ନାଲିଫିତା ତଳେ ନିରାକରଣ ନିଷ୍ପତ୍ତି

ତାଳଚେର,୬ା୩(ନି.ପ୍ର.) – ରାଜ୍ୟ ସରକାରଙ୍କ ରାଜସ୍ବ ତାଲିକାରେ ନମ୍ବର ଓ୍ବାନ ସ୍ଥାନରେ ଥିବା ଅନୁଗୋଳ ଜିଲାର ତାଳଚେର ଶିଳ୍ପାଞ୍ଚଳ ପ୍ରଦୂଷଣରେ ମଧ୍ୟ ଏକ ନମ୍ବର ସ୍ଥାନ ଦଖଲ କଲାଣି। ହେଲେ ଏଥିପ୍ରତି ନା ରାଜ୍ୟ ସରକାରଙ୍କ ଦୃଷ୍ଟି ଅଛି ନା ତାଳଚେର ଉପଖଣ୍ଡ ପ୍ରଶାସନର। ଜିଲା ପ୍ରଶାସନ ମଧ୍ୟ କିଛି ନ ଜାଣିଲା ଭଳି ଆଖିବୁଜି ବସିଛି। ୫୩ନଂ. ଜାତୀୟ ରାଜପଥରେ ଦୈନିକ ହଜାର ହଜାର କୋଇଲା ଟ୍ରକ୍‌ ଚଳାଚଳ ଯୋଗୁ ଧୂଳି, ଧୂଅଁ।ର ପ୍ରଦୂଷଣ ଭୟଙ୍କର ରୂପ ନେଉଥିବା ବେଳେ ଏହାର ନିରାକରଣ ଦିଗରେ ପ୍ରଶାସନ ନେଉଥିବା ନିଷ୍ପତ୍ତି ବର୍ଷ ବର୍ଷ ଧରି ନାଲିଫିତା ତଳେ ରହିଆସିଛି। ଫଳରେ ଏହାର ସିଧାସଳଖ ପ୍ରଭାବ ତାଳଚେରବାସୀଙ୍କ ଉପରେ ପଡ଼ୁଛି। ବଢ଼ୁଥିବା ପ୍ରଦୂଷଣର ବିଷ ବଳୟ ଯୋଗୁ ଏଠାକାର ପ୍ରାୟ ୭୦ ପ୍ରତିଶତ ଲୋକ ଶ୍ୱାସ ଜନିତ ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି।
କଳାହୀରାର ସହର ଭାବେ ପରିଚିତ ତାଳଚେରରୁ ରାଜ୍ୟ ଓ କେନ୍ଦ୍ର ସରକାର ବାର୍ଷିକ ହଜାର ହଜାର କୋଟି ଟଙ୍କା ରାଜସ୍ବ ବାବଦରେ ପାଉଛନ୍ତି। ହେଲେ ଏଠାକାର ମୁଖ୍ୟ ସମସ୍ୟା ପ୍ରଦୂଷଣ ହ୍ରାସ ଦିଗରେ ସେପରି କୌଣସି ଦୃଢ଼ ପଦକ୍ଷେପ ନିଆଯାଉନାହିଁ। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଦୀର୍ଘ ବର୍ଷ ଧରି ଡେରା-ହାଣ୍ଡିଧୂଆଁ-ପବିତ୍ରମୋହନ ଛକ ଦେଇ ସମସ୍ତ କୋଇଲା ଟ୍ରକ୍‌ ଯାତାୟାତ କରୁଥିଲା। ଲୋକଙ୍କ ପ୍ରବଳ ବିରୋଧ, ବାରମ୍ବାର ଆନ୍ଦୋଳନ ପରେ ୨୦୧୭ ଡିସେମ୍ବର ୧୬ଠାରୁ ଉକ୍ତ ରାସ୍ତାରେ କୋଇଲା ପରିବହନ ବନ୍ଦ କରାଯାଇ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ କୋଇଲା ଟ୍ରକ୍‌ ଚଳାଚଳ କଲା। ପ୍ରଶାସନର ଏହି ନିଷ୍ପତ୍ତିକୁ ଅଞ୍ଚଳବାସୀ ସ୍ବାଗତ କରିଥିଲେ। କିନ୍ତୁ ଧୀରେ ଧୀରେ ଅଧିକ ସଂଖ୍ୟକ କୋଇଲା ଟ୍ରକ୍‌ ଚଳାଚଳ କରିବାରୁ ସମସ୍ୟା ଏବେ ଅଣଆୟତ୍ତ ହୋଇପଡ଼ିଛି। ସହରର ବାଙ୍କଧରା ଛକ, କଲେଜ, ବସ୍‌ଷ୍ଟାଣ୍ଡ, ବାଇପାସ୍‌ ଛକ, ପବିତ୍ରମୋହନ ଛକ, ବହ୍ଲର ଛକ ଦେଇ ଦୈନିକ ୫ ହଜାର କୋଇଲା ଟ୍ରକ୍‌ ଯାତାୟାତ କରୁଛି। ଏଥିଯୋଗୁ ପ୍ରବଳ ଧୂଳି ଉଡ଼ିବା ସହ କଳା ଧୂଅଁ।ରେ ସହର ଓ ଆଖପାଖ ଅଞ୍ଚଳରେ ଭୟଙ୍କର ପ୍ରଦୂଷଣ ସୃଷ୍ଟି ହେଉଛି। ଏହି ରାସ୍ତା ଦେଇ ଉପଜିଲାପାଳ ଅଫିସ, ବ୍ଲକ, ସ୍କୁଲ କଲେଜ, ତହସିଲ, ଡାକ୍ତରଖାନା, ବଜାର, କୋର୍ଟକୁ ଅଞ୍ଚଳବାସୀ ଓ ଛାତ୍ରୀଛାତ୍ର ଯାତାୟାତ କରିଥାନ୍ତି। କିନ୍ତୁ ଏତେ ସଂଖ୍ୟକ କୋଇଲା ଟ୍ରକ୍‌ ସହ ଧୂଳି ଓ ଧୂଅଁ। ଯୋଗୁ ରାଜପଥରେ ଯାତାୟାତ ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି। ପରିସ୍ଥିତି ଏପରି ହୋଇଛି ଯେ ଦିନରେ ମଧ୍ୟ ଏହି ରାସ୍ତାରେ ଗାଡ଼ି ଚାଳକ ଲାଇଟ୍‌ ଦେଇ ଯିବାଆସିବା କରୁଛନ୍ତି। ସେହିପରି ରାଜପଥ ପାର୍ଶ୍ୱରେ ଗଦା ହେଉଥିବା ଧୂଳି ସାମାନ୍ୟ ବର୍ଷାରେ ମୋଟା କାଦୁଅରେ ପରିଣତ ହେଉଥିବାରୁ ବହୁ ସମୟରେ ଦୁର୍ଘଟଣାରେ ଧନଜୀବନ ହାନି ହେଉଛି। ଗାଡ଼ିଗୁଡ଼ିକ ବେଆଇନ ଭାବେ ପାର୍କିଂ କରାଯାଉଥିବାରୁ ମଧ୍ୟ ଏହା ଦୁର୍ଘଟଣାର କାରଣ ସାଜୁଛି। ଏପରି ବିଭିନ୍ନ କାରଣରୁ ରାଜପଥ ସଙ୍କୁଚିତ ହେଉଥିବାବେଳେ ରାସ୍ତାରୁ କିପରି ଧୂଳି ସଫା କରାଯିବ, ନିୟମିତ ପାଣି ସିଞ୍ଚନ ହେବ, ବେଆଇନ ପାର୍କିଂ କରା ନ ଯିବ ସେ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ କି ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ସବୁ କାର୍ଯ୍ୟକାରୀ କରୁନାହିଁ। ଏହି ରାସ୍ତା ଦେଇ ରାଜନେତା, ପ୍ରଶାସକ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀମାନେ ଯାତାୟାତ କରୁଥିଲେ ବି ସମସ୍ୟାର ନିରାକରଣ ଦିଗ ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ବର୍ଷ ବର୍ଷ ଧରି ଅଞ୍ଚଳବାସୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ୭୦ ପ୍ରତିଶତ ଲୋକ ଶ୍ୱାସ ଜନିତ ରୋଗର ଶିକାର ହେଲେଣି। ଆଗକୁ ଏହି ସମସ୍ୟା ଭୟଙ୍କର ରୂପ ନେବାର ଆଶଙ୍କା ଥିବାରୁ ତୁରନ୍ତ ତାଳଚେର ଉପଖଣ୍ଡ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ପରେଶ ଚନ୍ଦ୍ର ନାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଏକ ବୈଠକରେ ଥିବାରୁ କୌଣସି ମତାମତ ଦେଇନାହାନ୍ତି।


All Right Reserved By Dharitri.Com

ଆଜିଠାରୁ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର,୧।୨(ବ୍ୟୁରୋ): ଶନିବାରଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ଡଗିରି ମାଘ ସପ୍ତମୀ ମେଳା। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ଖଣ୍ଡଗିରି ଉଦୟଗିରି ପାଦଦେଶ। ସାରା ଦେଶରୁ ୩ହଜାରରୁ ଊର୍ଦ୍ଧ୍ୱ...

ବିସ୍ଫୋରକ ଜବତ ଘଟଣା: ୨ କୋର୍ଟ ଚାଲାଣ

ଜୟପୁର,୯ା୩(ଡ଼ି.ଏନ୍‌.ଏ)- ଜୟପୁର ଟାଉନ୍‌ ଥାନା ପକ୍ଷରୁ ଗତ ସପ୍ତାହରେ ୫ଟନ୍‌ ବିସ୍ଫୋରକ ଜବତ ଘଟଣାରେ ହାଇଦ୍ରାବାଦର ୨ ଜାଲ୍‌ ବିକ୍ରେତା ରାଜି ରେଡ୍ଡୀ ଏବଂ ମହେଶ୍ୱର...

‘କରତାଳି ଦିଏ ପ୍ରେରଣା’

ସିମୁଳିଆ, ୧୭ା୩(ସନ୍ତୋଷ କୁମାର ନାୟକ)-ପିଲାଦିନେ ସୁଲଳିତ କଣ୍ଠରେ ଗୀତ ବୋଲି ପାରୁଥିଲେ ପୂଜାରାଣୀ । ସ୍କୁଲରେ ପଢିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଗୀତ ବୋଲି ପ୍ରଶଂସା...

ଭୂତକୁ ଅପେକ୍ଷା

ଗଞ୍ଜାମ ଗ୍ରାମାଞ୍ଚଳରେ ଭୂତପ୍ରେତ, ଗୁଣିଗାରେଡ଼ି ଏବଂ ଡାହାଣୀ ଭଳି ଅନ୍ଧବିଶ୍ୱାସର ପ୍ରଭାବ ପ୍ରବଳ ଭାବେ ଦେଖିବାକୁ ମିଳୁଛି। ଗୁଣିଆ ସନ୍ଦେହରେ ହତ୍ୟା, ଡାହାଣୀ ବୋଲି ସନ୍ଦେହ...

ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଢେଙ୍କାନାଳ ଅଫିସ, ୭।୫ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ୱାନ ଭିଡିଓ କନଫରେନ୍ସିଂ ହଲ୍‌ରେ ମଙ୍ଗଳବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ ଅନୁଷ୍ଠିତ...

ଗ୍ରାମାଞ୍ଚଳରେ ଆତଙ୍କ ସହ ପୋଲିସ ଉପରକୁ ବୋମାମାଡ଼ ଘଟଣା: ଦୁର୍ଦ୍ଦାନ୍ତ ଶିବ ସମେତ ୮ ଗିରଫ; ବନ୍ଧୁକ, ଗୁଳି, ବୋମା, ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୨୩।୮- ଗଞ୍ଜାମ ଜିଲାର ଗ୍ରାମାଞ୍ଚଳରେ ଆତଙ୍କରାଜ ଚଳାଇଥିବା ଶିବ ସେଠୀ ଗ୍ୟାଙ୍ଗର ମୁଖ୍ୟ ଦୁର୍ଦ୍ଦାନ୍ତ ଶିବ ସମେତ ୮ଜଣଙ୍କୁ କାବୁ କରିଛି ବ୍ରହ୍ମପୁର ପୋଲିସ।...

ଓଡ଼ିଶା ଆଇନଜୀବୀ ସଂଘର ୪୮ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ: ସମାଜର ମଙ୍ଗଳ ପାଇଁ ଏକାଠି ହେବାକୁ ଆହ୍ବାନ

ବନ୍ତଳା,୩୦।୧୨(ଡି.ଏନ.ଏ.) – ଅନୁଗୋଳ ବାର୍‌ ଆସୋସିଏଶନ ନେତୃତ୍ୱରେ ଓଡ଼ିଶା ଆଇନଜୀବୀ ସଂଘର ୪୮ତମ ବାର୍ଷିକ ସମ୍ମିଳନୀ ରବିବାର ଅନୁଗୋଳ ଷ୍ଟାଡିୟମଠାରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ଆଇନଜୀବୀ...

ଏସ୍‌ଏଚଜି ଜରିଆରେ ରନ୍ଧାଖାଦ୍ୟ ବଣ୍ଟନ

କର୍ଲାମୁଣ୍ଡା, ୨।୪ (ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ୨୦୯ ଜଣ ମହିଳା, ପୁରୁଷଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଲକ୍‌ ଡାଉନ ଯୋଗୁ ପ୍ରଭାବିତ...

Leave a comment

Your email address will not be published. Required fields are marked *