ଟାଉନ୍‌ହଲ ପରିସର ପାଲଟିଛି ପାର୍କିଂସ୍ଥଳ, ପରିସ୍ରାଗାର

ପାରଳାଖେମୁଣ୍ଡି, ୫ା୩(ସ୍ବ.ପ୍ର.) ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ୧୪ ନଂ. ଓ୍ବାର୍ଡସ୍ଥିତ ଟାଉନ୍‌ହଲ ନବୀକରଣ କାର୍ଯ୍ୟ ଚାଲିଥିବାବେଳେ ଏଥିରେ ଅହେତୁକ ବିଳମ୍ବ ହେଉଥିବା ଜଣାପଡ଼ିଛି। ଜିଲା ସଦରରେ ସରକାରୀଭାବେ ଏହା ଏକମାତ୍ର ହଲ୍‌। ଏହା ସାଙ୍ଗଠନିକ କାର୍ଯ୍ୟକ୍ରମ ସହ ଉତ୍ସବ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଏଥିରୁ ରାଜସ୍ବ ମଧ୍ୟ ଆଦାୟ ହୋଇଥାଏ। ହେଲେ ଗତ କିଛି ବର୍ଷ ହେଲା ଟାଉନ୍‌ହଲ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିବାବେଳେ ଏହାର ନବୀକରଣ କାର୍ଯ୍ୟ ଚାଲିଛି। ଏହାର ନବୀକରଣପାଇଁ ୨୧ଲକ୍ଷ ଟଙ୍କା ବ୍ୟୟମଞ୍ଜୁରୀ ହୋଇଥିବାବେଳେ ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନତି ପାଇଁ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ପୌରପରିଷଦ ସୂତ୍ରରୁ ପ୍ରକାଶ ା ତେବେ କାର୍ଯ୍ୟରେ ବିଳମ୍ବ ଘଟୁଥିବାରୁ ଏହା ବ୍ୟବହାରଯୋଗ୍ୟ ହୋଇପାରୁନି। ଯଦ୍ଦ୍ବାରା ସନ୍ଧ୍ୟାରେ ଏହା ପରିସରରେ ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡା ଜମୁଛି। ଏଥିସହ ଦୀର୍ଘ ଦିନ ହେଲା ଏହା ପରିସରକୁ ପାର୍କିଂସ୍ଥଳ ଏବଂ ପରିସ୍ରାଗାରଭାବେ ବ୍ୟବହାର କରାଯାଉଥିବା ନଜରକୁ ଆସିଛି। ଯଦ୍ଦ୍ବାରା ଏଠାରେ ଏକ ଖରାପ୍‌ ପରିବେଶ ସୃଷ୍ଟି କରୁଛି। ତେଣୁ ନବୀକରଣ କାର୍ଯ୍ୟ ଶୀଘ୍ର ସାରି ହଲ୍‌କୁ ବ୍ୟବହାରଯୋଗ୍ୟ କରିବା ସହ ଉପଯୁକ୍ତ ପରିଚାଳନା କରାଗଲେ ଏହାର ସୌନ୍ଦଯ୍ୟ ବୃଦ୍ଧି ପାଇବା ସହ ରାଜସ୍ବ ମଧ୍ୟ ବୃଦ୍ଧି ପାଇବ ବୋଲି ସହରର ଜନସାଧାରଣ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି।


All Right Reserved By Dharitri.Com

ରାଜ୍ୟସ୍ତରୀୟ ପୁସ୍ତକ ମେଳା ଉଦ୍‌ଘାଟିତ: ସଂସ୍କୃତି ସମ୍ପନ୍ନ ପୁସ୍ତକ କାଳଜୟୀ

କେନ୍ଦ୍ରାପଡା ଅଫିସ, ୭।୧: ସହରର ମହିପାଳ ଟେଲିକମ୍‌ ଗ୍ରାଉଣ୍ଡଠାରେ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ୍‌) ଆୟୋଜନାରେ ଉନବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକ ମେଳା ସୋମବାର ଉଦ୍‌ଘାଟିତ...

ସମଲ ଥାନା ଅଞ୍ଚଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ତାଳଚେର,୨୦।୮(ନି.ପ୍ର.): ଅନୁଗୋଳ ଜିଲା ସମଲ ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମ ଇଟାଭାଟି ପାଖରେ ଥିବା ଏକ ଗଛ ମୂଳରୁ ମଙ୍ଗଳବାର ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି।...

ଆର୍‌ପିଆର୍‌ସିରେ ଅର୍କିଡାରିୟମ୍‌ ଲୋକାର୍ପିତ: ୯୩ ବନ୍ୟ ଅର୍କିଡ୍‌, ୨୧୭ ହାଇବ୍ରିଡ୍‌ ଅର୍କିଡ୍‌ ପ୍ରଦର୍ଶିତ

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆର୍‌ପିଆର୍‌ସି)ର ବଟାନିକାଲ୍‌ ଗାର୍ଡେନରେ ଶୁକ୍ରବାର ଅର୍କିଡାରିୟମ୍‌ ଲୋକାର୍ପିତ ହୋଇଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ...

ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ନୀତି

ପୁରୀ ଅଫିସ,୨୮।୨: ଶ୍ରୀମନ୍ଦିରରେ ଅନେକ ସମୟରେ ନୀତିରେ ବିଳମ୍ବ ହେଉଛି। ଏଥିଯୋଗୁ ଶ୍ରଦ୍ଧାଳୁମାନେ ଠିକ୍‌ ଭାବେ ଠାକୁରଙ୍କୁ ଦର୍ଶନ କରିପାରୁ ନ ଥିବାବେଳେ ମହାପ୍ରସାଦ ବାହାରିବାରେ...

ଶିକ୍ଷକ ଅଭାବ ସାଙ୍ଗକୁ ଭିତ୍ତିଭୂମି ଅସଜଡ଼ା

ଭଣ୍ଡାରିପୋଖରୀ,୨୫।୧(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତର ମାଳଦା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ। ୨ ଶିକ୍ଷକରେ ଦୁଇଟି ଶ୍ରେଣୀ ଚାଲିଛି। ଆବଶ୍ୟକ ସଂଖ୍ୟକ...

ଆଜି ମନ୍ତ୍ରୀ ପରିଷଦ, କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୭-୨(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଏବଂ ମନ୍ତ୍ରୀପରିଷଦ ବୈଠକ ବସିବ। ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ରେ ମନ୍ତ୍ରୀପରିଷଦ ବୈଠକ ବସିବାର କାର୍ଯ୍ୟସୂଚୀ...

ପେଣ୍ଟିଂ ଆର୍ଟିଷ୍ଟଙ୍କ ଜୀବନ ଦୁର୍ବିଷହ: ଫ୍ଲେକ୍ସ, ଷ୍ଟିକର ଲଗାଇ ଅନୁଦାନ ହଡ଼ପ ଉଦ୍ୟମ

ନୟାଗଡ଼ ଅଫିସ,୧୧ା୨: ସହରର ସୌନ୍ଦର୍ଯ୍ୟକରଣ ଓ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରାଚୀରରେ ବିଜ୍ଞାପନ ଲେଖାଯାଉଛି। ଏଥିଲାଗି ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ଅନୁଦାନ...

କେନ୍ଦ୍ରୀୟ ବିଦ୍ୟାଳୟ ଛାତରୁ ଛାତ୍ରୀ ଡେଇଁ ପଡ଼ିବା ଘଟଣା: ବଦଳିଲେ ଖେଳ ଶିକ୍ଷୟିତ୍ରୀ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ବଦଳିଲେ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଖେଳ ଶିକ୍ଷୟିତ୍ରୀ। ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଏବଂ ଅଭିଭାବକଙ୍କ ଧାରଣା ପରେ ଶିକ୍ଷୟିତ୍ରୀ ସୂର୍ଯ୍ୟମଣୀ ପଟ୍ଟନାୟକଙ୍କୁ ବଦଳି କରାଯାଇଛି। ଏନେଇ...

Leave a comment

Your email address will not be published. Required fields are marked *