Posted inଖେଳ

ବାର୍ଟି-ଭାଣ୍ଡ୍ରୋସୋଭା ଫାଇନାଲ

ପ୍ୟାରିସ, ୭।୬-ଚଳିତ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲ ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି ଏବଂ ଚେକ୍‌ ରିପବ୍ଲିକର ସ୍ବଳ୍ପ ବୟସ୍କା ମାର୍କେଟା ଭୋଣ୍ଡ୍ରୋସୋଭାଙ୍କ ମଧ୍ୟରେ ହେବ। ଶୁକ୍ରବାର ଅନୁଷ୍ଠିତ ଏକ ସେମିଫାଇନାଲ ମ୍ୟାଚରେ ବାର୍ଟି ଆମେରିକାର ୧୭ ବର୍ଷୀୟା ଆମାଣ୍ଡା ଆନିସିମୋଭାଙ୍କୁ ୬-୭ (୪-୭), ୬-୩, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ଏହି ବିଜୟ ଦ୍ୱାରା ସେ ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିବାକୁ ଯାଉଛନ୍ତି। ଶନିବାର ଖେଳାଯିବାକୁ ଥିବା ଏହି ମ୍ୟାଚରେ ୨୩ ବର୍ଷୀୟ ବାର୍ଟି ଚେକ୍‌ ଖେଳାଳି ଭେଣ୍ଡ୍ରୋସୋଭାଙ୍କୁ ଭେଟିବେ। ଭୋଣ୍ଡ୍ରୋସୋଭା ଅନ୍ୟ ସେମିଫାଇନାଲରେ ଜୋହାନ କୋଣ୍ଟାଙ୍କୁ ୭-୫, ୭-୬ (୭-୨)ରେ ହରାଇ ଦେଇଛନ୍ତି। ୨୮ବର୍ଷୀୟ ବ୍ରିଟିଶ ଖେଳାଳି କୋଣ୍ଟା ପ୍ରଥମ ୩ ସେଟ୍‌ ପଏଣ୍ଟ କନଭର୍ଟ କରିବାରେ ବିଫଳ ହେବାରୁ ଏହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଅନ୍ୟପକ୍ଷରେ ଭୋଣ୍ଡ୍ରୋସୋଭା ଗୋଟିଏ ହେଲେ ସେଟ୍‌ ଡ୍ରପ୍‌ କରି ନ ଥିଲେ। ୨୦୦୭ରେ ସର୍ବିୟାର ଆନା ଇଭାନୋଭିଚ୍‌ଙ୍କ ପରେ ସ୍ବଳ୍ପ ବୟସ୍କା ଖେଳାଳି ହିସାବରେ ରୋଲାଣ୍ଡ ଗ୍ୟାରୋସଠାରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି।


All Right Reserved By Dharitri.Com

Posted inଖେଳ View All

ନୂଆବର୍ଷରେ ହାର୍ଦ୍ଦିକଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ,୨।୧ (ପି.ଟି.)- ନୂଆବର୍ଷର ପ୍ରଥମ ଦିନରେ ଭାରତୀୟ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ନିର୍ବନ୍ଧ କଥା ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ସର୍ବିୟା...

କେପିଏଲ ମ୍ୟାଚ୍‌ ଫିକ୍ସିଂ: ପୂର୍ବତନ ଭାରତୀୟ ପେସରଙ୍କୁ ଡକାଇଲା ସିସିବି

ବେଙ୍ଗାଲୁରୁ,୨୯।୧୧- କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ)ର ବେଟିଂ ଓ ସ୍ପଟ ଫିକ୍ସିଂ ସ୍କାଣ୍ଡାଲରେ ଜଡ଼ିତ ଥିବା ସନ୍ଦେହରେ ପୂର୍ବତନ ଭାରତୀୟ ପେସର ତଥା କର୍ନାଟକ ରଣଜୀ...

ଓଡ଼ିଆ ହକି ତାରକା ସୁନୀତା ଲାକ୍ରାଙ୍କ ଅବସର

ନୂଆଦିଲ୍ଲୀ, ୨।୧ (ପି.ଟି.)- ଭାରତୀୟ ମହିଳା ହକି ଦଳର ଷ୍ଟାର୍‌ ଖେଳାଳି ତଥା ଓଡ଼ିଆ ଡିଫେଣ୍ଡର୍‌ ସୁନୀତା ଲାକ୍ରା ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା...

୨୦୨୩ ହକି ବିଶ୍ୱକପ୍‌ ଆୟୋଜନ: ବିଡ୍‌ ଦାଖଲ କଲା ଭାରତ

ଲାଉସେନ,୧୮।୧୦(ପି.ଟି.)- ୨୦୨୩ରେ ଆୟୋଜନ ହେବାକୁଥିବା ହକି ବିଶ୍ୱକପ୍‌ର ଆଗାମୀ ସଂସ୍କରଣ ଆୟୋଜନ କରିବାକୁ ଭାରତ ଦାବି ଉପସ୍ଥାପନା କରିଛି। ଭାରତ ସମେତ ୩ଟି ଦେଶ ଏ...

ଓ୍ବାର୍ମଅପ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଅଷ୍ଟ୍ରେଲିଆ

ସାଉଥମ୍ପଟନ୍‌, ୨୩।୫(ପି.ଟି.)- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ୍‌ ସମୟ ବାକିଥିବାବେଳେ ବୁଧବାର ଏଠାରେ ଅନୁଷ୍ଠିତ ଏକ ଓ୍ବାର୍ମଅପ୍‌...

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ସେରେନା, ଓଜନିଆକି

ମେଲବୋର୍ନ, ୨୩।୧(ଏଏଫ୍‌ପି)- ଅଷ୍ଟ୍ରେଲିଆ ଓପନ୍‌ ମହିଳା ସିଙ୍ଗଲ୍ସରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ମଧ୍ୟ ବିଜୟୀ ହୋଇ ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ସେମାନଙ୍କ...

ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ : ଶୀର୍ଷକୁ ଉଠିଲା ଏଟିକେ

କୋଲକାତା, ୧୯।୧ (ପି.ଟି.)- ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଏଟିକେ ୨-୦ ଗୋଲରେ ଏଫ୍‌ସି ଗୋଆକୁ ପରାସ୍ତ କରିଛି। ସ୍ଥାନୀୟ...

ବିସିସିଆଇ ନିର୍ବାଚନ: ମଧ୍ୟପ୍ରଦେଶ, ଛତିଶଗଡ଼, କର୍ନାଟକ ନିର୍ଦ୍ଦେଶ ପାଳନ କରିବେ

ନୂଆଦିଲ୍ଲୀ, ୧୪ା୯ (ପି.ଟି.)-ଶେଷରେ ଛତିଶଗଡ଼, କର୍ନାଟକ ଏବଂ ମଧ୍ୟ ପ୍ରଦେଶ ରାଜ୍ୟ କ୍ରିକେଟ ଆସୋସିଏଶନ ପ୍ରଶାସକ କମିଟି (ସିଓଏ)ର ନିର୍ଦ୍ଦେଶ ଅନୁସାରେ ସେମାନଙ୍କ ସମ୍ବିଧାନ ସଂଶୋଧନ...

Leave a comment

Your email address will not be published. Required fields are marked *