ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିମନ୍ତେ କାଠ ଅନୁକୂଳ

ଖଣ୍ଡପଡ଼ା,୫ା୩(ସ୍ବ.ପ୍ର.): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ନିମନ୍ତେ ପାରମ୍ପରିକ ରୀତିନୀତି ଅନୁଯାୟୀ ଖଣ୍ଡପଡ଼ାଠାରେ ବୁଧବାର ସନ୍ଧ୍ୟାରେ କାଠ ଅନୁକୂଳ ଅନୁଷ୍ଠିତ ହୋଇଛି। ଖଣ୍ଡପଡ଼ା ଏନ୍‌ଏସିର ୧ନଂ. ୱାର୍ଡ ଟିଙ୍କଚୁଆ ଗ୍ରାମ ନିକଟରୁ ସ୍ଥାନୀୟ ବନ ବିଭାଗ ସହାୟତାରେ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଆମ୍ବଗଛଗୁଡିକୁ ଚିହ୍ନଟ କରାଯାଇଥିଲା। ଖଣ୍ଡପଡା ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡା, ତହସିଲଦାର ପାର୍ଥସାରଥି ହାଁସଦା, ବନପାଳ ଶ୍ରୀନିବାସ ଦାଶ ଓ ଶ୍ରୀନିବାସ ମହାପାତ୍ରଙ୍କ ସମେତ ଲିଙ୍ଗରାଜ ମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ହେମନ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବକାଠକୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ୩ଟି ଆମ୍ବଗଛକୁ ଟ୍ରକ୍‌ରେ ଲଦାଯାଇ ଭୁବନେଶ୍ୱର ପଠାଯାଇଛି। ପ୍ରଥମ ପର୍ଯ୍ୟାୟରେ ତିନୋଟି ଆମ୍ବକାଠ ଗଣ୍ଡି ପଠାଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ୮ଟି ଆମ୍ବ ଗଣ୍ଡି ପଠାଯିବ ବୋଲି ବନାଞ୍ଚଳ ଅଧିକାରୀ ପଣ୍ଡାଙ୍କଠାରୁ ପ୍ରକାଶ। ସୂଚନାଯୋଗ୍ୟ ରାଜାରାଜୁଡା ଅମଳରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣାରଥ ନିର୍ମାଣ ନିମନ୍ତେ କାଠଗଣ୍ଡି ଖଣ୍ଡପଡା ଅଞ୍ଚଳରୁ ପଠାଯାଉଛି।


All Right Reserved By Dharitri.Com

ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ୨୧ପର୍ଯ୍ୟନ୍ତ ବୃଦ୍ଧି

କଟକ ଅଫିସ, ୧୭।୧୦: ଓଡ଼ିଶା ହାଇକୋର୍ଟଙ୍କ ପୂର୍ଣ୍ଣ ଖଣ୍ଡପୀଠ ମଙ୍ଗଳବାର ନିଜଆଡ଼ୁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ୍‌ଙ୍କ ପକ୍ଷରୁ ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି କରି...

ବ୍ଲକସ୍ତରୀୟ ଫଲ ଆର୍ମି ୱାର୍ମ ତାଲିମ ଶିବିର

କର୍ଲାମୁଣ୍ଡା,୨୦।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକସ୍ଥିତ ଆମତ୍ାଗୃହଠାରେ କର୍ଲାମୁଣ୍ଡା କୃଷି ବିଭାଗ ପକ୍ଷରୁ ସୋମବାର ବ୍ଲକସ୍ତରୀୟ (ଫଲ ଆର୍ମି ୱାର୍ମ) ଚିହ୍ନଟ କ୍ଷତିର ଲକ୍ଷଣ ଓ...

ଦରମା ଦାବିରେ ଶିକ୍ଷକ ସଂଘର ତାଲା ବନ୍ଦ

ବିଶୋଇ,୫ା୧୦(ଡି.ଏନ୍‌.ଏ.)- ନିର୍ଦ୍ଧାରିତ ସମୟରେ ଦରମା ନ ପାଇ ଶୁକ୍ରବାର ବିଶୋଇ ବ୍ଲକ ଲେବଲ-ଭି ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟରେ...

ମାର୍ଥାପୁରରେ ଦଳିତ ପରିବାରଙ୍କୁ ଆକ୍ରମଣ ଘଟଣା: ଏସଡିପିଓ, ତହସିଲଦାରଙ୍କ ଯୁଗ୍ମ ତଦନ୍ତ ,୬ ଲକ୍ଷ ଟଙ୍କା କ୍ଷତିପୁରଣ ସୁପାରିଶ

ଯାଜପୁର ଅଫିସ,୨୦।୮- ଯାଜପୁରରୋଡ ଥାନା ମାର୍ଥାପୁର ଗ୍ରାମରେ ଏକ ଦଳିତ ପରିବାରଙ୍କୁ ମରଣାନ୍ତକ ଆକ୍ରମଣ ଓ ଘରପୋଡି ଅଭିଯୋଗ ଘଟଣା ଏବେ ଭିନ୍ନ ମୋଡ ନେଇଛି।...

ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ଗିରଫ, କାର ଜବତ

ଭଞ୍ଜନଗର,୧୮।୧(ଡି.ଏନ.ଏ)- କନ୍ଧମାଳ ଜିଲାରୁ ପ୍ରତିଦିନ ବିପୁଳ ପରିମାଣର ଗଞ୍ଜେଇ ଚୋରାରେ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହେଉଛି। ପୋଲିସ ମଝିରେ ମଝିରେ କେତେଜଣ ଅଭିଯୁକ୍ତଙ୍କୁ...

କୋରାପୁଟ ଜିଲାର ୬୩ଟି କେନ୍ଦ୍ରରେ ଚାଲିଛି ମାଟ୍ରିକ୍‌ ପରୀକ୍ଷା

ଜୟପୁର, ୧୯।୨(ଡି.ଏନ.ଏ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। କୋରାପୁଟ ଜିଲାରେ ୬୩ଟି କେନ୍ଦ୍ର ପରୀକ୍ଷା ଚାଲିଛି। ସେହିପରି ଜୟପୁର...

ଓଡ଼ିଶାରୁ ୫ ସାମ୍ବାଦିକ ସମ୍ବର୍ଦ୍ଧିତ

ପୁରୁଣା ଭୁବନେଶ୍ୱର, ୨୭ା୨ (ଡି.ଏନ.ଏ.): ଭାରତୀୟ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଗୁଜରାଟର ଗାନ୍ଧୀନଗରଠାରେ ଅନୁଷ୍ଠିତ ହୋଇଯାଇଛି। ଗତ ୧୯ ଏବଂ ୨୦ ଦୁଇଦିନ ଧରି...

ବିଲରେ ବିଦ୍ୟୁତ ତାର ଲାଗି ଯୁବକଙ୍କ ଦେହ ପୋଡ଼ିଗଲା

ମନମୁଣ୍ଡା, ୧୬।୪ (ଡି.ଏନ.ଏ):ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଧୀନ ରତାଖଣ୍ଡିର ଲବ ପାଣ୍ଡେ(୨୨) ଗୁରୁବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ତାଙ୍କ ଶରୀରର...

Leave a comment

Your email address will not be published. Required fields are marked *