ଆଜି ମହିଳା ପୋଲିସ ସମ୍ମିଳନୀ

କଟକ ଅଫିସ,୬।୩: ଓଡ଼ିଶା ପୋଲିସ ଆନୁକୂଲ୍ୟରେ ‘ପୋଲିସରେ ମହିଳା’ ଶୀର୍ଷକ ଦିନିକିଆ ସମ୍ମିଳନୀ ଶୁକ୍ରବାର ଓଏସ୍‌ଏପି ଷଷ୍ଠ ବାଟାଲିୟନଠାରେ ଅନୁଷ୍ଠିତ ହେବ। ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଲିଙ୍ଗଗତ ସମସ୍ୟା ଓ ତା’ର ସମାଧାନ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ରାଜ୍ୟ ପୋଲିସର ଶହେରୁ ଅଧିକ ମହିଳା ଅଧିକାରୀ ଓ କର୍ମଚାରୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ରାଜ୍ୟ ପୋଲିସ ଦ୍ୱାରା ମହିଳା ପୋଲିସଙ୍କ ବିଭିନ୍ନ ସେବା ଓ କଲ୍ୟାଣ ପ୍ରସଙ୍ଗକୁ ନେଇ ଏପରି ଏକ ନିର୍ଦ୍ଦିଷ୍ଟ ରାଜ୍ୟସ୍ତରୀୟ ମହିଳା ପୋଲିସ ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ। ଏହି ସମ୍ମିଳନୀରେ ଡିଜିପି ଅଭୟ ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ପୋଲିସର ଅନେକ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି।


All Right Reserved By Dharitri.Com

ରେଭେନ୍‌ଶା ୨ୟ କ୍ୟାମ୍ପସକୁ ନେଇ ବିବାଦ

କଟକ ଅଫିସ,୩୦।୪: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବିରୋଧରେ ଉଠିଛି ସାଂଘାତିକ ଅଭିଯୋଗ। ନରାଜଠାରେ ନିର୍ମାଣ ଆରମ୍ଭ ହୋଇଥିବା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ବେଆଇନ ଭାବେ ପାଚେରି ନିର୍ମାଣ...

ତିତ୍‌ଲି ପୁନରୁଦ୍ଧାର, ରୁରାଲ ହାଉସିଂ ଅଧାପନ୍ତରିଆ

ଛତ୍ରପୁର,୨୦ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ)ର ସମୀକ୍ଷା ବୈଠକ ଗୁରୁବାର ଛତ୍ରପୁରସ୍ଥିତ କାର୍ଯ୍ୟାଳୟର ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ...

ଲକ୍ ଡାଉନ ବେଳେ ଅସହାୟଙ୍କୁ ଖାଦ୍ୟ ଯୋଗାଉଛି ଏସ୍ଏଚଜି

ଗୁମ୍ମା,୪।୪: ମହାମାରୀ କରୋନା ମୁକାବିଲା ପାଇଁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ସମସ୍ତ ଦୋକାନ, ବଜାର, ହୋଟେଲ୍ ବନ୍ଦ ରହିଛି। ତେଣୁ...

ସାମୂହିକ ନିକାହରେ ୪ ହିନ୍ଦୁ ଯୋଡ଼ିଙ୍କ ବିବାହ

ସମ୍ବଲପୁର,୨୩।୧୨(ବ୍ୟୁରୋ): ସମ୍ବଲପୁରରେ ଆଲା ହଜରତ ୱେଲ୍‌ଫେୟାର କମିଟି ପକ୍ଷରୁ ପ୍ରତିବର୍ଷ ସାମୂହିକ ନିକାହ (ଗଣ ବିବାହ) ଆୟୋଜିତ ହୋଇ ଆସୁଛି। ଏଥିରେ ମୁସଲମାନ ସମ୍ପ୍ରଦାୟର ଗରିବ...

ବେଆଇନ ବାଣ ତିଆରି ସାମଗ୍ରୀ ଜବତ: ୨ ଗିରଫ

ଭଦ୍ରକ ଅଫିସ/ଚାନ୍ଦବାଲି, ୨୬।୧୦(ଡି.ଏନ.ଏ.) – ଭଦ୍ରକ ଜିଲା ପୁରୁଣାବଜାର ଓ ବାଂଶଡ଼ା ଥାନା ପୋଲିସ ଶୁକ୍ରବାର ଚଢ଼ାଉ କରି ବେଆଇନ ବାଣ ତିଆରି ସାମଗ୍ରୀ ଜବତ...

କର୍କଟ ରୋଗ୍‌ରେ ପୀଡ଼ିତ ସମୀର ଘଟ୍‌ନା: ସାହାଯ୍‌ର ହାତ୍‌ ବଢ଼ାଲା ମାରଓ୍ବାଡି ଯୁବାମଞ୍ଚ

ଗୁଡ଼ଭେଲା, ୧୯ା୨(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁଷୁରା ସହରର ସମୀର ଖାନ୍‌(୪୫)। ପାଖାପାଖି ବଛ୍‌ରେ ହେଲା ସେ କର୍କଟ ରୋଗ୍‌ରେ ପୀଡ଼ିତ ଅଛନ୍‌। ଟଁକା ପଏସା ଅଭାବୁ...

କୌଳିକ ବୃତ୍ତି ଦେଇଛି ସମ୍ମାନ: ଗୋପାଳନରୁ ଛେନାପୋଡ଼ ବ୍ୟବସାୟୀ

ଭାପୁର,୫।୧(ଶୁଭେନ୍ଦ୍ର କୁମାର ପଟ୍ଟନାୟକ): ଅଭାବ ଅନଟନ ସତ୍ତ୍ୱେ ନିଜର କୌଳିକ ବୃତ୍ତିକୁ ଆଦରି ଗୁଜୁରାଣ ମେଣ୍ଟାଉଥିବା ୨ ପରିବାର ନିଷ୍ଠା ଓ ପରିଶ୍ରମ ବଳରେ ଆଜି...

ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ: ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ

କର୍ଲାମୁଣ୍ଡା,୫।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ବୋରପଦର ପଞ୍ଚାୟତ ସରାବାହାଲି ଅର୍ଟଚାର୍ଟଠାରେ...

Leave a comment

Your email address will not be published. Required fields are marked *