ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍‌ଟିଓ: ଏକକାଳୀନ ୫ ସ୍ଥାନରେ ଚଢ଼ାଉ

ନବରଙ୍ଗପୁର,୬।୩(ବି.ପ୍ର.): ନବରଙ୍ଗପୁର ଆର୍‌ଟିଓ ଗଣେଶ୍ୱର କଅଁର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶୁକ୍ରବାର ସକାଳୁ ଏକକାଳୀନ ଘର, କାର୍ଯ୍ୟାଳୟ, ଫୁଲବାଣୀସ୍ଥିତ ଘର, ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଢ଼ାଉ ଜାରି ରହିଛି।
ସୂଚନାଯୋଗ୍ୟ,ଫେବୃୟାରୀ ୨୨ ତାରିଖରେ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ଲକ୍ଷ୍ମୀନାଥ ହରିଜନଙ୍କୁ ସ୍ଥାୟୀ ଚାକିରି କରାଇ ଦେବା ଲାଗି ଆର୍‌ଟିଓ ୭୦ ହଜାର ଟଙ୍କା ଲାଞ୍ଚ ନେଇଥିବା ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଥିଲା। ଏପରିକି ଫେରାଇବା ପାଇଁ କହିବାରୁ ହତ୍ୟା ଧମକ ଦେବା ପରି ଅଭିଯୋଗ ଆଣିଥିଲେ ଲକ୍ଷ୍ମୀନାଥ। ଏହାକୁ ନେଇ ଥାନାରେ ୪୮/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ଏହାକୁ ଭିତ୍ତିକରି ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଚଢ଼ାଉରେ ମାଲକାନଗିରି ଡିଏସ୍‌ପି ଆର୍‌କେ ବିଶ୍ୱାଳ, ଜୟପୁର ଡିଏସ୍‌ପି ଏସ୍‌ଏନ୍‌ ପାଣିଗ୍ରାହୀ, ଏସ୍‌ଆଇ ଏସ୍‌ କେ ତରାଇ, ଇନ୍ସପେକ୍ଟର ଦିନବନ୍ଧୁ ବେହେରା ପ୍ରମୁଖ ସାମିଲ ଅଛନ୍ତି।


All Right Reserved By Dharitri.Com

ମହାନଦୀ, ପୋଲାଭରମ୍‌ ପ୍ରସଙ୍ଗ ଉଠାଇଲା ବିିଜେଡି

ଭୁବନେଶ୍ୱର,୮ା୨(ବ୍ୟୁରୋ): ଓଡ଼ିଶା ଜଳ ପାଇଁ ସଂଘର୍ଷ କରୁଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ରାଜ୍ୟରେ ଜଳପ୍ରବାହ ପ୍ରଭାବିତ ହେଉଛି। ଏହା ସିଧାସଳଖ...

ଚାଷୀଙ୍କୁ କ୍ଷତିପୂରଣ ନେଇ ଦାବିପତ୍ର

ବଡ଼ସାହି,୧୨ା୧୧(ସ୍ବ.ପ୍ର)- ବୁଲ୍‌ବୁଲ୍‌ ବାତ୍ୟା ଯୋଗୁ ବଡ଼ସାହି ବ୍ଲକ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କ ଧାନ ଓ ପରିବା ଚାଷର ଆକଳନ କରି କ୍ଷତିପୂରଣ ପ୍ରଦାନ ପାଇଁ...

ଆଜି ବିଜୟା ଦଶମୀ: ପାରମ୍ପରିକ ରୀତିନୀତିରେ ଚାଲିଛି ମା’ଙ୍କ ପୂଜା

ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟର ସ୍ବରୂପ ହେଉଛି ବିଜୟା ଦଶମୀ। ଆଜି ମହିଷାସୁରକୁ...

ଆଲୋଚନା ସତ୍ତ୍ୱେ ତୁଟୁନି ବିବାଦ: ଚତୁର୍ଥ ଦିନରେ ବିଦ୍ୟାଳୟରେ ତାଲା

ଭଣ୍ଡାରିପୋଖରୀ, ୧୭ା୧୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ଡେପୁଟେଶନରେ ଅନ୍ୟ ସ୍କୁଲକୁ ପଠାଯିବା ଏପ୍ରତିବାଦରେ ଛାତ୍ରୀଛାତ୍ର ଓ...

ବାରିପଦାରେ ମଦମୃତ୍ୟୁ : ରାସ୍ତାକଡ଼ରୁ ୨ ମୃତଦେହ ଉଦ୍ଧାର

ବାରିପଦା ଅଫିସ,୫ା୮- ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଓ ସଦର ଥାନା ଅଞ୍ଚଳରେ ମଦ୍ୟପାନ ଯୋଗୁଁ ଗୋଟିଏ ଦିନରେ ୨ ଜଣଙ୍କର ମୃତ୍ୟୁ ଘଟଛି।...

ବଳାତ୍କାର ଜେଲ ଗଲେ ଛାତ୍ର ନେତା

ବିଞ୍ଝାରପୁର,୧୬ା୧୦(ଡି.ଏନ.ଏ)- ବିଞ୍ଝାରପୁର ଥାନା ନରୁଆ ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଅଭିଯୋଗରେ ବିଞ୍ଝାରପୁର ପୋଲିସ ଅଭିଯୁକ୍ତ ଛାତ୍ର ନେତା ଜିତେନ୍ଦ୍ର...

ଦୁଇ ଦିନ୍‌ ଉତାରୁ ନୂଅଁ।ଖାଇ:ଘର ସଜାବାରେ ସଭେ ବାଇ

ଘଣ୍ଟାପଡା, ୩୧।୮ (ଡି.ଏନ୍‌.ଏ.): ଦୁଇ ଦିନ୍‌ ଉତାରୁ ଗଁାଗଁଲିରୁ ସହର ତକ୍‌ ସବୁନେ ଜାକ୍‌ଜମକରେ ପାଲନ ହେବା ପଶ୍ଚିମ ଓଡ଼ିଶାର ସିଘା ପରବ୍‌ ନୂଅଁାଖାଇ। ସେଥିରଲାଗି...

୪ ମହଲା ଉପରୁ ଖସି ଶ୍ରମିକଙ୍କ ଜୀବନଗଲା

କୋକସରା,୨୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମର ହେମରାଜ ଦୁର୍ଗା (୨୬)ଙ୍କ ଶନିବାର ହାଇଦ୍ରାବାଦଠାରେ ସେଣ୍ଟ୍ରିଙ୍ଗ କାମ କରୁଥିବା ବେଳେ ୪ ମହଲା...

Leave a comment

Your email address will not be published. Required fields are marked *