Posted inଜାତୀୟ

ବାଟରେ ଅଟକି ଚା’ ପିଇଲେ ରାହୁଲ

ମାଲାପ୍ପୁରମ୍‌,୭।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ୩ଦିନିଆ ଓ୍ବାୟନାଡ ସ୍ତରେ ଯିବା ସମୟରେ ମାଲାପ୍ପୁରମ୍‌ ଜିଲାର ରାସ୍ତା କଡ଼ରେ ଥିବା ଏକ ଦୋକାନରୁ ଚା’ ପିଇବା ପାଇଁ ଅଟକିଥିଲେ। ସେଠାରେ ସେ ତାଙ୍କ ସମର୍ଥକଙ୍କ ସହ ମିଶି ଚା’ ପିଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟର କଂଗ୍ରେସ ନେତା ମୁଲାପାଲି ରାମଚନ୍ଦ୍ରନ୍‌, ରମେଶ ଚେନିଥାଲା ଓ କେ ସି ଭେନୁଗୋପାଳ ମଧ୍ୟ ରହିଥିଲେ। ସାମାନ୍ୟ ଜଳଖିଆ ସହ ରାହୁଲ ସେଠାରେ ଏକ ଗ୍ଲାସରେ ଚା’ ପିଇଥିଲେ। ସୂଚନାଯୋଗ୍ୟ, ଓ୍ବାୟନାଡ ଆସନ ପାଇଁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ରାହୁଲ ନିର୍ବାଚନ ପରେ ସେଠାକାର ଜନ ସାଧାରଣଙ୍କୁ ଧନ୍ୟବାଦ ଦେବାକୁ ୩ ଦିନିଆ ଓ୍ବାୟନାଡ ଗସ୍ତରେ ଶୁକ୍ରବାର ସେଠାରେ ପହଞ୍ଚିଛନ୍ତି।


All Right Reserved By Dharitri.Com

କେଜରିଓ୍ବାଲଙ୍କ ଘର ସମ୍ମୁଖରେ ଭାଜପା କର୍ମକର୍ତ୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୨୬।୯: ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆରସି)କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦେଇଥିବା ବୟାନକୁ ନେଇ ଭାଜପା ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି। ଏନେଇ...

ଭାଜପା ସରକାର କିଛି ନୂଆ କରିପାରିବ ନାହିଁ: ରାହୁଲ

ନୁଆଦିଲ୍ଲୀ,୩।୮: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିହାସ କରିଛନ୍ତି। ଶନିବାର ରାହୁଲ ଟୁଇଟ୍‌ କରି କହିଛନ୍ତି ଭାଜପା...

୧୯୮୪ ଶିଖ୍‌ଦଙ୍ଗାକୁ ରୋକାଯାଇ ପାରିଥାନ୍ତା: ମନମୋହନ

ନୂଆଦିଲ୍ଲୀ, ୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୪ରେ ହୋଇଥିବା ଶିଖ୍‌ ଦଙ୍ଗାକୁ ରୋକାଯାଇ ପାରିଥାନ୍ତା। ଏନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ...

ନାଗରିକତା ସଂଶୋଧନ ବିଲ୍‌ ନେଇ ହିଂସା: ଦିବ୍ରୁଗଡ଼ରେ ବିକ୍ଷୋଭକାରୀଙ୍କ ଉପରେ ପୋଲିସର ଲାଠି ଚାଳନା

ଦିବ୍ରୁଗଡ଼, ୧୧।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ଆସାମରେ ହିଂସାକାଣ୍ଡ ଜାରି ରହିଛି। ବୁଧବାର ଉତ୍ୟକ୍ତ ବିକ୍ଷୋଭକାରୀଙ୍କୁ ଘଉଡ଼େଇବା ପାଇଁ ପୋଲିସ ପକ୍ଷରୁ ଲାଠି ଚାଳନା...

ଉତ୍ତରପ୍ରଦେଶ ରାଜନୀତିରେ ଝଡ଼: ଯୋଗୀଙ୍କ ପ୍ରେମିକା ବୋଲି ଦାବି କଲେ ମହିଳା

ଲକ୍ଷ୍ନୌ, ୮।୬: ଉତ୍ତରପ୍ରଦେଶ ରାଜନୀତିରେ ଏବେ ଝଡ଼ ଉଠିଛି। ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ପ୍ରେମିକା ବୋଲି ଦାବି କରିଛନ୍ତି। ତାଙ୍କ ସହିତ...

ଅଜିତ ପାଓ୍ବାରଙ୍କ ସହ ଯୋଗାଯୋଗରେ ଭାଜପାର ୭ ବିଧାୟକ: ଇସ୍ତଫା ଦେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୧୧।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ହାଇ ଭୋଲଟେଜ୍‌ ଡ୍ରାମା ଲାଗିରହିଛି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ୭ ବିଧାୟକ...

ସିକିମ୍‌ରେ ସରକାର ଗଠନ ଲାଗି ଏସ୍‌କେଏମ୍‌ର ଦାବି

ଗାଙ୍ଗଟକ୍‌,୨୬ା୫(ପି.ଟି.): ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌)ର ଏକ ପ୍ରତିନିଧି ଦଳ ଏହାର ଅଧ୍ୟକ୍ଷ ପି.ଏସ୍‌. ଗୋଲେଙ୍କ ନେତୃତ୍ୱରେ ଶନିବାର ରାଜ୍ୟପାଳ ଗଙ୍ଗାପ୍ରସାଦଙ୍କୁ ଭେଟି ପରବର୍ତ୍ତୀ ସରକାର...

ସୋନିଆଙ୍କୁ ଭେଟିଲେ ଚନ୍ଦ୍ରାବାବୁ

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ରାଜନୀତି ସରଗରମ ଥିବା ବେଳେ ବିରୋଧୀ ନେତା ଚନ୍ଦ୍ରାବାବୁ ନାଇଡୁ ରବିବାର ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ...

Leave a comment

Your email address will not be published. Required fields are marked *