୧୬ନଂ ଏନ୍‌ଏଚ୍‌ରେ ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍‌, ବାଇକ: ଦମ୍ପତି ଗୁରୁତର

ଧର୍ମଶାଳା,୫ା ୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ସାରୋଇ ଛକ ନିକଟରେ ଗୁରୁବାର ଏକ ବାଇକକୁ ଟ୍ରକ୍‌ ଧକ୍କା ଦେବା ପରେ ଉଭୟ ଗାଡ଼ି ଜଳିଯାଇଛି। ଏଥିରେ ବାଇକରେ ଯାଉଥିବା ଦମ୍ପତି ଗୁରୁତର ହୋଇଛନ୍ତି। ସେମାନେ ହେଲେ ଭଦ୍ରକ ଜିଲା ବନ୍ତ ଅଞ୍ଚଳର ତାପସ ତରେଇ(୩୨) ଓ ଶୁଭଲକ୍ଷ୍ମୀ ନାୟକ(୨୮)। ଉଭୟ ଏକ ବାଇକରେ ଭୁବନେଶ୍ୱରରୁ ଭଦ୍ରକ ଫେରୁଥିବା ବେଳେ ସକାଳ ୧୦ଟା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଦମ୍ପତିଙ୍କୁ ଉଦ୍ଧାର କରି ବଡଚଣା ମେଡିକାଲ ପଠାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଗାଡି ଜଳୁଥିବା ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଥିଲା। ଏହି ସମୟରେ ଉକ୍ତ ରାସ୍ତାଦେଇ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାର ଉଭୟ ପଟେ ଶହଶହ ଗାଡି ଅଟକି ରହିଥିଲା। ଧର୍ମଶାଳା ପୋଲିସ ୮୮/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


All Right Reserved By Dharitri.Com

ଇଭିଏମ୍‌ର ସ୍ବଚ୍ଛତାକୁ ନେଇ ମାମଲା: ଖାରଜ କଲେ ହାଇକୋର୍ଟ

କଟକ ଅଫିସ,୨୩।୭: ଇଭିଏମ୍‌ର ସ୍ବଚ୍ଛତାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ଖାରଜ ହୋଇଛି। ଉକ୍ତ ମାମଲାକୁ ବେଆଇନ ଦର୍ଶାଇ ଅଦାଲତ ଖାରଜ କରିଛନ୍ତି। ଏହାକୁ...

ପିଆଜ ଦରରେ ନିଆଁ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ରାଜ୍ୟରେ ପିଆଜ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ବଜାରରେ ପିଆଜ ମୂଲ୍ୟ କିଲୋ ପିଛା ୮୦ରୁ ୯୦ ଟଙ୍କାରେ ବିକ୍ରି...

ଅସୁସ୍ଥ ମାଈ ହାତୀକୁ ଜଗି ବସିଛି ଦନ୍ତା: ପାଖ ମଡ଼ାଇ ଦେଉନି

ନିରାକାରପୁର, ୧୮।୩(ଡି.ଏନ୍‌.ଏ.): ଟାଙ୍ଗୀ ବନଖଣ୍ଡ ସରପାରି ପଞ୍ଚାୟତ ବାଁବରଡ଼ା ମୌଜାସ୍ଥିତ ଚାରିବାଟିଆ ଗହିର ଜମିର ମଲାଗୁଣୀ ନଦୀ ପଠାରେ ଏକ ମାଈ ହାତୀ ଅସୁସ୍ଥ ହୋଇ...

ହୋମ୍‌ କ୍ୱାରାଣ୍ଟାଇନ ନିୟମକୁ ଉଲ୍ଲଂଘନ: କ୍ୱାରାଣ୍ଟାଇନ ସେଣ୍ଟର ଗଲେ ସମ୍ପୃକ୍ତ ବ୍ୟକ୍ତି

ଛତ୍ରପୁର,୧୮ା୫(ଡି.ଏନ୍‌.ଏ)-ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ବାସ୍ଥ୍ୟ ଆପ୍‌। ଜିଲାରେ ହୋମ୍‌ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କୁ ଏହି ଆପ୍‌ ଦ୍ୱାରା ମନିଟରିଂ କରାଯାଉଛି। ଉକ୍ତ...

ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ପଦବୀରେ ଓଡ଼ିଆ

ଭୁବନେଶ୍ୱର,୯।୩(ବ୍ୟୁରୋ): ଓଡ଼ିଶାରେ ଜନ୍ମିତ ବହୁ ପ୍ରଶାସନିକ ଅଧିକାରୀ ବର୍ତ୍ତମାନ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରୁଛନ୍ତି। ସ୍ବାଧୀନତା ପରବର୍ତ୍ତୀ ସମୟଠାରୁ ଅନୁଧ୍ୟାନ କଲେ ବର୍ତ୍ତମାନ ସମୟରେ...

ହାର ମାନିନାହାନ୍ତି କ୍ୟାନସର ପୀଡ଼ିତା ଦମ୍ପତି

କେନ୍ଦୁଝର, ୫ା୨ (ସ୍ବ.ପ୍ର.)-କେନ୍ଦୁଝର ସହରର ପବିତ୍ରଡିହା ସାହିରେ ରହୁଛନ୍ତି ଗୋପାଲ ଶର୍ମା(୬୪) ଙ୍କ ପରିବାର ା ବେଶ ଖୁସିରେ ତିନି ଝିଅ, ଜଣେ ପୁଅ ଓ...

ମୁଣ୍ଡାରୀ ସମ୍ପ୍ରଦାୟର ବୁରୁବଙ୍ଗା ମହୋତ୍ସବ

ବଡ଼ସାହି,୨୦ା୧(ସ୍ବ.ପ୍ର)-ବଡସାହି ପଞ୍ଚାୟତ କେନ୍ଦୁଆସାହି ବିର୍ସା ମଇଦାନରେ ବୁରୁବଙ୍ଗା ସାସାଂକିର୍‌ କମିଟି ଓ ବୁରୁବଙ୍ଗା ଯୁବକ ସଂଘ ଆନୁକୂଲ୍ୟରେ ମୁଣ୍ଡାରୀ ସମ୍ପ୍ରଦାୟ ତରଫରୁ ୬ଷ୍ଠ ବାର୍ଷିକ ‘ବୁରୁବଙ୍ଗା...

୩୭ ସୀମାନ୍ତ ରାସ୍ତା ଉପରେ କଡ଼ା ନଜର

ଭୋଗରାଇ,୨୫।୪(ଡି.ଏନ.ଏ.)- ଓଡ଼ିଶାର କରୋନା ସଂକ୍ରମିତ ସଂଖ୍ୟା ଏକ ତୃତୀୟାଂଶ ପଶ୍ଚିମବଙ୍ଗରୁ ଲିଙ୍କ ହୋଇଥିବାର ପ୍ରକାଶ ପରେ ଗତ ଗୁରୁବାର ରାତି ୧୦ଟାରୁ ବାଲେଶ୍ୱର ଜିଲାକୁ ସଟ୍‌ଡାଉନ୍‌...

Leave a comment

Your email address will not be published. Required fields are marked *