ପ୍ରତି ମହିଳା ୬ ସନ୍ତାନ ପ୍ରସବ କରିବାକୁ କହିଲେ ରାଷ୍ଟ୍ରପତି

କାରାକସ,୫।୩: ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଏକ ସମସ୍ୟା ହୋଇ ଦେଖାଦେଇଥିବା ବେଳେ ଏବେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମଦୁରୋ ଏମିତି ଏକ ବୟାନ ଦେଇଛନ୍ତି ଯାହା ଚର୍ଚ୍ଚାକୁ ଆସିଛି। ସେ ତାଙ୍କ ଦେଶର ପ୍ରତି ମହିଳାଙ୍କୁ ଅତି କମ୍‌ରେ ୬ ସନ୍ତାନ ପ୍ରସବ କରିବାକୁ କହିଛନ୍ତି। ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ଅଧିକାଂଶ ଲୋକେ ଦେଶଛାଡି ପଳାଇ ଯାଉଥିବା ଦେଖାଯାଇଛି। ତେଣୁ ଲୋକମାନେ କିପରି ଦେଶଛାଡି ନ ଯିବେ ସେଥିପାଇଁ ସେ ମହିଳାମାନଙ୍କୁ ୬ ସନ୍ତାନ ଜନ୍ମ ଦେବା କଥା କହିଛନ୍ତି ବୋଲି ଜଣାପଡିଛି। ଜନସଂଖ୍ୟା ବୃଦ୍ଧିର ବିଭିନ୍ନ ପଦ୍ଧତି ଉପରେ ଆଲୋଚନା କରିବା ସମୟରେ ଏକ ଟେଲିଭଜନ କାର୍ଯ୍ୟକ୍ରମ ମାଧ୍ୟମରେ ରାଷ୍ଟ୍ରପତି ନିକୋଲସ ଏହା କହିଥିବା ଜଣାପଡିଛି। ନିକୋଲସଙ୍କ ଏହି ବୟାନକୁ ନେଇ ପରେ ଆଲୋଚନା କରାଯାଇଛି। ଅନେକଙ୍କର ମତ ରହିଛି ଯେ ଯେଉଁ ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଓ ଯେଉଁ ଦେଶରେ ଶିଶୁଙ୍କର ଭିବଷ୍ୟତ ବୋଲି କିଛି ନାହିଁ ସେଠାରେ ମହିଳାଙ୍କୁ ୬ ସନ୍ତାନ ପ୍ରସବ କରିବା କଥା କହିବା କେତେଦୂର ଯଥାର୍ଥ। ସୂଚନାଯୋଗ୍ୟ, ଭେନେଜୁଏଲାରେ ଜନସଂଖ୍ୟା ୨୦୧୬ ଜନଗଣନା ଅନୁଯାୟୀ ପ୍ରାୟ ୩.୨ କୋଟି ଥିବାରୁ ରାଷ୍ଟ୍ରପତି ଏଥିରେ ବୃଦ୍ଧି ଘଟଇବାକୁ ଚାହୁଁଛନ୍ତି।


All Right Reserved By Dharitri.Com

ବେଲୁନ୍‌ ଲ୍ୟାମ୍ପ: ଉଚ୍ଚତା ୩୫ ସେ.ମି., ମୂଲ୍ୟ ୩୭ ଡଲାର

ହରର୍‌ ମୁଭି ଦେଖିବାକୁ ଭଲ ପାଉଥିବା ବ୍ୟକ୍ତି ନିଶ୍ଚିତଭାବେ ୨୦୧୭ରେ ଆସିଥିବା ଷ୍ଟିଫେନ୍‌ କିଙ୍ଗଙ୍କ ଉପନ୍ୟାସ ‘ଇଟ୍‌’ ଉପରେ ଆଧାରିତ ଚଳଚ୍ଚିତ୍ର ଦେଖିଥିବେ। ସେଥିରେ ମୁଖ୍ୟ...

ଏମିତି ଏକ ମନ୍ଦିର, ଯେଉଁଠି କ୍ଷୀର ଚଢାଇଲେ ରଙ୍ଗ ବଦଳିଯାଏ

ସମାଜରେ ଚାଲିଥିବା ବିଶ୍ୱାସ, ଅନ୍ଧବିଶ୍ୱାସ ମଧ୍ୟରେ ବେଳେବେଳେ ଏପରି କିଛି ଚମତ୍କାର ସମ୍ନାକୁ ଆସିଥାଏ, ଯାହାକୁ ବିଜ୍ଞାନ ମଧ୍ୟ ବୁଝିପାରି ନ ଥାଏ। ସେହିଭଳି ଏକ...

ବିବାହ ପରେ ଯେଉଁଠି ନବଦମ୍ପତ୍ତିଙ୍କ ଦେହରେ ବୋଳାଯାଏ କାଦୁଅ…

ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ଏଭଳି ପରମ୍ପରା ପଛରେ କିଛି ରୋଚକ କାହାଣୀ ରହିଥାଏ । ସ୍କଟଲାଣ୍ଡ୍‌ରେ ବିବାହ...

ଆମେରିକାରେ ଖାଦ୍ୟ ସଙ୍କଟ: କରୋନା ସଂକ୍ରମଣ ଯୋଗୁ କୋଟିଏ ୭୦ ଲକ୍ଷ ଭୋକିଲା

ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଅଚଳାବସ୍ଥା ଦେଖାଦେଇଛି। ଦେଶର ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିଛି। ସେହିପରି ଲକ୍‌ଡାଉନ୍‌ ଯୋଗୁ ବେରୋଜଗାର ହୋଇ ଲୋକେ...

ଆସିଲା ଭଲ ଖବର: ଆଣ୍ଟି-ପାରାସାଇଟ୍ ଔଷଧ ଦ୍ୱାରା ୪୮ ଘଣ୍ଟାରେ ନଷ୍ଟ ହେଲା କରୋନା ଭୂତାଣୁ !

ନୂଆଦିଲ୍ଲୀ/ମେଲବୋର୍ନ,୫।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି । ତେବେ କରୋନା ଭୂତାଣୁକୁ ମାତ୍ର ୪୮ ଘଣ୍ଟାରେ ନଷ୍ଟ କରାଯାଇଥିବା ଖବର ମିଳିଛି...

ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ: ୪ ମୃତ

କାବୁଲ,୨୮।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ରବିବାର ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା...

ଭଲ ନିଦ ଆଣିବ ସ୍ମାର୍ଟ ପାଇଜାମା

ୟୁନିଭର୍ସିଟି ଅଫ୍‌ ମାସାଚ୍ୟୁସେଟସ୍‌ର ଗବେଷକ ତ୍ରିଶା ଆଣ୍ଡ୍ର୍ୟୁ ଓ ତାଙ୍କ ସାଥୀ ଗବେଷକମାନେ ସ୍ମାର୍ଟ ପାଇଜାମା ଓ ସାର୍ଟ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ସ୍ବୟଂ ଚାଳିତ...

କୁକୁର ଛୁଆଙ୍କୁ ଅଳିଆ ଗଦାରେ ପକାଇବାରୁ ଗିରଫ ହେଲେ ମହିଳା

କାଲିଫର୍ନିଆ,୨୩।୪: ଆମେରିକାର କାଲିଫର୍ନିଆରେ ଜଣେ ମହିଳା ୭ଟି କୁକୁର ଛୁଆଙ୍କୁ ଏକ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ଜିପ୍‌ରେ ଆସି ରାସ୍ତା କଡରେ ରଖାଯାଇଥିବା ଏକ...

Leave a comment

Your email address will not be published. Required fields are marked *