Posted inଫୁରସତ

ଏଠାଲେ ଲାଲ ରଙ୍ଗର ଲିପଷ୍ଟିକ ଲଗାଇବା ଅପରାଧ!

ଉତ୍ତର କୋରିଆର ଶାସକ କିମ-ଜଙ୍ଗ-ଉନଙ୍କ କ୍ରୁର ଶାସନରେ ଅତିଷ୍ଠ ହୋଇ ଅନେକ ଲୋକ ଶରଣ ନେବାକୁ ଦକ୍ଷିଣ କୋରିଆ ଚାଲି ଆସୁଛନ୍ତି। ଏମିତିକି ସେଠାକାର ଯୁବବର୍ଗ ମଧ୍ୟ କିମଙ୍କ ଶାସନରେ ଏବେ ଅତିଷ୍ଠ ହୋଇ ପଡିଥିବା ଜଣାପଡିଛି। ନିକଟରେ ନାରା କାଙ୍ଗ ନାକ ଜଣେ ଅଭିନେତ୍ରୀ ଉତ୍ତର କୋରିଆରୁ ପଳାଇ ଆସିବା ପରେ ସେଠାକାର ଶାସନ ବିଷୟରେ ବଖାଣିଥିଲେ। ସେ କହିଥିଲେ ଉତ୍ତର କୋରିଆରେ ଲୋକଙ୍କର ସ୍ବାଧିନତା ବୋଲି କିଛି ନାହିଁ। ତା ସାଙ୍ଗକୁ ନାନା ପ୍ରକାର କଟକଣା ଲୋକଙ୍କ ଜୀବନକୁ ଦୁର୍ବିସହ କରି ପକାଇଛି। ତେବେ ଉତ୍ତର କୋରିଆରେ ଲାଲ ରଙ୍ଗର ଲିପଷ୍ଟିକ ଲଗାଇବା ମନା ବୋଲି ସେ କହିଛନ୍ତି। ଉତ୍ତର କୋରଆରେ ଲାଲ ରଙ୍ଗ ଲିପଷ୍ଟିକକୁ କ୍ୟାପିଟାଲିଜମର ପ୍ରତୀକ ବୋଲି ଭାବିନେଇ ଥିବାରୁ ସେଠାରେ ଲାଲ ରଙ୍ଗର ଲିପଷ୍ଟିକ ଲଗାଇବା ଅପରାଧ। ତେଣୁ ସେଠାରେ ଲାଲ ଲିପଷ୍ଟିକକୁ ବ୍ୟାନ କରାଯାଇଛି। ମହିଳାମାନେ ଅତିବେଶୀରେ ପିଙ୍କ କଲର ଲିପଷ୍ଟିକ ଲଗାଇ ପାରିବେ। ଏଠାରେ ମୁଦି ଓ ବ୍ରେସଲେଟ ଲଗାଇବାକୁ ମଧ୍ୟ ବାରଣ କରାଯାଇଛି। କେହି ଯଦି କେବେ ମେକଅପ୍‌ ନେବାକୁ ଇଚ୍ଛା କରନ୍ତି ତେବେ ପ୍ରତି ୧୦ ମିଟରରେ ଥିବା ମେକଅପ୍‌ ପୋଲିସ ତାଙ୍କ ଉପରେ ନଜର ରଖିଥିବାରୁ ଉତ୍ତର କୋରିଆର କୌଣସି ମହିଳା ମେକଅପ୍‌ ନେବାକୁ ଭୟ କରିଥାଆନ୍ତି ବୋଲି କୁହାଯାଏ।


All Right Reserved By Dharitri.Com

ଏମିତି ଏକ ଗାଁ, ଯେଉଁଠି ଅଧିବାସୀଙ୍କଠାରୁ ପଶୁପକ୍ଷୀ ସମସ୍ତେ ଅନ୍ଧ

ବିଶ୍ୱରେ ଅନେକ ରହସ୍ୟମୟ ସ୍ଥାନ ରହିଛି, ଯାହା ବିଷୟରେ ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ। ଠିକ୍‌ ସେହିପରି ମେକ୍ସିକୋରେ ଏମିତି ଏକ ଗାଁ ରହିଛି ଯେଉଁଠି...

ହୋଟେଲ ବେଡ୍‌ରୁମ୍‌ରେ କଡ଼ ଲେଉଟାଇଲେ ହୁଏ ଏପରି…

ପୃଥିବୀର ବିଭିନ୍ନ ଦେଶ ଦେଶ ମଧ୍ୟରେ ସୀମାରେଖା ଟଣାଯିବା ସମୟରେ ବହୁ ରୋଚକ ଘଟଣାମାନ ଘଟିଛି। ସେପରି କିଛି ଘଟଣା ମଧ୍ୟରୁ ଏକ ନିଆରା ଉଦାହରଣ...

ହିରୋସୀମାର ରହସ୍ୟମୟ ଛାଇ

ଟୋକିଓ : ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସୀମାରେ ୧୯୪୫ ଅଗଷ୍ଟ ୬ରେ ପରମାଣୁ ବୋମା ବିସ୍ଫୋରଣ ହୋଇଥିଲା। ନିମିଷକ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ...

ଦ୍ୱାର ସମ୍ମୁଖରେ କଳସ ରଖିଲେ ମିଳିଥାଏ ଏସବୁ ଲାଭ

ଗୃହପ୍ରବେଶ, ନବରାତ୍ରି ପୂଜା, ଦୀପାବଳି, ଲକ୍ଷ୍ମୀପୂଜା, ଯଜ୍ଞ ଅନୁଷ୍ଠାନ, ବିବାହ ଆଦି ଯେକୌଣସି ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ କଳସ ସ୍ଥାପନ କରାଯାଇଥାଏ। ତେଣୁ ଏହି କଳସ...

କୁଟାର ବ୍ୟବହାର କରି ଲକ୍ଷପତି ହେଲେ ଚାଷୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କିଛିଦିନ ତଳେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଥିଲା ଯେ, ସରକାରଙ୍କ ସମେତ କୋର୍ଟ ମଧ୍ୟ ନାକେଦମ ହୋଇପଡ଼ିଥିଲେ। ପ୍ରଦୂଷଣ ବଢ଼ିବାର ଦୋଷ...

ସାପର ଦାମ ୩ କୋଟି…

ସାପର ଦାମ୍‌ ପୁଣି ୩ କୋଟି ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଇଣ୍ଡୋନେସିଆର ଘନ ଜଙ୍ଗଲରେ ଦେଖାଯାଉଥିବା ଗ୍ରୀନ୍‌ ଟ୍ରି...

ବିଶ୍ୱରେ ପାଳିତ ହେଉଥିବା କିଛି ଅଜବ ଦିବସ

* ଜାନୁୟାରୀ ୩ ତାରିଖକୁ ବିଶ୍ୱର ବିଭିନ୍ନ ସ୍ଥାନରେ ଶୟନ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଲୋକମାନେ ନିଜ ଇଚ୍ଛା ମୁତାବକ ଯେତେ...

କନିଷ୍ଠ କର୍ମଚାରୀଙ୍କୁ ପାର୍ଟିରେ ମଦ୍ୟପାନ ପାଇଁ ବାଧ୍ୟ କରିପାରିବେନି ବରିଷ୍ଠ, ଯଦି କରନ୍ତି ତେବେ…

ଟୋକିଓ: ଜାପାନ ସରକାର ଆସନ୍ତା ବର୍ଷ (୨୦୨୦)ରେ ଏକ ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏହି ନିୟମ ଅନୁଯାୟୀ, କୌଣସି ବରିଷ୍ଠ କର୍ମଚାରୀ କନିଷ୍ଠ...

Leave a comment

Your email address will not be published. Required fields are marked *