୬ ବର୍ଷ ବିତିଲା, ଗଡ଼ିଲାନି ସିଟିବସ୍‌

ଭଦ୍ରକ ଅଫିସ,୬।୩ – ଦିନକୁ ଦିନ ଜନାକୀର୍ଣ୍ଣ ହେଉଛି ଭଦ୍ରକ ସହର। ସଡ଼କ ଓ ରେଳ ଯୋଗାଯୋଗ କ୍ଷେତ୍ରରେ ସହର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲେ ମଧ୍ୟ ଭଦ୍ରକ ପୌରପାଳିକାରେ ସିଟିବସ୍‌ ସେବା ଏଯାଏ ଆରମ୍ଭ ହୋଇପାରି ନାହିଁ। ଫଳରେ ଦିନକୁ ଶତାଧିକ ଯାତ୍ରୀ ହଇରାଣ ହେଉଛନ୍ତି। ନଗର ଉନ୍ନୟନ ବିଭାଗ ପକ୍ଷରୁ ସିଟିବସ୍‌ ସେବା ଯୋଗାଇବା ସକାଶେ ୨୦୧୪ରେ ଉଦ୍ୟମ ହୋଇଥିଲା। ହେଲେ ଉପଯୁକ୍ତ ଭିତ୍ତିଭୂମି ନ ଥିବାରୁ ଏହି ସେବା ଆରମ୍ଭ ହୋଇପାରୁ ନାହିଁ। ଏହାମଧ୍ୟରେ ୬ ବର୍ଷ ବିତିଗଲାଣି। ବୈଠକ ପରେ ବୈଠକ ବସିଛି। କିନ୍ତୁ ଏହା କାର୍ଯ୍ୟକାରୀ ହେଉନି। ବାଲେଶ୍ୱର-ଭଦ୍ରକ ଅର୍ବାନ୍‌ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ନାମରେ କମିଟି ଗଠନ କରାଯାଇ ଏହି ଦୁଇ ଜିଲାର ଏନ୍‌ଏସି ଓ ସହର ମୁଖ୍ୟାଳୟକୁ ସିଟିବସ୍‌ ସେବା ଯୋଗାଇବା ଯୋଜନା କେବଳ ପରିକଳ୍ପନାରେ ଅଟକି ରହିଛି।
୧୯୫୦ମେ ୮ରେ ମାତ୍ର ୧୨ଟି ୱାର୍ଡକୁ ନେଇ ଭଦ୍ରକ ଏନ୍‌ଏସି ଘୋଷଣା ହୋଇଥିଲା। ଦୀର୍ଘ ୨୮ବର୍ଷ ପରେ ୧୯୮୮ ମେ ୨୩ରେ ଏହାକୁ ପୌରାଞ୍ଚଳ ଘୋଷଣା କରାଗଲା। ଏନ୍‌ଏସି ବେଳେ ଥିବା ୧୨ଟି ୱାର୍ଡ କ୍ରମେ ବୃଦ୍ଧି ପାଇ ୩୦ଟି ୱାର୍ଡ ହୋଇଥିଲା। ଭଦ୍ରକ ପୌରାଞ୍ଚଳ ହେବାର ଏହାମଧ୍ୟରେ ୩୨ ବର୍ଷ ବିତିଗଲାଣି। ଭଦ୍ରକ ମଧ୍ୟ ସବ୍‌ଡିଭିଜନରୁ ଜିଲାର ମାନ୍ୟତା ପାଇଛି। ଜିଲା ସଦରମହକୁମାରେ ଥିବା ଏହି ପୌରାଞ୍ଚଳରେ ଯେଭଳି ବିକାଶ ହେବା କଥା ତାହା ହୋଇପାରି ନାହିଁ। ସହରର ଜନସଂଖ୍ୟା ବଢ଼ିବା ସାଙ୍ଗକୁ ଆୟତନ ବଢ଼ିଛି। ଲୋକଙ୍କ ଗମନାଗମନର ସୁବିଧା ସକାଶେ ପୌରପାଳିକା ପକ୍ଷରୁ କିଛି ବ୍ୟବସ୍ଥା କରାଯାଇ ନାହିଁ। ରାନ୍ଦିଆସ୍ଥିତ ଫେକର ପାୱାର ପ୍ଲାଣ୍ଟ ଅଞ୍ଚଳରୁ ସହର ଆରମ୍ଭ ହୋଇ ଇଚ୍ଛାପୁର ପର୍ଯ୍ୟନ୍ତ ଲମ୍ବିଛି। ମା’ ଭଦ୍ରକାଳୀ ପୀଠଠାରୁ ଏହାର ପରିସୀମା ବୃଦ୍ଧି ପାଇ କୋରକୋରା, ଅର୍ଣ୍ଣପାଳ, ଗେଲଟୁଆ ଓ ନଳାଙ୍ଗ ପର୍ଯ୍ୟନ୍ତ ସହର ବଢ଼ି ଚାଲିଛି। ଚରମ୍ପାରୁ ରାଜପଥ କଡ଼ରେ ରାଣୀତାଲ ଯାଏ ସହର ବୃଦ୍ଧି ପାଇଛି। ପୌରପାଳିକାର ୱାର୍ଡ ପୁନର୍ଗଠନ ହେଲେ ୧୦ ସିଟିବସ୍‌ ଚାଲିବ ବୋଲି ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ଭଦ୍ରକ ପୌରପାଳିକା ବସ୍‌ଷ୍ଟାଣ୍ଡ ଲାଗି ୪ ଏକର ଜାଗା ଏବଂ ନଗର ଉନ୍ନୟନ ବିଭାଗ ସିଟିବସ୍‌ ଯୋଗାଇ ଦେବା ବ୍ୟବସ୍ଥା ହୋଇଥିଲା। ପୌରପାଳିକା ଏହାର ପରିଚାଳନା କରିବ ବୋଲି ସ୍ଥିର ହୋଇଥିଲା। ଭଦ୍ରକ ସହର ମଧ୍ୟଭାଗରେ ଥିବା ପୁରୁଣା ବସ୍‌ଷ୍ଟାଣ୍ଡ, ଚରମ୍ପା ଓଏସ୍‌ଆର୍‌ଟିସି ବସ୍‌ଷ୍ଟାଣ୍ଡକୁ ଆଖି ଆଗରେ ରଖି ପୌରପାଳିକା ପ୍ରସ୍ତାବ ଦେଇଥିଲା। ମାତ୍ର ଏହା ପ୍ରସ୍ତାବରେ ଅଟକି ରହିଛି। ଏହି ଟ୍ରଷ୍ଟ କମିଟିରେ ଦୁଇ ଜିଲାର ଜିଲାପାଳ, ଏସ୍‌ପି, ଆର୍‌ଟିଓ ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସଦସ୍ୟ ଅଛନ୍ତି। ବାଲେଶ୍ୱର ଜିଲାପାଳ ଟ୍ରଷ୍ଟର ଅଧ୍ୟକ୍ଷ ଅଛନ୍ତି। ଏହି ସମୟରେ ଯୋଜନା ହୋଇ ବାଲେଶ୍ୱର ସହରରେ ସିଟିବସ୍‌ ସେବା ଆରମ୍ଭ କରାଯାଇଥିବାବେଳେ ଭଦ୍ରକରେ ଆରମ୍ଭ ହୋଇନି। ଯୋଜନା ପ୍ରାରମ୍ଭରୁ ଭଦ୍ରକରୁ ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ସିଟିବସ୍‌ ଚଳାଚଳ କରିବ ବୋଲି ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା, ଯାହା କି ଏଯାଏ କାର୍ଯ୍ୟକାରୀ ହୋଇପାରିଲାନି। ଏ ସମ୍ପର୍କରେ ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରମା ଭୂୟାଁଙ୍କୁ ପଚାରିବାରୁ କହିଛନ୍ତି, ସରକାରୀ ଯୋଜନା ଥିଲା ଏବଂ ବାଲେଶ୍ୱରରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା। ସେଠାରେ ଏହି ସେବା ଏବେ ବନ୍ଦ। ଏଣୁ ବିଭାଗ ପକ୍ଷରୁ ଭଦ୍ରକରେ ସିଟିବସ୍‌ ଚଲାଇବା ଯୋଜନା ସାମୟିକ ଭାବେ ବନ୍ଦ କରାଯାଇଛି।


All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଗ୍ରାହକ ଆହତ, ବାମ ପାଦରେ ବାଜିଛି ଗୁଳି

ପୁରୀ ଅଫିସ,୨୯।୧୧: ପୁରୀ ଜିଲା କୁମ୍ଭାରପଡ଼ା ଥାନା ଅଧୀନ ପୁରୁଣା ସଦର ଥାନାସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ...

ବରୀ ବ୍ଲକ: ୧୭୯ ଜଣଙ୍କ ସ୍ବାବ୍‌ ସଂଗ୍ରହ

ରତ୍ନଗିରି,୮।୫(ଡି.ଏନ.ଏ.)-ବରୀ ବ୍ଲକରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ତତ୍ପର ହୋଇପଡ଼ିଛି ଯାଜପୁର ଜିଲା ପ୍ରଶାସନ। ଶୁକ୍ରବାର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

କରୋନା ସହାୟତା: ନିରାଶ୍ରୟଙ୍କ ପାଇଁ ଖାଦ୍ୟ ସାମଗ୍ରୀ ପ୍ରଦାନ କଲା ଗୋପାଳପୁର ପୋର୍ଟ

ଛତ୍ରପୁର, ୨୯।୪(ଡି.ଏନ୍‌.ଏ.): କରୋନା ସହାୟତା ନେଇ ଗଞ୍ଜାମ ଜିଲା ଗୋପାଳପୁର ପୋର୍ଟ ପକ୍ଷରୁ ୨୦୦ ଖାଦ୍ୟ ପ୍ୟାକେଟ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନଙ୍କୁ ପ୍ରଦାନ କରାଯାଇଛି।...

ମୃତକଙ୍କ ପରିବାରକୁ ଭେଟିଲେ ଚିକିଟି ବିଧାୟିକା

ଗୋପାଳପୁର,୧୧ା୨-ଗୋଳନ୍ଥରା ଥାନା ମେଣ୍ଢରାଜପୁର ଛକରେ ସିଲ୍‌କ ସିଟି ବସ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ରବିବାର ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ସୋମବାର...

ଦୁଇ ସ୍ଥାନରୁ ୬ ଲକ୍ଷ ୪୦ ହଜାର ଲୁଟ୍‌

ଭଦ୍ରକ ଅଫିସ, ୨୮।୧୦ : ଭଦ୍ରକ ଜିଲାର ଦୁଇଟି ସ୍ଥାନରୁ ସୋମବାର ଲୁଟେରାମାନେ ୬ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ତରିକା...

କ’ଣ ହେବ କୋଟିଏ

ଢେଙ୍କାନାଳ ଅଫିସ, ୩।୩ ରାଜସ୍ବ ଆଦାୟର ଅନ୍ୟତମ ପନ୍ଥା ପର୍ଯ୍ୟଟନ ଶିଳ୍ପ। ବିଳମ୍ବରେ ହେଲେ ମଧ୍ୟ ଏ କଥାକୁ ହୃଦୟଙ୍ଗମ କରିଛନ୍ତି ରାଜ୍ୟ ସରକାର। ଏହି...

ବ୍ଲାକରୋଜ ବୁଡ଼ିକୁ ୧୦ବର୍ଷ : ଶୀତଳଭଣ୍ଡାରରେ ସିବିଆଇ ତଦନ୍ତ

ପାରାଦୀପ,୯।୯(ସ୍ବ.ପ୍ର.): ପାରାଦୀପ ବନ୍ଦର ଇତିହାସରେ କଳଙ୍କର ଛାପ ଛାଡ଼ିଥିବା ଏମ୍‌ଭି ବ୍ଲାକରୋଜ ବୁଡ଼ି ଘଟଣାକୁ ସୋମବାର ୧୦ବର୍ଷ ପୂରିଛି। ଏହି ୧୦ବର୍ଷ ମଧ୍ୟରେ ମଙ୍ଗୋଲିଆର ସେହି...

ଛାତ୍ରୀଙ୍କୁ ଅସଦାଚରଣ ଘଟଣା, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୨୮ା୧-ଜଣେ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ଓ ଏହାର ପ୍ରତିବାଦ କରିବାରୁ ପୀଡିତାଙ୍କ ମା’ଙ୍କୁ ଧମକଚମକ ଅଭିଯୋଗରେ ଟାଉନ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି।...

Leave a comment

Your email address will not be published. Required fields are marked *