କରୋନା ମୁକାବିଲା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର, ୫।୩(ବ୍ୟୁରୋ): ସାରା ବିଶ୍ୱରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ମୋଟ ୨୯ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରୁ ରକ୍ଷା ପାଇବାକୁ ସମସ୍ତ ସ୍ଥାନରେ ପୂର୍ବ ପ୍ରସ୍ତୁତି ସହ ସଂକ୍ରମଣରୁ ନିଜକୁ ରକ୍ଷା କରିବାକୁ ବିଭିନ୍ନ ଉପାୟ ବିଷୟରେ ରାଜ୍ୟ ସରକାର ସୂଚନା ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ମୁକାବିଲା ପାଇଁ ଭୁବନେଶ୍ୱର ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେଠାରେ ସମସ୍ତ ଯାତ୍ରୀଙ୍କର ସ୍କ୍ରିନିଂ କରାଯାଉଛି। ଏଥିପାଇଁ ସ୍ବତନ୍ତ୍ର ଭାବେ କୋଠରୀ ମଧ୍ୟ ପ୍ରସ୍ତୁତ ହୋଇଛି। ଏ ନେଇ ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି. ରାଓ ସୂଚନା ଦେଇଛନ୍ତି।


All Right Reserved By Dharitri.Com

୧୩ ତାରିଖ ଅପରାହ୍ନରେ ସାମାଜିକ ଗଣମାଧ୍ୟମରେ ଉତ୍ତର ରଖିବେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର,୯ା୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଚଳିତ ମାସ ୧୩ ତାରିଖ(ଗୁରୁବାର) ଅପରାହ୍ନ...

କରୋନା ପାଇଁ କମିଲା ବିଏମ୍‌ସିର ରାଜସ୍ବ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ରାଜସ୍ବ ଆଦାୟ ଲକ୍ଷ୍ୟ ଅପେକ୍ଷାକୃତ ହ୍ରାସ ପାଇଛି। ବିଏମ୍‌ସି ୨୦୧୯-୨୦ ଆର୍ଥିକ ବର୍ଷ...

ବୃତ୍ତି ହରାଇଲେ ୧୦୦୦ ଠିକା ବିଦ୍ୟୁତ୍‌ କର୍ମଚାରୀ

ଢେଙ୍କାନାଳ ଅଫିସ, ୧୯।୫ ଢେଙ୍କାନାଳ ଜିଲା ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଚାକିରି ଚୁକ୍ତି ଅବଧି ମାର୍ଚ୍ଚ ୩୧ରେ ସରିଛି। ଫଳରେ ସେସୁ ଅଧୀନରେ...

ଭୁବନେଶ୍ବରରେ ହେବ ମା’ ସମଲେଶ୍ବରୀଙ୍କ ମନ୍ଦିର

ଭୁବନେଶ୍ୱର,୨।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ମା’ ସମଲେଶ୍ବରୀଙ୍କ ମନ୍ଦିର ନିର୍ମିତ ହେବ। ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ବିଶାଳ ଭବ୍ୟ...

ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ନେଇ ପ୍ରତାପ-ପ୍ରମିଳା ମୁହାଁମୁହିଁ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ତଥା ଭାଜପା ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୁହାଁମୁହିଁ ହୋଇଛନ୍ତି। ପ୍ରତାପ ଗୁରୁବାର ରାଜ୍ୟ...

ରୋଗୀଙ୍କ ହାତରେ ଲାଗିବ ଷ୍ଟାମ୍ପ, ବ୍ୟାଣ୍ଡ: ଗର୍ଭବତୀ, ଶିଶୁଙ୍କ ଟେଷ୍ଟ ନେଗେଟିଭ ଆସିଲେ ଯାଇପାରିବେ ଘରକୁ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଡିସ୍‌ଜାର୍ଚ୍ଚ ପଲିସିରେ ରାଜ୍ୟ ସରକାର ଆଉ ଟିକେ କଠୋର ହୋଇଛନ୍ତି। ଓଡ଼ିଶାରେ ଡିସ୍‌ଚାର୍ଜ ପରେ ୭ ଦିନ ପରିବର୍ତ୍ତେ ୧୪...

ଓଡ଼ିଆ ପ୍ରତି କେନ୍ଦ୍ର ସାହିତ୍ୟ ଏକାଡେମିର ବୈମାତୃକ ମନୋଭାବ

ଭୁବନେଶ୍ୱର, ୨୭ା୨ (ବ୍ୟୁରୋ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ଜାତୀୟ ସାହିତ୍ୟ ଉତ୍ସବ ଆୟୋଜିତ ହୋଇଛି। ନୂଆଦିଲ୍ଲୀଠାରେ ଗତ ୨୪...

ପଙ୍କୋଦ୍ଧାର ଏକାଦଶୀ ପାଇଁ ଲୋକନାଥ ପୀଠ ପ୍ରସ୍ତୁତ

ପୁରୀ ଅଫିସ, ୧୮ା୨: ବୁଧବାର ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଏହା ଧୂମ୍‌ଧାମ୍‌ରେ ଅନୁଷ୍ଠିତ ହେବ। ବର୍ଷକରେ ଏହି ଗୋଟିଏ ଦିନ...

Leave a comment

Your email address will not be published. Required fields are marked *