୨୦୧୮-୧୯ରେ ୧୧୭ ଜଗୁଆଳୀ ବିହୀନ ଫାଟକ ବନ୍ଦ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୭-୬: ପୂର୍ବତଟ ରେଳପଥ ପକ୍ଷରୁ ଅନ୍ତର୍ଜାତୀୟ ଲେଭଲ କ୍ରସିଂ ସଚେତନତା ଦିବସ ପାଳିତ ହୋଇଯାଇଛି। ରାସ୍ତା ପଥଚାରୀଙ୍କୁ ପ୍ରଶିକ୍ଷିତ କରିବାକୁ ରେଳପଥ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ବୈଦ୍ୟୁତିକ ଏବଂ ପ୍ରିଣ୍ଟ ଗଣମାଧ୍ୟମରେ ପ୍ରଚାର ପ୍ରସାର, ଲେଭଲ କ୍ରସିଂଗୁଡିକ ନିକଟରେ ପୋଷ୍ଟର, ବ୍ୟାନର,ପ୍ରଚାରପତ୍ର ବଣ୍ଟନ ଏବଂ ପଥପ୍ରାନ୍ତ ନାଟକ ଆଦି ଅନ୍ତର୍ଭୁକ୍ତ ରହିଛି। ରେଳପଥ ପକ୍ଷରୁ ଗୋପାଳପୁର ବାଲିକୁଦ ରେଳଫାଟକ ନିକଟରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟ ନିରାପତ୍ତା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଗୁରୁବାର ଉଦ୍‌ଘାଟନ କରିଥିଲେ। ଲେଭଲ କ୍ରସିଂ ପାର ହେବା ବେଳେ ସଚେତନ ରହିବା ଉପରେ ସେ ମତ ରଖିଥିଲେ। ରେଲଓ୍ବେ ପକ୍ଷରୁ ଗତ ଆର୍ଥତ୍କ ବର୍ଷରେ ୮ ଗୋଟି ରୋଡ ଓଭରବ୍ରିଜ ଏବଂ ୪୬ ଗୋଟି ଭୂତଳ ଉପମାର୍ଗ ନିର୍ମାଣ କରାଯାଇଛି। ଖୋର୍ଦ୍ଧାରୋଡ ରେଳମଣ୍ଡଳ ତାର ସମସ୍ତ ଜଗୁଆଳି ବିହୀନ ରେଳଫାଟକକୁ ବନ୍ଦ କରିଛି। ଗତ ବର୍ଷ ୧୧୭ ଗୋଟି ଜଗୁଆଳି ବିହୀନ ରେଳଫାଟକ ବନ୍ଦ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି।


All Right Reserved By

ସାମ୍‌ସଙ୍ଗ ଆଣିଲା ନୂଆ ଗାଲାକ୍ସି ଏମ୍‌୪୦

ନୂଆଦିଲ୍ଲୀ,୧୭-୬: ପ୍ରମୁଖ କମ୍ପାନୀ ସାମ୍‌ସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ଏମ୍‌୪୦ ମଡେଲ ବଜାରକୁ ଆସିଛି। ଏଥିରେ ୬.୩ ଇଞ୍ଚ ଏଫ୍‌ଏଚ୍‌ଡି ଇନଫିନିଟି ଓଡିସ୍ପଲେ, ଶକ୍ତିଶାଳୀ ସ୍ନାପଡ୍ରାଗନ...

କୁଶଳୀ ହେବେ ୨୦ ହଜାର ନିର୍ମାଣ ଶ୍ରମିକ

ନୂଆଦିଲ୍ଲୀ, ୧୦-୯: ଦେଶର ୨୦ ହଜାର ନିର୍ମାଣ ଶ୍ରମିକଙ୍କୁ କୁଶଳୀ କରି ଗଢି ତୋଳିବା ଲାଗି ନ୍ୟାଶନାଲ ସ୍ମିଲ ଡେଭଲପମେଣ୍ଟ କାଉନସିଲ(ଏନ୍‌ଏସ୍‌ଡିସି) ଏବଂ ରିୟଲ ଇଷ୍ଟେଟ...

ଭାରତରେ ୫୭% ଡାକ୍ତର କ୍ୱାକ୍‌

ନୂଆଦିଲ୍ଲୀ,୧୦-୮: ଆମ ଦେଶରେ ଏଲୋପାଥି ମେଡିସିନ୍‌ ପ୍ରାକ୍ଟିସ୍‌ କରୁଥିବା ଅଧିକାଂଶ ଡାକ୍ତର କ୍ୱାକ୍‌(ନକଲି) କି ବୋଲି ପ୍ରଶ୍ନ ଉଠିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟରେ ଏହା...

ଇଣ୍ଡିଗୋ ବିବାଦ:ନିଜ ଅଂଶଧନ ବିକିବେନି ଗଙ୍ଗଓ୍ବାଲ

ନୂଆଦିଲ୍ଲୀ,୧୭-୭: ଇଣ୍ଡିଗୋ ବିମାନ କମ୍ପାନୀର ଦୁଇ ସହ ପ୍ରତିଷ୍ଠାତାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏପରି ସ୍ଥିତିରେ କମ୍ପାନୀରେ ଥିବା ନିଜ ଅଂଶଧନ ବିକ୍ରି ନ...

ଆଇଏମ୍‌ପିଏସ୍‌କୁ ଶୁଳ୍କମୁକ୍ତ କଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୩।୭: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ ଇମିଡିଏଟ୍‌ ପେମେଣ୍ଟ ସର୍ଭିସ୍‌(ଆଇଏମ୍‌ପିଏସ୍‌) ଉପରେ ଲାଗୁ ଥିବା ଚାର୍ଜ ଅଥବା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ କରିଦେଇଛି। ଏବେ...

ଫେସ୍‌ବୁକ୍‌ର ୪୧.୯ କୋଟି ୟୁଜରଙ୍କ ଫୋନ୍‌ ନମ୍ବର ଲିକ୍‌

ନୂଆଦିଲ୍ଲୀ,୬-୯: ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ୍‌ର ୪୧.୯ କୋଟି ୟୁଜରଙ୍କ ଫୋନ୍‌ ନମ୍ବର ଡାଟା ଲିକ୍‌ ହୋଇଯାଇଛି ବୋଲି ଆମେରିକା ମିଡିଆରେ ଜାରି ଏକ ରିପୋର୍ଟରେ...

ମୁଦ୍ରାଲୋନ୍‌ ଆକାଉଣ୍ଟରେ ୨୩୧୩ ଠକେଇ

ନୂଆଦିଲ୍ଲୀ, ୨-୭ – ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ଆକାଉଣ୍ଟରେ ୨୩୧୩ ଠକେଇ ସାମ୍ନାକୁ ଆସିଛି। ୨୦୧୬-୧୭ ଆର୍ଥିକ ବର୍ଷ ପରଠାରୁ ଏହି ମାମଲାଗୁଡିକ ସାମ୍ନାକୁ...

୫ ମାସର ସର୍ବନିମ୍ନ ସ୍ତରରେ ଡିଜେଲ ଦର

ନୂଆଦିଲ୍ଲୀ,୯-୬: ଦେଶରେ ତୈଳ ଦର କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଫଳରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ମିଳୁଛି। ଶନିବାର ପେଟ୍ରୋଲ ଦର ଲିଟର ପିଛା ୨୨ରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *