Posted inଫୁରସତ

ଶୋଇପଡ଼ିଲେ ଡ୍ରାଇଭର, ୧୫୦କିଲୋମିଟର ଗାଡ଼ି ଚଳାଇ ଘରେ ପହଞ୍ଚିଲେ ମହିଳା

ପୁଣେ: ମହାରାଷ୍ଟ୍ରର ଜଣେ ମହିଳା ପୁଣେରୁ ପ୍ରାୟ ୧୫୦ କିମି ଦୂର ମୁମ୍ବାଇ ଯିବା ପାଇଁ ଉବର ବୁକ୍‌ କରିଥିଲେ। କିନ୍ତୁ ରାସ୍ତାରେ ଡ୍ରାଇଭରଙ୍କୁ ନିଦ ଆସିଯିବାରୁ ବାଧ୍ୟ ହୋଇ ସେ ଷ୍ଟିୟରିଂ ସମ୍ଭାଳି ମୁମ୍ବାଇରେ ପହଞ୍ଚିଥିଲେ। ଏହି ଘଟଣା ୨୪ ଫେବୃୟାରୀରେ ଘଟିଥିଲା। ମାତ୍ର ଏବେ ସାମ୍ନାକୁ ଆସିଛି। ୨୮ ବର୍ଷୀୟ ତେଜସ୍ବିନୀ ଦିବ୍ୟା ଏହାର ଫଟୋ ସୋସିିଆଲ ମିଡିଆରେ ଶେୟାର କରିବାରୁ ଏହା ଜଣାପଡ଼ିଛି। ଫଟୋ ଜରିଆରେ ଜେଜସ୍ବିନୀ ଉବର କମ୍ପାନୀ ଡ୍ରାଇଭରଙ୍କ ନାମରେ ଅଭିଯୋଗ ମଧ୍ୟ କରିଛନ୍ତି।
ଦିବ୍ୟା କୁହନ୍ତି, ପୁଣେରୁ ଅନ୍ଧାରୀ(ମୁମ୍ବାଇ) ପାଇଁ ସେ ଉବର ବୁକ୍‌ କରିଥିଲେ। ଆରମ୍ଭରୁ ଡ୍ରାଇଭର ଲଗାତର ଫୋନ୍‌ରେ କଥା ହେବା ସହ ବାଟ ସାରା ଗାଡ଼ି ଅଟକାଉଥିଲେ। ସେ ଡ୍ରାଇଭରଙ୍କୁ ଫୋନ୍‌ରେ ନ ହେବାକୁ ଅନୁରୋଧ କରିଥିଲେ। ଏହା ପରେ ଡ୍ରାଇଭର ଫୋନ୍‌ ରଖି ଦେଇଥିଲେ ସତ ମାତ୍ର ଶୋଇ ପଡ଼ିଥିଲେ। ଏପରିକି ଏକ ବଡ଼ ଦୁର୍ଘଟଣାରୁ ମଧ୍ୟ ବର୍ତ୍ତିଥିଲେ। ଦିବ୍ୟା ବାଧ୍ୟ ହୋଇ ଡ୍ରାଇଭରଙ୍କୁ କହିଥିଲେ ଶୋଇବାର ଅଛି ତ କିଛି ବାଟ ମୁଁ ଗାଡ଼ି ଚଳାଇ ନେଇଯିବି। ପ୍ରଥମେ ସେ ମନା କରୁଥିଲେ। ମାତ୍ର ପରେ ରାଜି ହେବାରୁ ଦିବ୍ୟା ଷ୍ଟିୟରିଂ ସମ୍ଭାଳିଥିଲେ।
ଅନ୍ୟପକ୍ଷରେ ଅଭିଯୋଗ ପରେ ଡ୍ରାଇଭରଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ତେଜସ୍ବିନୀ ଜଣେ ଲେଖିକା ଏବଂ ଫିଲ୍ମ ପାଇଁ ସେ କାହାଣୀ ମଧ୍ୟ ଲେଖନ୍ତି।।


All Right Reserved By Dharitri.Com

ଗାଈଙ୍କ ପାଇଁ ଭର୍ଚୁଆଲ ରିୟଲିଟି ହେଡସେଟ୍‌

ଭର୍ଚୁଆଲ ରିୟଲିଟି ହେଡସେଟ୍‌ ପିନ୍ଧି ଗେମ୍‌ ଖେଳିବାର ମଜା ଅନେକେ ଉଠାଇଥିବେ। ଏହାବ୍ୟତୀତ ଏହା ମହାକାଶଚାରୀ, ବିମାନଚାଳକଙ୍କ ତାଲିମରେ ବି ବ୍ୟବହୃତ ହୁଏ। ତେବେ ଏଭଳି...

ଏମିତି ଗାଁ ଯେଉଁଠି ଘରେ ଘରେ ଭିନ୍ନକ୍ଷମ

ଉତ୍ତରପ୍ରଦେଶର ଆଗ୍ରାଠାରୁ ୨୦ କିଲୋମିଟର ଦୂର ଗ୍ବାଲିୟର ରୋଡରେ ବରୋଲି ଅହିର ବ୍ଲକ୍‌ର ୧୧ଟି ଗାରଁ ଦୁଃଖ କହିଲେ ନ ସରେ। ଏହି ସବୁ ଗାଁରେ...

୩୬ ବର୍ଷରୁ ୫୦୦ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ବାବା

ତାମିଲନାଡୁ, ରାମେଶ୍ୱରମ୍‌ର ୭୦ ବର୍ଷୀୟ ବାବା ସୀତାରାମ ଦାସ। ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ମାନବିକତାର ଜୀବନ୍ତ ପ୍ରତିମା ବୋଲି କୁହାଯାଏ। କାରଣ ୩୬ ବର୍ଷ ହେବ...

ନାପ୍‌ ଷ୍ଟୋର

ବ୍ୟସ୍ତବହୁଳ ଜୀବନ ଭିତରେ ଶାନ୍ତିର ନିଦ ଶୋଇବା ଲାଗି କାହା ପାଖେ ସମୟ ନାହିଁ। କାର୍ଯ୍ୟ ବ୍ୟସ୍ତତା ଏବଂ ସମୟର ଘୋର ଅଭାବ ହେତୁ ଅନେକେ...

ଏହି ଦେଶର ମହାରାଣୀଙ୍କ ପାଖରେ ନାହିଁ ପାସପୋର୍ଟ: ବୁଲି ସାରିଲେଣି ଶହେରୁ ଊର୍ଦ୍ଧ୍ୱ ଦେଶ

ପାସପୋର୍ଟ ବା ଭିଜା ନ ଥିଲେ ଜଣେ ବ୍ୟକ୍ତି ନିଜ ଦେଶ ବ୍ୟତୀତ ବିଦେଶ ଭ୍ରମଣ କରିପାରିବ ନାହିଁ। ହେଲେ ବ୍ରିଟେନର ମହାରାଣୀ ଏଲିଜାବେଥ-୨ ଏକମାତ୍ର...

ଆଇସ୍‌ ଏଜ୍‌ରେ ମାମୋଥ୍‌ ହାଡ଼ରେ ଘର ନିର୍ମାଣ କରୁଥିଲା ମାନବ…

ମସ୍କୋ, ୨୨।୩: ଆଇସ୍‌ ଏଜ୍‌ରେ ମାନବ କିଭଳି ଘରେ ବାସ କରୁଥିଲା ସେନେଇ ପ୍ରମାଣ ମିଳିଛି। ୟୁକ୍ରେନ୍‌ ଏବଂ ରୁଷିଆର କେତେକ ଅଞ୍ଚଳର ଖନନ ସମୟରେ...

୬ ଅଙ୍ଗୁଳି ଥିବା ବ୍ୟକ୍ତି ଭାଗ୍ୟଶାଳୀ

ଅଧିକାଂଶ ଲୋକଙ୍କ ମନରେ ଧାରଣା ଥାଏ ଯେଉଁମାନଙ୍କର ୬ଟି ଅଙ୍ଗୁଳି ସେମାନଙ୍କୁ କାମ କରିବାରେ ଅସୁବିଧା ହେଉଥିବ। କିନ୍ତୁ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯାହାର ୬ଟି...

ଦେଶର ୪ ରାଜ୍ୟର ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ !

ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଦେଶର ୫ଟି ରାଜ୍ୟରେ ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ ଥିବା ଭାରତୀୟ ଗବେଷକ ସୂଚନା...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *