ଏସବୁ ରୋଗରୁ ମୁକ୍ତିଦିଏ ନଡ଼ିଆ ତେଲ

ନଡ଼ିଆ ତେଲ ସ୍ବାସ୍ଥ୍ୟ ଉପକାରୀ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ସୁସ୍ଥ ରହିବାକୁ ଚାହୁଁଥିଲେ ଏହାକୁ ଖାଦ୍ୟରେ ସାମିଲ କରିପାରିବେ। ଏହାଦ୍ୱାରା ପାଚନତନ୍ତ୍ରଠାରୁ ଆରମ୍ଭ କରି ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ଉପଶମ ମିଳିବ। ଏହି ତେଲ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଥଣ୍ଡା, କାଶ ସହ ଅନେକ ରୋଗରୁ ମଧ୍ୟ ଦୂରେଇ ରଖିଥାଏ।

ତେବେ ଜାଣନ୍ତୁ ନଡ଼ିଆ ତେଲ କେଉଁଭଳି ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ।

* ଓଜନ କମ୍‌ କରେ
ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ତେବେ ନଡ଼ିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ନଡିଆ ତେଲ ଶରୀରର ମେଟାବୋଲିକ ହାରକୁ କମ୍‌ କରିଥାଏ, ଯାହା ସହଜରେ ଓଜନ କମ୍‌ କରେ ।

*ପାଚନତନ୍ତ୍ର ଶକ୍ତ
ନଡ଼ିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଫଳରେ ପାଚନତନ୍ତ୍ର ଶକ୍ତ ହୋଇଥାଏ। ଏହା ସହ ପେଟରେ ସଂକ୍ରମଣ ସୃଷ୍ଟି କରି ନଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।

* କ୍ୟାନ୍‌ସର ଆଶଙ୍କା କମ୍‌
ଏହା କ୍ୟାନ୍‌ସର ଭଳି ମାରାତ୍ମକ ରୋଗର ଆଶଙ୍କା କମାଇଥାଏ। ଏହି ତେଲରୁ ଉତ୍ପାଦିତ କେଟୋନ ଶରୀରର ସୁସ୍ଥ କୋଷଗୁଡ଼ିକୁ ଶକ୍ତି ଯୋଗାଇଥାଏ। କେଟୋନ କର୍କଟ କୋଷ ବ୍ୟତୀତ ଶରୀରର ଅନ୍ୟ କୋଷକୁ ଶକ୍ତି ପ୍ରଦାନ କରିଥାଏ।

*ହୃଦ୍‌ରୋଗର ଆଶଙ୍କା କମ୍‌
ହୃଦ୍‌ରୋଗର ଆଶଙ୍କା କମ୍‌ କରିବା ସହ ହାର୍ଟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରେ ଥିବା ଲେରିକ୍‌ ଏସିଡ କୋଲେଷ୍ଟରଲ ଦୂର କରେ। ଏହା ସହ ନଡ଼ିଆ ତେଲ ଦାନ୍ତ ଏବଂ ହାଡ଼କୁ ମଜଭୁତ କରିଥାଏ ।


All Right Reserved By Dharitri.Com

ସ୍ବାସ୍ଥ୍ୟୋପକାରୀ ଫଳ ଚୋପା

ତଟକା ଫଳମୂଳ ତଥା ପନିପରିବା ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଏହାର ଚୋପାରେ ମଧ୍ୟ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ସେ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏହି ପରିବା…

ସବୁଜ ପନିପରିବା ଦେହ ପାଇଁ ଉପକାରୀ । ଡାକ୍ତରମାନେ ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି। କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ।...

ହୋମ୍‌ମେଡ୍‌ ଫେସ୍‌ଓ୍ବାଶ୍‌

ମୁହଁ ଫ୍ରେଶ୍‌ ଓ ସୁନ୍ଦର ଦେଖାଯିବାକୁ ହେଲେ ମହିଳା କେତେକ’ଣ ଉପାୟ ଆପଣାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି କେମିକାଲ୍‌ ଫେସ୍‌ଓ୍ବାଶ ବ୍ୟବହାର କରିବା...

ହୃଦ୍‌ରୋଗୀ ଓ ଶୀତଦିନ

ଶୀତଦିନେ ପରିବେଶ ଥଣ୍ଡା ରହିଥାଏ। ବେଳେବେଳେ କେତେକ ସ୍ଥାନରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିଯାଏ। ଏହି ଋତୁରେ ବିଶେଷଭାବରେ ହୃଦ୍‌ରୋଗୀ ଅଧିକ ସତର୍କ ରହିବା...

ବାଥ୍‌ ରୁମ୍‌ରେ ୯ ଦିନ ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣ ନେଇ ଏବେ ସାରା ପୃଥିବୀରେ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିବାରେ ଲାଗିଛି। ଏହି ଭୂତାଣୁ ବାଥ୍‌ ରୁମ୍‌ରେ ୯ ଦିନ ପର୍ଯ୍ୟନ୍ତ...

ହାତରେ ମେହେନ୍ଦି ଲଗାଉଥିଲେ…

ହାତରେ ମେହେନ୍ଦି ଲଗାଇବାକୁ ପ୍ରତ୍ୟେକ ଯୁବତୀ ଭଲ ପାଆନ୍ତି। କିନ୍ତୁ ସମସ୍ତଙ୍କ ହାତରେ ଏହାର ରଙ୍ଗ ଗାଢ଼ ଆସେ ନାହିଁ। ଏହାର ରଙ୍ଗ ଗାଢ଼ କରିବାକୁ...

ଅଧାକପ୍‌ ତେଜପତ୍ର ପାଣି ରଖେ ବହୁ ରୋଗରୁ ଦୂରେଇ…

ତେଜପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣିରୁ ସକାଳେ ଅଧାକପ୍‌ ପିଇଲେ ପେଟରେ ଥିବା ଚର୍ବି କମିବାକୁ...

ଅମ୍ଲଦୋଷ ଦୂର କରେ ମହୁମିଶା ପଇଡ ପାଣି

ଶରୀର ପାଇଁ ପଇଡ ପାଣି ବେଶ୍‌ ଉପକାରୀ। ଏଥିରେ ଭିଟାମିନ୍‌ ସି’ ଏବଂ ଆଣ୍ଟିଇକ୍ସିଡାଣ୍ଟ୍‌ ଥାଏ, ଯାହା ରୋଗପ୍ରତିରୋଧକ କ୍ଷମତାକୁ ମଜଭୁତ୍‌ କରିଥାଏ। ପଇଡ ପାଣିରେ...

Leave a comment

Your email address will not be published. Required fields are marked *