ବେଗୁନିଆରୁ ୧୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ୍‌/ବେଗୁନିଆ, ୫ା୩(ଡି.ଏନ୍‌.ଏ.): ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ପୋଲିସ ମଙ୍ଗଳବାର ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମର ନବକିଶୋର ସାହୁ (୩୮)। ନବକିଶୋର ଦୀର୍ଘଦିନ ହେଲା ବ୍ରାଉନସୁଗାର ବିକ୍ରି କରୁଥିଲେ। ବିଶେଷକରି ସେ ବେଗୁନିଆ ଥାନା ଅଞ୍ଚଳର କେତେକ ଗାଁକୁ ଗାଁ ବୁଲି ବ୍ୟବସାୟ କରୁଥିବା ଖବର ମିଳିଥିଲା। ମଙ୍ଗଳବାର ରାତିରେ ସେ ବେଗୁନିଆ ଥାନା ବଡବେରଣା ଗ୍ରାମରେ ବ୍ରାଉନସୁଗାର ବିକ୍ରି କରୁଥିବା ଖବର ପୋଲିସକୁ ହସ୍ତଗତ ହୋଇଥିଲା। ପୋଲିସ ଟିମ୍‌ ଚଢାଉ କରି ନବକିଶୋରଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଥିଲା। ଜବତ ବ୍ରାଉନସୁଗାରର ମୂଲ୍ୟ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ହେବ। ନବକିଶୋରଙ୍କୁ ବୁଧବାର ଖୋର୍ଦ୍ଧା ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଖୋର୍ଦ୍ଧା ଉପକାରାଗାରକୁ ପଠାଇ ଦିଆଯାଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ।


All Right Reserved By Dharitri.Com

ଡିବିରି ନିଆଁରୁ ଅଗ୍ନିକାଣ୍ଡ, ବାପପୁଅ ଗୁରୁତର

ତୁମୁଡ଼ିବନ୍ଧ,୨୬ା୬(ଡି.ଏନ୍‌.ଏ)-ତୁମୁଡ଼ିବନ୍ଧ ବ୍ଲକ ବେଲଘର ବଜାରସାହିରେ ସୋମବାର ରାତିରେ ଡିବିରିରୁ ନିଅଁା ବ୍ୟାପି ୨ ବଖରା ଜଳି ଯାଇଥିବାବେଳେ ବାପ ପୁଅ ଗୁରୁତର ହୋଇଛନ୍ତି। ସେମାନେ ହେଲେ...

ବରଗଡ଼ରେ ଭାରତ ବନ୍ଦ ପ୍ରଭାବ: ଦୋକାନ ବଜାର ବନ୍ଦ, ଯାତାୟାତ ଠପ୍‌

ବରଗଡ଼ ଅଫିସ, ୨୩।୨- ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ରାୟକୁ କେନ୍ଦ୍ର କରି ରବିବାର ଭୀମ ଆର୍ମି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ବରଗଡ଼ରେ...

ମହାପ୍ରୟାଣ ଗାଡ଼ିରେ ପରିବା ବୁହା

ଅନୁଗୋଳ ଅଫିସ୍‌, ୧୩।୩  – ମେଡିକାଲରୁ ସମ୍ମାନର ସହ ମୃତଦେହ ପରିବହନ ପାଇଁ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ହେଲେ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ...

୭ରେ ତପୋବନ ମହିମା ମେଳା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ

ଢେଙ୍କାନାଳ ଅଫିସ, ୩୦।୧୦: ମହିମାଧର୍ମର ଆଦିପୀଠ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତପୋବନ ମହିମା ବିହାରରେ ଆସନ୍ତା ୭ ତାରିଖରେ ତପୋବନ ମେଳା ଅନୁଷ୍ଠିତ ହେବ।...

ଜାତୀୟ ପତାକାକୁ ଅସମ୍ମାନ, ଥାନାରେ ଅଭିଯୋଗ

ଭଞ୍ଜନଗର,୧୭।୮(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ଜେଲ ପଡ଼ିଆରେ ଗୁରୁବାର ଚାଲିଥିଲା। ଏହି ସମୟରେ ସହରର ଜଣେ ବ୍ୟବସାୟୀ ନିଜ ପୋଷା କୁକୁର ବେକରେ ଓ...

ବିପଦ ସଙ୍କେତ ଉପରେ ମହାନଦୀ, କମେଇ : ବନ୍ୟାଜଳରେ ବୁଡ଼ିଲା ଫସଲ ଜମି

ଖଣ୍ଡପଡ଼ା,୧୪ା୮(ସ୍ବ.ପ୍ର.): ୩ ଦିନ ଧରି ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ସୃଷ୍ଟି ହୋଇଛି । ମହାନଦୀର ବିପଦ ସଙ୍କେତ ଜଳପତ୍ତନ...

ଚୋରା ଲୁହା ସ୍କ୍ରାପ୍‌ ବୋଝେଇ ଗାଡ଼ି ଜବତ: ୨ କୋର୍ଟ ଚାଲାଣ

ଯୋଡ଼ା,୩୦।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ାଠାରେ ଥିବା ଏକ ଗାଡ଼ି ଶୋ’ରୁମ୍‌ ନିକଟରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ପୋଲିସ ଚଢ଼ାଉ କରି ଏକ ଚୋରା...

ଉପନିର୍ବାଚନ ୧୦ମ ରାଉଣ୍ଡ UPDATE: ୫୨,୧୪୨ ଭୋଟରେ ବିଜେଡି ଆଗୁଆ

ବରଗଡ଼ ଅଫିସ,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଗୁରୁବାର ସକାଳ ୮ଟାରୁ ଭୋଟ ଗଣତି ଜାରି ରହିଛି। ପଦ୍ମପୁର ଆର୍‌ଏମ୍‌ସି ଗୋଦାମ ପରିସରରେ ଥିବା...

Leave a comment

Your email address will not be published. Required fields are marked *