ବାଲିମେଳାରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ

କୋରୁକୋଣ୍ଡା,୪।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଅଶୋକ ସେଠ୍‌ଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ଠାରେ ବୁଧବାର ସକାଳୁ ଏହି ଚୋରା ବିଦେଶୀ ମଦ କାରବାରକୁ ଅବକାରୀ ବିଭାଗ ଚଢ଼ାଉ କରିବାରେ ସକ୍ଷମ ହୋଇଛି। ଏଏସ୍‌ଆଇ ଦିନେଶ କୁମାରଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ଏହି ଚଢ଼ାଉ କରାଯାଇଥିଲା। ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ନାମ ହେଲା ରାକେଶ ସିଂ। ଗିରଫ ବେଳେ ତାଙ୍କ ନିକଟରୁ ବିଭନ୍ନ କମ୍ପାନୀର ୨୨.୫୦୦ ଲିଟର ବିୟର ଓ ୨୨.୫୦୦ ଲିଟର ବିଦେଶୀ ମଦ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ହେବ ବୋଲି ଅବକାରୀ ବିଭାଗ ଓଆଇସି ଜଗା ରାଓ ସୂଚନା ଦେଇଛନ୍ତି।


All Right Reserved By Dharitri.Com

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ଏସ୍‌ଏଚ୍‌ଜି ମହିଳା

ରାୟଗଡା ଅଫିସ,୨ା୫: ରାୟଗଡା ସହରରେ ଏଯାବତ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତେବେ ଆନ୍ଧ୍ର ସୀମାନ୍ତ ଜିଲା ହୋଇଥିବାରୁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସତର୍କ...

୧୫ ଦାଦନ ଦଲାଲଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ

ଭବାନୀପାଟଣା,୨୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ୯ଟି ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ୧୫ ଦାଦନ ଦଲାଲଙ୍କୁ ଗିରଫ କରିଛି। ଜିଲାରେ ଦାଦନ ଦଲାଲ ଅଧିକ ସକ୍ରିୟ...

ନୂଆ ରୂପରେ ‘ଓଡ଼ିଶା ପର୍ଯ୍ୟଟନ’

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଦୀର୍ଘଦିନର ପ୍ରତୀକ୍ଷା ପରେ ନୂଆ ରୂପ ପାଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ୍ବେବ୍‌ସାଇଟ୍‌। ଓଡ଼ିଶା ପର୍ଯ୍ୟଟନର ଏହି ନୂଆ ଓ୍ବେବ୍‌ସାଇଟ୍‌ www.odishatourism.gov.inକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ...

ଗଞ୍ଜାମ ପ୍ରଶାସନର ଅଭିନବ ପଦକ୍ଷେପ: ମାନସିକ ଚାପଗ୍ରସ୍ତଙ୍କୁ ଫୋନ୍‌ରେ କାଉନ୍‌ସେଲିଂ କରୁଛନ୍ତି ୧୫ ମନସ୍ତତ୍ୱବିତ୍‌

ଛତ୍ରପୁର,୨୫।୪(ଡି.ଏନ୍‌.ଏ.): କରୋନା ନେଇ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରିରହିଛି। ଏହିକ୍ରମରେ ଗଞ୍ଜାମ ଜ଼ିଲାରେ ଲକ୍‌ଡାଉନ ଯୋଗୁ ଅନେକଙ୍କୁ କରୋନା ଚିନ୍ତା ଘାରିଥିବା ବେଳେ ଆଉ କେତେକ...

ସୀମାନ୍ତରେ ଜୀବନ ହାରିଲେ ଆଉ ଜଣେ ପ୍ରବାସୀ

ବରଗଡ଼ ଅଫିସ,୨୮।୫: ବରଗଡ଼ ଜିଲା ସୀମାନ୍ତ ଲୁହୁରାଚଟିରେ ବୁଧବାର ରାତିିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ପାଖରୁ ଏକ ଆଧାର କାର୍ଡ଼ ମିଳିଛି। ହସ୍ତଗତ...

ସଖୀ କେନ୍ଦ୍ର ଉଦ୍‌ଘାଟିତ: ନିର୍ଯାତିତା ମହିଳା, ଯୁବତୀଙ୍କୁ ଯୋଗାଇ ଦିଆଯିବ ସୁବିଧା

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ନିକଟରେ ବୁଧବାର ସଖୀ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏହି କେନ୍ଦ୍ର ମାଧ୍ୟମରେ ନିର୍ଯାତିତା ମହିଳା ଓ ଯୁବତୀମାନଙ୍କୁ...

ସୋନମ ପଲେଇ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା

ଛତ୍ରପୁର, ୨।୭ (ଡି.ଏନ୍‌.ଏ.)-ଗଞ୍ଜାମ ଜ଼ିଲା ପରିଷଦ ଅଧ୍ୟକ୍ଷା ପଦବୀ ପୁଣି ବିଜେଡି ହାତେଇବାରେ ସକ୍ଷମ ହୋଇଛି। ବିଜେଡି ପ୍ରାର୍ଥୀ ତଥା ଖଲ୍ଲିକୋଟ ବ୍ଲକ ଅଧୀନ ୧୧...

ସୁବର୍ଣ୍ଣପୁର ରିଂରୋଡ: ଅବଧି ସରିଲାଣି, ନିର୍ମାଣ କାମ ସରୁନି

ସୋନପୁର, ୫।୧୨(ନି.ପ୍ର.) ସୁବର୍ଣ୍ଣପୁର ସହରର ତିନିପାର୍ଶ୍ୱକୁ ଘେରି ରହିଛି ମହାନଦୀ ଓ ତେଲନଦୀ। ବର୍ଷା ଋତୁରେ ଏହି ସହରକୁ ବନ୍ୟାଦାଉରୁ ରକ୍ଷା କରିବା ପାଇଁ ନଦୀବନ୍ଧ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *