Posted inଜାତୀୟ

କରୋନା ଭାଇରସ ଭୟ: ସ୍ଥଗିତ ରହିଲା ଏସିଆନ ସିକ୍ୟୁରିଟି କନଫରେନ୍ସ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ଏବେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି। ଏହାକୁ ନେଇ କେତେକ ଦେଶରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡିଲାଣି। ସେହିପରି ରାଜଧାନୀ ଦିଲ୍ଲୀରେ ଆସନ୍ତା ୧୨-୧୩ ତାରିଖରେ ଆୟୋଜିତ ହେବାକୁ ଥିବା ୨୧ତମ ଏସିଆନ ସିକ୍ୟୁରିଟି କନଫରେନ୍ସକୁ ମଧ୍ୟ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, କରୋନା ଭାଇରସରେ ଏବେ ବିଶ୍ୱର ପ୍ରାୟ ୮୨ ଦେଶ ପ୍ରଭାବିତ ହୋଇଥିବା ବେଳେ ଭାରତରେ ଏପର୍ଯ୍ୟନ୍ତ ପ୍ରାୟ ୨୯ ଜଣଙ୍କୁ ଚିହ୍ନଟ କରାଯାଇଥିବା କୁହାଯାଉଛି। କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଗକୁ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡିକୁ ବନ୍ଦ କରାଯାଉଛି।


All Right Reserved By Dharitri.Com

କରୋନା ଭୟ: ଦିଲ୍ଲୀରେ ବନ୍ଦ ହେଲା ସମସ୍ତ ମଲ୍‌ ଖୋଲାରହିବ ଔଷଧ ସହ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ

ନୂଆଦିଲ୍ଲୀ,୨୦।୩: ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ଶୁକ୍ରବାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦିଲ୍ଲୀରେ...

ଲକ୍ଷ୍ମୀଙ୍କ ପ୍ରତିକ ଭାବେ ନୂଆ କାର୍‌ରେ ନିଜ ଝିଅର ଅଳତା ପାଦ ଚିହ୍ନ ଲଗାଇଲେ ନାଗେଶ

ମୁମ୍ବାଇ,୯।୧: ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଏବେ ଏକ ଟିକ୍‌ଟକ୍‌ ଭିଡିଓ ମାଧ୍ୟମରେ ଆସିଛନ୍ତି ଚର୍ଚ୍ଚାକୁ। ସେ ତାଙ୍କର ଏକ ନୂଆ କାର୍‌ କିଣିବା ପରେ ଲକ୍ଷ୍ମୀଙ୍କ...

ମୋଫେଡ ଚାଳକଙ୍କୁ ଦେଖି ଚାଲାଣ କାଟିବା ପରିବର୍ତ୍ତେ ହାତ ଯୋଡି ଦେଲା ପାଲିସ

ଚନ୍ଦୌଲି,୧୩।୯: ଉତ୍ତର ପ୍ରଦେଶରେ ଜଣେ ମୋଫେଡ ଚାଳକଙ୍କୁ ଦେଖି ଟ୍ରାଫିକ୍‌ ପୋଲିସ ଯାଞ୍ଚ କରି ଚାଲାଣ କାଟିବା ପରିବର୍ତ୍ତେ ହାତ ଯୋଡି ଦେବା ଏବେ ଚର୍ଚ୍ଚାର...

ଅଜିତ୍‌ ପାଓ୍ବାର ହେବେ ଉପମୁଖ୍ୟମନ୍ତ୍ରୀ: ଡିସେମ୍ବର ୧୬ରୁ ଶୀତ ଅଧିବେଶନ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶାସନ ଆରମ୍ଭ ହୋଇଛି। ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଖୁବ୍‌ ଶୀଘ୍ର ଅଜିତ୍‌ ପାଓ୍ବାର ଶପଥ ନେବାର...

ମୌସୁମୀ ବର୍ଷାରେ ବେହାଲ ମହାରାଷ୍ଟ୍ର

ମୁମ୍ବାଇ,୯।୬: ଚଳିତ ବର୍ଷ ପ୍ରଥମ କରି ଶନିବାର କେରଳ ଛୁଇଁଲା ମୌସୁମୀ। ଏହାର ପ୍ରଭାବରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ମଧ୍ୟ ବହିଥିଲା। ଏହି...

୧୮୮୫ଠାରୁ ରାମଚବୁତରାରେ ହେଉଥିଲା ପୂଜା: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୧୦: ଅଯୋଧ୍ୟା ମାମଲାର ୩୮ତମ ଦିନର ଶୁୁଣାଣି ସୋମବାର କରାଯାଇଛି। ଏଥିରେ ମୁସଲମାନ୍‌ ପକ୍ଷଙ୍କ ଆଇନଜୀବୀ ରାଜୀବ ଧାଓ୍ବନଙ୍କୁ ଖଣ୍ଡପୀଠ ପକ୍ଷରୁ ପ୍ରଶ୍ନ କରାଯାଇଥିଲା ଯେ,...

ଶାଶୁ, ଶ୍ୱଶୁରଙ୍କ ଯତ୍ନ ନେଲେ ମିଳିବ ଉପହାର

ଚଣ୍ଡିଗଡ,୨୬।୮: ସମାଜରେ ଶାଶୁ-ବୋହୂ କଳି ବହୁ ପୁରୁଣା। କେତେବେଳେ ବୋହୂ ଶାଶୁଙ୍କୁ ପିଟିଲାଣି ତ ଆଉ କେତେବେଳେ ଶାଶୁ ବୋହୂକୁ ନିର୍ଯାତନା ଖବର ଚର୍ଚ୍ଚାକୁ ଆସେ।...

ଇତିହାସ ପାଲଟିବ ମିଗ୍‌-୨୭: ବାୟୁସେନାରୁ ନେବ ବିଦାୟ

ଯୋଧପୁର,୨୬।୧୨: ଡିସେମ୍ବର ୨୭ ପରେ ଯୁଦ୍ଧ ବିମାନ ମିଗ୍‌-୨୭ ଇତିହାସ ପାଲଟିବ। ଭାରତୀୟ ବାୟୁସେନାରୁ ମିଗ୍‌-୨୭ ଯୁଦ୍ଧ ବିମାନକୁ ବିଦାୟ ଦିଆଯିବ। ଶେଷଥର ପାଇଁ ଏହା...

Leave a comment

Your email address will not be published. Required fields are marked *