ଘରପୋଡି କ୍ଷତିଗ୍ରସ୍ତଙ୍କୁ ସରକାରୀ ଆବାସ ଯୋଜନା ଦାବି

ଆନନ୍ଦପୁର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ନପଙ୍ଗା ଗ୍ରାମରେ ଅଗ୍ନିକାଣ୍ଡରେ ଗତ ମାର୍ଚ୍ଚ ୨୫ ତାରିଖରେ ୫ ପରିବାରର ୧୦ ବଖରା ଘର ପୋଡିଯାଇଥିଲା। ଗ୍ରାମର ବାବାଜି ଚରଣ ଦାସ, ରାମଚନ୍ଦ୍ର ଦାସ, ଅମରେନ୍ଦ୍ର ଦାସ, ସମରେନ୍ଦ୍ର ଦାସ ଓ ଶିବ ପ୍ରସାଦ ଦାସ ଏହି ଅଗ୍ନିକାଣ୍ଡରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଘଟଣାସ୍ଥଳରେ ଘସିପୁରା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମଦନ ମୋହନ ସାହୁ ଘଟଣାସ୍ଥଳରେ ଉପସ୍ଥିତ ରହି କ୍ଷତିଗ୍ରସ୍ତ ପରିବାରକୁ ଘସିପୁରା ତହସିଲ ପକ୍ଷରୁ ପଲିଥିନ୍‌ର ବ୍ୟବସ୍ଥା କରିବା ସହିତ ଜରୁରିକାଳୀନ ୩୨୦୦ ଟଙ୍କା ସହାୟତା ପ୍ରଦାନ କରାଯାଇ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଇଥିଲା। ଦୀର୍ଘ ୩ ମାସ ହେବ ଏହି ପରିବାରବର୍ଗ ପଲିଥିନ୍‌ ତଳେ ଜୀବନ ଅତିବାହିତ କରୁଥିବାବେଳେ ଆଗକୁ ବର୍ଷା ଦିନ ଆସୁଥିବାରୁ କ୍ଷତିଗ୍ରସ୍ତ ପରିବାରବର୍ଗଙ୍କ ଚିନ୍ତା ବଢିଛି। ସରକାରୀ ଆବାସ ଯୋଜନାରେ ଘରପୋଡି କ୍ଷତିଗ୍ରସ୍ତଙ୍କୁ ଗୃହ ଯୋଗାଇଦେବାକୁ ସମିତି ସଭ୍ୟ ସ୍ମୃତିରଞ୍ଜନ ମିଶ୍ର ଦାବି କରିଛନ୍ତି।


All Right Reserved By Dharitri.Com

ହାତୀ ଆକ୍ରମଣରେ ଗୁରୁତର ଯୁବକଙ୍କ ମୃତ୍ୟୁ: ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା

ସଜନାଗଡ, ୨୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡ଼ିହା ପାଦଦେଶ ଗରଡ଼ିହି ପଞ୍ଚାୟତ ଅଧୀନ ଟିକାକଟା ଚାଇନ୍ଦର ଗ୍ରାମ ୧୨ନମ୍ବର ୱାର୍ଡ଼ର ୱାର୍ଡ଼ମେମ୍ବର ସୁଦାମ ସିଂ (୩୫)...

ସାପ କାମୁଡାରେ ନାବାଳିକାଙ୍କ ଜୀବନ ଗଲା

ସଜନାଗଡ଼, ୨୭।୫(ଡି.ଏନ.ଏ.)-ନୀଳଗିରି ବ୍ଲକ ବରହମ୍‌ପୁର ଥାନା ଅଧୀନ ନରଣପୁର ପଞ୍ଚାୟତ ନୂଆସାହି ଗ୍ରାମର ନୀଳକଣ୍ଠ ପାତ୍ରଙ୍କ ଝିଅ ନିନି(୮)ରବିବାର ବିଳମ୍ବିତ ରାତିରେ ଶୌଚ ପାଇଁ ଉଠିଥିଲେ।...

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ସଜନାଗଡ଼, ୪।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସଜନାଗଡ଼ ପଞ୍ଚାୟତ ଡାହିସାହି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ରାତି ପ୍ରାୟ ୯ଟାରେ...

ବର୍ଷା ପାଇଁ ପୂଜାର୍ଚ୍ଚନା

କେନ୍ଦୁଝର,୭ା୬(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ବଉଳମାଳ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ବର୍ଷା ହୋଇ ନ ଥିବାରୁ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତିା ଫଳରେ ଲୋକେ ବର୍ଷା...

ସଚେତନତାର ବାର୍ତ୍ତା ନେଇ ଶୋଭାଯାତ୍ରା : ପାଳିଲେ ‘ବିଶ୍ୱ ମହିଳା ଦିବସ’

ସିମୁଳିଆ, ୮।୩(ଡି.ଏନ.ଏ.)-ନାରୀମାନଙ୍କୁ ସମ୍ମାନ ଓ ସଶକ୍ତୀକରଣର ବାର୍ତ୍ତା ଦେଇ ରବିବାର ପୂର୍ବାହ୍ନରେ ‘ବିଶ୍ୱ ମହିଳା ଦିବସ’ ପାଳିତ ଅବସରରେ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ପ୍ରୟାସ ଅନୁଷ୍ଠାନର...

ପଞ୍ଚାୟତ ଅଫିସ୍‌ ତାଲା ଭାଙ୍ଗି ଚୋରି

ସଜନାଗଡ଼, ୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଫିସ୍‌ରୁ ବୁଧବାର ରାତ୍ରିରେ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସରପଞ୍ଚଙ୍କ ଅଫିସ୍‌...

ଭୁବନେଶ୍ୱର, ବାଲେଶ୍ୱରରୁ ୫ ବ୍ରାଉନସୁଗାର ଡିଲର ଗିରଫ: ୩୨୪ ଗ୍ରାମ ବ୍ରାଉନସୁଗାର, ୩.୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ପୋଲିସ ଡିଜିଙ୍କ କଡା ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏସଟିଏଫ୍‌ ଟିମ୍‌ ନିଶା ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ରବିବାର ଏସଟିଏଫ୍‌ ଟିମ୍‌...

ଅଗ୍ନିକାଣ୍ଡ: ୬ ଗୋରୁ ଜୀବନ୍ତ ଦଗ୍ଧ

ଧାମନଗର, ୧୯।୭(ଡି.ଏନ୍‌.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଦେଉଳଡ଼ିହି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବୈଷ୍ଣବ ଜେନାଙ୍କ ଗୁହାଳ ସଂପୂଣ୍ଣ ଜଳିଯାଇଛି। ଗୁହାଳରେ...

Leave a comment

Your email address will not be published. Required fields are marked *