୧୫ଶହ କୋଟିର ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ୨୦୨୩ ହକି ବିଶ୍ୱକପ୍‌ ସୁନ୍ଦରଗଡ଼ରେ ଆୟୋଜନ ପାଇଁ ନିଷ୍ପତ୍ତି

ସୁନ୍ଦରଗଡ, ୩।୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ସୁନ୍ଦରଗଡ଼ ଜିଲା ଗସ୍ତରେ ଯାଇଛନ୍ତି। ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୧୫ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ପରେ ଭବାନୀଭବନ ପଡିଆଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ହକିର ପ୍ରଚାର ପ୍ରସାର ଓ ଖେଳାଳୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ରାଜ୍ୟସରକାରଙ୍କ ତରଫରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ୨୦୨୩ରେ ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ୍‌ ସୁନ୍ଦରଗଡ଼ ଜିଲାରେ ଆୟୋଜନ ପାଇଁ ସରକାର ନିଷ୍ପତ୍ତି ନେଇଛି। ଆଦିବାସୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ସହ ପାରମ୍ପାରିକ ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିବା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି। ରାଜ୍ୟ ସରକାର ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଓ ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ବିଜେଡିର ନେତୃତ୍ୱାଧୀନ ସରକାର ରାଜନୀତିରେ ନୁହେଁ, ଲୋକଙ୍କ ସେବାରେ ବିଶ୍ୱାସ ରଖେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ବର୍ତ୍ତମାନ ୧୫ଶହ କୋଟିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରେ ଆଗାମୀ ଦିନରେ ଜିଲାର ଆହୁରି ବିଭିନ୍ନ ପ୍ରକାର ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଜିଲାବାସୀଙ୍କୁ ଉତ୍ତମ ଓ ଉଚ୍ଚମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଖୁବ୍‌ଶୀଘ୍ର ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ଜିଲା ବିଜୁ ଜନତା ଦଳ ସଭାପତି ବିନୟ ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ମଙ୍ଗଳା କିଶାନ, ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ, ପୂର୍ବତନ ରାଜ୍ୟସଭା ଏମ୍‌ପି ଦିଲ୍ଲୀପ ତିର୍କୀ, ବିଜେଡି ନେତ୍ରୀ ସୁନୀତା ବିଶ୍ୱାଳ, ସୁନ୍ଦରଗଡ ଜିଲା ବିଜେଡି ପର୍ଯ୍ୟବେକ୍ଷକ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।


All Right Reserved By Dharitri.Com

ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ୭୩ ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି । ସକାଳ ୭ଟା ୧୫ ରୁ ୮ଟା ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟ...

ଚାଷଜମିରେ ମାଟି ଦବି ବିରାଟ ଗର୍ତ୍ତ: ଲୋକେ ଆତଙ୍କିତ

ତାଳଚେର,୧୫।୧(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ପୌରପରିଷଦ ୧୮ନଂ. ୱାର୍ଡ ଦେଉଳବେଡ଼ା ତେଲିସାହି ଅକ୍ଷୟ କୁମାର ସାହୁଙ୍କ ଚାଷଜମିରେ ମାଟି ଦବି ଏକ ବିରାଟ ଗର୍ତ୍ତ ସୃଷ୍ଟି...

ଏସ୍‌ସିବି ମେଡିକାଲରେ ଖୋଲିଲା ଜରୁରୀକାଳୀନ ଲୋକସମ୍ପର୍କ କାର୍ଯ୍ୟାଳୟ

କଟକ ଅଫିସ,୧୫।୨: କଟକ ଏସ୍‌ସିବି ମେଡିକାଲ ପରିସରରେ ୨୪ ଘଣ୍ଟିଆ ଜରୁରିକାଳୀନ ଲୋକ ସମ୍ପର୍କ କାର୍ଯ୍ୟାଳୟ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ...

ଜୋନାଲସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା: ରେମଣ୍ଡା ଗାଲର୍‌ସ ହାଇସ୍କୁଲ ପ୍ରଥମ

ସୋନପୁର,୮।୮(ନି.ପ୍ର): ସୁବର୍ଣ୍ଣପୁରରେ ପଶ୍ଚିମ ଓଡିଶା ଜୋନାଲସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ମହାରାଜା ହାଇସ୍କୁଲ ଶତବାର୍ଷିକୀ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀଙ୍କ...

ଅଟୋ ଚାଳକଙ୍କୁ ୫୨ହଜାର ଜରିମାନା, ୮ ନିୟମ ଭାଙ୍ଗିଥିଲେ

ଭୁବନେଶ୍ୱର, ୪।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଟୋ ଚାଳକଙ୍କ ଉପରେ ଲାଗିଛି...

ସ୍ବାସ୍ଥ୍ୟ ବିଭାଗର ସୂଚନା: ପୁରୀ ଜିଲାରେ ହଇଜା ହୋଇନି

ଭୁବନେଶ୍ୱର,୧୮।୫(ବ୍ୟୁରୋ): ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲାର କୌଣସି ଅଞ୍ଚଳରେ ହଇଜା ଦେଖାଦେଇ ନାହିଁ। ଯେଉଁ କେତେଜଣ ଝାଡ଼ାବାନ୍ତି ରୋଗୀ ଚିକିତ୍ସାଳୟ ଆସୁଛନ୍ତି, ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ...

ଜାମିନ ପାଇଁ ପୁଣି ହାଇକୋର୍ଟରେ ପୁଞ୍ଜିଲାଲ

କଟକ ଅଫିସ,୧୭ା୧: ବଲାଙ୍ଗୀର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲ୍‌ ଯାଇଥିବା ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ଜାମିନ...

ମହାନଦୀ ପୋଲ ଉପରେ ଜମୁଛି ଅସାମାଜିକଙ୍କ ଆଡ୍ଡା: ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯିବା ସହ ପାଟ୍ରୋଲିଂ ଦାବି

ରାହାମା,୬।୧ (ଡି.ଏନ୍‌.ଏ.): ରାହାମା-ଖୋସାଲପୁର ରାସ୍ତାର ଦେଢ଼ କିଲୋମିଟର ଲମ୍ବ ମହାନଦୀ ପୋଲ ଉପରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ପୋଲ...

Leave a comment

Your email address will not be published. Required fields are marked *