ଏସ୍‌ୟୁଭି କାର୍‌ ଦେବ କରୋନା ସଂକ୍ରମଣରୁ ସୁରକ୍ଷା !

ଓ୍ବାଶିଂଟନ,୫।୩: କାର୍‌ କରୋନା ସଂକ୍ରମଣରୁ ସୁରକ୍ଷା ଦେବ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଭଲ୍‌ଭୋ ଏବଂ ଲୋଟସ୍‌ ବ୍ରାଣ୍ଡ୍‌ର କାର୍‌ ତିଆରି କରୁଥିବା ଗିଲେ କମ୍ପାନୀ ପକ୍ଷରୁ ଏହାର ନୂଆ ଏସ୍‌ୟୁଭି କାର ଏଭଳି ସୁରକ୍ଷା ଦେବାକୁ ସକ୍ଷମ। ଗିଲେ ଅଟୋମୋବାଇଲ୍‌ ପକ୍ଷରୁ ଏକ ପ୍ରକାର ଏୟାର ପ୍ୟୁରିଫିକେଶନ ସିଷ୍ଟମ୍‌(ବାୟୁ ଶୋଧନ ପ୍ରଣାଳୀ)ର ବିକଶିତ କରାଯାଇଛି। ଏହା ଏନ୍‌-୯୫ ପ୍ରମାଣିତ। ଏହା ସହଜରେ କାର୍‌ ଭିତର ବାୟୁରେ ଥିବା ଭୂତାଣୁ, ବ୍ୟାକ୍ଟେରିଆ ଏବଂ ଅନ୍ୟ ହାନିକାରଣ ତତ୍ତ୍ୱକୁ ନଷ୍ଟ କରିଦେଇଥାଏ। ଏସ୍‌ୟୁଭିର ଏସି ସହିତ ଏହା କାର୍ଯ୍ୟ କରିବାକୁ ସକ୍ଷମ। ୨୦୧୮ରେ ଏହି ପ୍ରଣାଳୀ ସମ୍ପର୍କରେ ବେଜିଂ ଅଟୋ ଶୋ’ରେ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଣାଳୀ ଗିଲେର ୫ଟି ମଡ଼େଲରେ ଅନ୍ତର୍ଭୁକ୍ତ କରାଯାଇଛି।


All Right Reserved By Dharitri.Com

ସରକାରଙ୍କ ସାମ୍ନାରେ ୬ ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୨-୧: ଏବେ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି। ଫେବୃୟାରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ...

ଅନ୍ଧାରି ମୁଲକର ଆଲୋକ ଦୀପା: ସାଜିଛନ୍ତି ଅସହାୟ, ଦୁଃଖୀଙ୍କ ବନ୍ଧୁ

ବରଗଡ଼ ଜିଲା ମାଓବାଦୀ ଅଧ୍ୟୁଷିତ ପାଇକମାଲ ବ୍ଲକ ଟେମରି ଗ୍ରାମର ଚାରୁବାଳା ବାରିକ। ଡାକ ନାମ ଦୀପା। ଏକ ମଧ୍ୟବିତ୍ତ ପରିବାରରେ ତାଙ୍କ ଜନ୍ମ। ବାପା...

ରେଷ୍ଟୁରାଣ୍ଟର ନାଁ ହାର୍ଟଆଟାକ…

ଆମେରିକା ଏରିଜୋନାରେ ରହିଛି ଏକ ରେଷ୍ଟୁରାଣ୍ଟ। ଏଠାକାର ପରିବେଶ ସମ୍ପୂର୍ଣ୍ଣ ଭାବେ ଚିକିତ୍ସାଳୟ ଭଳି। ରେଷ୍ଟୁରାଣ୍ଟର ନାଁ ହାର୍ଟଆଟାକ। ଏଠି ଗ୍ରାହକଙ୍କୁ ଚିକିତ୍ସାଳୟର ଅନୁଭୁତି ମିଳିଥାଏ।...

କମ୍ପାନୀଙ୍କ ଇପିଏଫ୍‌ ଯୋଗଦାନରେ ସହାୟତା

ନୂଆଦିଲ୍ଲୀ,୧୪।୫: ସବୁ କମ୍ପାନୀଙ୍କ ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍‌)ର ଷ୍ଟାଚୁଟୋରି ଦେୟକୁ ୧୨%ରୁ ୧୦%କୁ ହ୍ରାସ କରାଯାଇଛି। ଏହା ଦ୍ୱାରା କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ଆଗାମୀ...

ବିବାହ କରିବେ ବିଲ୍‌ ଗେଟସ୍‌ଙ୍କ ଝିଅ!

ଓ୍ବାଶିଂଟନ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ଙ୍କ ଝିଅ ଜେନିଫର ଏବେ ବିବାହ କରିବାକୁ ଯାଉଛନ୍ତି। ଏକଥା ନିଜେ ଜେନିଫର ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି। ସେ...

ଏଜିଆର୍‌ ବକେୟା ପଇଠ କରିବ ଭୋଡାଫୋନ-ଆଇଡିଆ

ନୂଆଦିଲ୍ଲୀ,୧୬।୨: ଆଡ୍‌ଜଷ୍ଟେଡ ଗ୍ରସ୍‌ ରେଭେନ୍ୟୁ(ଏଜିଆର୍‌) ବାବଦ ବକେୟା ଅର୍ଥ ପ୍ରଦାନ କରିବାକୁ ଭୋଡାଫୋନ-ଆଇଡିଆ ସମ୍ମତି ପ୍ରଦାନ କରିଛି। ଏହି ବାବଦରେ କେତେ ଅର୍ଥ ପ୍ରଦାନ କରାଯିବ...

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ମୁମ୍ବାଇ,୧୯।୪: ବଲିଉଡ୍‌ର ସୁପରଷ୍ଟାର ତଥା ବିଗ୍‌ ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଭରିଥିବା ଜଣାପଡ଼ିଛି। ଚଳିତ...

ଜନ୍ମିତ ଶିଶୁର ନାମ ‘ସାନିଟାଇଜର୍‌’

ଲକ୍ଷ୍ନୌ: ଦେଶ ସହିତ ସମଗ୍ର ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ପ୍ରଥମେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା।...

Leave a comment

Your email address will not be published. Required fields are marked *