ରୋକାଗଲା ନାବାଳିକା ବିବାହ

ଗଣିଆ,୫ା୩ (ଡି.ଏନ.ଏ.): ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡାପାଟଣା ପଞ୍ଚାୟତରେ ମଙ୍ଗଳବାର ଏକ ନାବାଳିକା ବିବାହ ରୋକାଯାଇଛି। ୧୬ ବର୍ଷ ବୟସର ନାବାଳିକାଙ୍କ ମା’ କଟକ ଜିଲା ନରସିଂହପୁର ଅଞ୍ଚଳରେ ଝିଅର ବିବାହ ପାଇଁ ଠିକ୍‌ କରିଥିଲେ। ଆଉ କିଛିଦିନ ପରେ ବିବାହ ପାଇଁ ଉଭୟ ପରିବାର ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ବିଶେଷସୂତ୍ରରୁ ଖବର ପାଇ ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସିଡିପିଓ ଲକ୍ଷ୍ମୀ ଦାସ, ସୁପରଭାଇଜର କଳ୍ପନା ମିଶ୍ର, ଟୁନି ଦାଶ ଓ ଚାଇଲ୍ଡଲାଇନର ଆନନ୍ଦ ଚନ୍ଦ୍ର ବେହେରା ଗ୍ରାମରେ ପହଞ୍ଚି ନାବାଳିକା ମା’ଙ୍କୁ ବୁଝାଶୁଝା କରିବା ସହ ବିବାହ ବନ୍ଦ ପାଇଁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ନାବାଳିକାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଜଣେ ଦିବ୍ୟାଙ୍ଗ ମହିଳା। ଆର୍ଥିକ ଅନଟନ ଲାଗିରହିଥିବାବେଳେ ଝିଅର ବିବାହ ହୋଇପାରିବ କି ନାହିଁ ଭାବି ତାଙ୍କ ମା’ ମାଟ୍ରିକ ପରୀକ୍ଷା ପରେ ପରେ ବିବାହ କରାଇଦେବାକୁ ମନସ୍ଥ କରିଥିଲେ।


All Right Reserved By Dharitri.Com

ମହିଳାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ୩ ଗିରଫ

ବ୍ରହ୍ମପୁର ଅଫିସ,୩ା୬: ସଦର ଥାନା ଅନ୍ତର୍ଗତ ଲୋଚାପଡା ଚୈତନ୍ୟନଗରରେ ରହୁଥିବା ଜଣେ ମହିଳାଙ୍କ ଘରେ ପଶି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପୋଲିସ ୩ ଅଭିଯୁକ୍ତଙ୍କୁ...

ତୃତୀୟ ଦିନରେ ୭୬ ଅନୁପସ୍ଥିତ

କଣିହାଁ, ୨୫ା୨(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକର ବିଜିଗୋଳ ପଞ୍ଚାୟତ ହାଇସ୍କୁଲରେ ସୋମବାର ତୃତୀୟ ଦିନ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ତୃତୀୟ ଭାଷା ପରୀକ୍ଷାରେ...

ବିଜୁ ଉଦ୍ୟାନ ପାଲଟିଲା ମଣ୍ଡପ

ଅନୁଗୋଳ ଅଫିସ, ୨୩।୨ – ଅନୁଗୋଳ ହେମସୁରପଡ଼ାସ୍ଥିତ ବିଜୁ ଉଦ୍ୟାନ ଏବେ ପାଲଟିଛି ମଣ୍ଡପ। ସହରରେ ଥିବା ବିଭିନ୍ନ ମଣ୍ଡପକୁ ନ ଯାଇ ମାଗଣାରେ ଲୋକେ...

ରାସ୍ତା କଡ଼ରେ ଜଣଙ୍କୁ ଜାଳିଦେଲେ ଦୁର୍ବୃତ୍ତ

ଗୋପାଳପୁର,୮ା୫(ଡି.ଏନ୍‌.ଏ.)- ବ୍ରହ୍ମପୁର ପୋଲିସର ଦିଗପହଣ୍ଡି ଓ ଗୋଳନ୍ଥରା ଥାନା ସୀମାବର୍ତ୍ତୀ ଅଞ୍ଚଳରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା କଡ଼ରେ ଜଣଙ୍କୁ ଦୁର୍ବୃତ୍ତମାନେ...

ଅଲପ୍‌ ବରଷାରେ ଦର୍‌ହ ପାଲଟୁଛେ ପଢ଼ାକୁଠି: ବାରନ୍‌ଡାରେ ପାଠ୍‌ ପଢ଼ୁଛନ୍‌ ଛାତ୍ରୀଛାତ୍ର

ଲାଠୋର, ୨୫ା୬ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ କରୁଅଁାଝର ପଁଚେତ୍‌ ସାନଗୁର୍ଜିଭଟା ସରକାରୀ ନୂତନ ଉପ୍ରା ବିଦ୍ୟାଲୟ। ଅଲପ ବରଷାରେ ବି ସ୍କୁଲର...

ସରକାରଙ୍କୁ କ୍ରଶର ମାଲିକ ସଂଘର ଚେତାବନୀ

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଖୋର୍ଦ୍ଧା ଖଣି-ଖାଦାନ ବେପାରରେ ଅପରାଧୀଙ୍କ ସମ୍ପୃକ୍ତିକୁ ନେଇ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ (ସ୍ପେଶାଲ ଟାସ୍କ ଫୋର୍ସ) ଟିମ ଖୋଳତାଡ ଚଳାଇଛି। ବେଆଇନ ଖନନକାରୀ ଅଭିଯୁକ୍ତଙ୍କୁ ଏସ୍‌ଟିଏଫ...

ଦିନରେ ଆହାର କେନ୍ଦ୍ର, ରାତିରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ଗଞ୍ଜାମ,୨୦ା୫(ଡି.ଏନ.ଏ.)-ଗଞ୍ଜାମ ସହରର ବହୁ ପୁରାତନ ଭାରତୀ ବିଦ୍ୟାପୀଠ ନିକଟରେ ରହିଛି ମିନି ଷ୍ଟାଡିୟମ। ଏନ୍‌ଏସିର ପୂର୍ବତନ ନଗରପାଳ ସ୍ବର୍ଗତ ଶରତ ଚନ୍ଦ୍ର ପଣ୍ଡାଙ୍କ ସମୟରେ ଏହାର...

୩୮ ୟୁନିଟ୍‌ ରକ୍ତ ସଂଗୃହୀତ

ପାଟଣା,୧।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଶୁକ୍ରବାର ବ୍ଲକ ବିଜେଡି ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ...

Leave a comment

Your email address will not be published. Required fields are marked *