‌ଏସି ଅଫିସ, ଝାରସୁଗୁଡାର ଗୁଜୁରାତି କଲୋନୀ ଓ ଏଲ୍‌ଏନ୍‌ କଲେଜ ନିକଟସ୍ଥ ଘର, ସମ୍ବଲପୁର ଅଇଁଠାପାଲି କାଇଁଶିର ରୋଡ ଘର ଉପରେ ଏକକାଳୀନ ଚଢ଼ାଉ କରାଯାଇଛି।

ଜିତେନ୍ଦ୍ରଙ୍କ ନାମରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ।


All Right Reserved By Dharitri.Com

୩୦ ୟୁନିଟ୍‌ ରକ୍ତ ସଂଗ୍ରହ

ବାଲେଶ୍ୱର ଅଫିସ, ୯।୫- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଲେଶ୍ୱର ଜିଲା ସଭାପତି ତଥା ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ବିଜୁ...

ଯୁବତୀଙ୍କୁ ନେଇ ବିବାହିତ ଯୁବକ ଫେରାର: ଅଭିଯୋଗ ଆଣିଲେ ସ୍ତ୍ରୀ

ବଅଁରପାଳ,୧୧।୩(ଡିଏନ୍‌ଏ): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଅଞ୍ଚଳ ଜଣେ ବିବାହିତ ଯୁବକ ହିନ୍ଦୋଳ ଅଞ୍ଚଳର ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଛନ୍ତି। ଏହା...

ଓଏସ୍‌ଏସ୍‌ସି ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ(ଓଏସ୍‌ଏସ୍‌ସି) ଦ୍ୱାରା ହେବାକୁ ଥିବା ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି। ଡିସେମ୍ବର ୧୮ରେ ହେବାକୁ ଥିବା ଡାଟା ଏଣ୍ଟ୍ରି...

ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଝାରସୁଗୁଡ଼ା ଅଫିସ/ଲଖନପୁର,୧।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବାଲିଯୋରୀ ଉଚ୍ଚ ପ୍ରାଥମିକ ଉନ୍ନିତ ସ୍କୁଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପ୍ରଧାନଶିକ୍ଷକଙ୍କ ମାଡ଼ରେ ଜଣେ ୫ମ...

ହୋଟେଲ ଖୋଲିବାକୁ ଅନୁମତି ମିଳୁ

ପୁରୀ ଅଫିସ,୨୮।୫: କାରୋନା ପାଇଁ ୨ ମାସରୁ ଊର୍ଦ୍ଧ୍ୱ ହେବ ପୁରୀ ହୋଟେଲ ଶିଳ୍ପରେ ତାଲା ଝୁଲୁଛି। ହୋଟେଲ ମାଲିକଙ୍କଠାରୁ ଆରମ୍ଭ କରି ହଜାର ହଜାର...

ପୋଲିସ ଉପରକୁ ଗୁଳିମାଡ଼ ମାମଲା:  ପ୍ରମାଣ ଅଭାବରୁ ଜିତୁ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୨୪ା୧୦-ଗଞ୍ଜମ ଜିଲା ଅତିରିକ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଏସିଜେଏମ୍‌) ବୁଧବାର ପୋଲିସ ଉପରକୁ ଗୁଳିମାଡ ମାମଲାର ବିଚାର କରିଥିଲେ। ପ୍ରମାଣ ଅଭାବରୁ ଅଭିଯୁକ୍ତ ଜିତୁ...

ମାନସିକ ଶାନ୍ତି ବରିଷ୍ଠ ନାଗରିକଙ୍କ ମୁହଁରେ ହସ ଫୁଟାଇବ

ସୋନପୁର, ୧୦।୧୧(ନି.ପ୍ର.) ସୁବର୍ଣ୍ଣପୁର ଜିଲା ବରିଷ୍ଠ ନାଗରିକ ସମିତି ପକ୍ଷରୁ ସ୍ଥାନୀୟ ପ୍ରଭାସ ଲଜ ସଭାଗୃହରେ ଉପସଭାପତି ଆଇନଜୀବୀ ଚନ୍ଦ୍ରମଣି ଦାଶଙ୍କ ପୌରୋହିତ୍ୟରେ ଏକ ପ୍ରବଚନ...

ତାସ ଖେଳକୁ ନେଇ ଆକ୍ରମଣ, ୩ ଗିରଫ

ଦିଗପହଣ୍ଡି,୧୦ା୧୧(ଡି.ଏନ.ଏ.)-ଦିଗପହଣ୍ଡି ଥାନା ନୂଆ ପେଣ୍ଡୁରାବାଡି ଗାଁରେ ତାସ ଖେଳକୁ କେନ୍ଦ୍ରକରି ଗ୍ରାମର ସୁଶାନ୍ତ ବେହେରାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ଏତଲାକ୍ରମେ ପୋଲିସ ନଂ....

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *