Posted inଜାତୀୟ

ଅଯୋଧ୍ୟାରେ ଶ୍ରୀରାମଙ୍କ ମୂର୍ତ୍ତି ଉଦ୍‌ଘାଟନ କଲେ ଯୋଗୀ

ଅଯୋଧ୍ୟା,୭।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଅଯୋଧ୍ୟାରେ ଥିବା ଭଗବାନ ରାମଙ୍କ କୋଦଣ୍ଡ ପ୍ରତିମୂର୍ତ୍ତିକୁ ଉଦ୍‌ଘାଟନ କରିଛନ୍ତି। ୭ଫୁଟ ଉଚ୍ଚ ଥିବା ଏହି ପ୍ରତିମାର ବହୁ ମହତ୍ତ୍ୱ ରହିଛି। ରାମଙ୍କ ଏହି ପ୍ରତିମାକୁ କର୍ନାଟକରେ ତିଆରି କରାଯାଇଥିବା ବେଳେ ମାତ୍ର ଖଣ୍ଡେ ଶାଳ କାଠରେ ଏହାକୁ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ଦକ୍ଷିଣ ଭାରତରେ ଭଗବାନ ରାମଙ୍କ କୋଦଣ୍ଡ ରୂପକୁ ପୂଜା କରାଯାଇଥାଏ। ଶ୍ରୀରାମଙ୍କ ଏହି ମୂର୍ତ୍ତି ମଧ୍ୟ କୋଦଣ୍ଡ ଧନୁ ଧାରଣ କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଭଗବାନ ରାମଙ୍କ ଧନୁର ନାମ କୋଦଣ୍ଡ। ଯେତେବେଳେ ଶ୍ରୀରାମ ମାତା ସୀତାଙ୍କୁ ଖୋଜିବାକୁ ଦକ୍ଷିଣ ଭାରତରେ ପହଞ୍ଚିଥିଲେ ସେତେବେଳ ବନବାସୀ ରୂପେ ତାଙ୍କ ହାତରେ ଧନୁ ରହିଥିଲା। ଅଯୋଧ୍ୟାର ସୋଧ ସଂସ୍ଥାନ ମ୍ୟୁଜିୟମ୍‌ରେ ଯୋଗୀ ଆଦିତ୍ୟନାଥ ରାମଙ୍କ ମୂର୍ତ୍ତି ଉଦ୍‌ଘାଟନ କରିବା ପରେ ସେଠାକାର ଗ୍ୟାଲେରୀ ପରିଦର୍ଶନ କରିବା ସହ କିଛି ବହି ଓ ପୋଷ୍ଟାଲ କଭରର ଉନ୍ମୋଚନ କରିଥିଲେ।


All Right Reserved By Dharitri.Com

ଜେଟ୍‌ ଅଂଶଧନ ଉପରେ ରିଲାଏନ୍ସର ନଜର

ନୂଆଦିଲ୍ଲୀ,୨୧ା୪: ଟେକ୍ସଟାଇଲରୁ ଆରମ୍ଭ କରି ଟେଲିକମ୍‌ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିବା ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ବନ୍ଦ ହୋଇଯାଇଥିବା...

୧୫୦ ବର୍ଷ ପୁରୁଣା ବରଗଛର ରହିଛି ୨ ଶହ ଶାଖା: ଇଂରେଜ ଏଠାରେ କରୁଥିଲେ ନୀଳ ଚାଷ

ପାଟନା,୨୯।୭: ବିହାର ଗୋପାଳଗଞ୍ଜରେ ରହିଛି ୧୫୦ ବର୍ଷ ପୁରୁଣା ବରଗଛ। ଏହାର ୨ ଶହ ଶାଖା ରହିଛି। ବରଗଛ ଏକ ବିଘା ଅର୍ଥାତ୍‌ ୧୪ ହଜାର...

ନ୍ୟାଶନାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପାଇପ୍‌ଲାଇନର ଶୁଭାରମ୍ଭ କଲେ ସୀତାରାମନ:ଖର୍ଚ୍ଚ ହେବ ୧୦୨ ଲକ୍ଷ କୋଟି

ନୂଆଦିଲ୍ଲୀ,୧-୧:ଦେଶର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ କେନ୍ଦ୍ର ସରକାର ୧୦୦ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବେ। ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ...

ଡାହାଣୀ ଭୟରେ ପ୍ରସୂତିଙ୍କ ମୃତଦେହ ଉଠାଇଲେନି ପୁରୁଷ: ଶ୍ମଶାନକୁ ବୋହି ନେଲେ ମହିଳା

କାଙ୍କେର,୨୦।୧୦: ଅନ୍ଧବିଶ୍ୱାସ ଯୋଗୁ ଛତିଶଗଡ଼ରେ ଜଣେ ପ୍ରସୂତିଙ୍କ ମୃତ ଦେହ ଉଠାଇବାକୁ ପୁରୁଷ ଆସିଲେନି। ପ୍ରସୂତିଙ୍କ ମୃତଦେହ ଉଠାଇଲେ ଭୂତ ହଇରାଣ କରିବାର ଆଶଙ୍କାଥିବାରୁ ପୁରୁଷ...

ଚିଦାମ୍ବରମ୍‌ ପଢୁ ନ ଥିଲେ ସମସ୍ତ ଫାଇଲ୍‌: ଦକ୍ଷ ଆଇଏଏସ୍‌ ଅଫିସର କରୁଥିଲେ ଏହାର ଯାଞ୍ଚ୍‌

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ସିବିଆଇ ପକ୍ଷରୁ ପଚରା ଉଚରା କରାଯାଉଛି। ସେ କହିଛନ୍ତି ଯେ ସମୟ ଅଭାବ ଯୋଗୁ ସମସ୍ତ ଫାଇଲ୍‌ ଦେଖିବା...

ଯୋଗ ଦିବସରେ ୩ ବର୍ଷ ହେଲା ମୋଦି କାନ୍ଧରେ ପକେଇ ଆସୁଛନ୍ତି ଏହି ସ୍ବତନ୍ତ୍ର ଗାମୁଛା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୨୧।୬: ଆଜି ସାରା ବିଶ୍ୱରେ ପାଳନ କରାଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ୩୦...

କ୍ଷୁଧା ମେଣ୍ଟାଇ ପାରିବନି ଚନ୍ଦ୍ର ମିଶନ: ରାହୁଲ

ଲାତୁର,୧୪ା୧୦(ପି.ଟି.): ଦେଶର ଯୁବପିଢ଼ି ନିଯୁକ୍ତି ଖୋଜୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସେମାନଙ୍କୁ ଜହ୍ନ ଦେଖିବାକୁ କହୁଛନ୍ତି। ଭାରତର ଅର୍ଥନୀତି ଭୁଶୁଡ଼ିବା ଏବେ...

ବରିଷ୍ଠ ସିପିଆଇ ନେତା ଗୁରୁଦାସ ଦାସଗୁପ୍ତାଙ୍କ ପରଲୋକ

କୋଲକାତା,୩୧।୧୦: ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ଏମ୍‌ପି ଗୁରୁଦାସ ଦାସଗୁପ୍ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ସେ ଦୀର୍ଘ...

Leave a comment

Your email address will not be published. Required fields are marked *