ଦାୟିତ୍ୱ ନେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ସଞ୍ଜୟ ଦାସବର୍ମା ସୋମବାର ଲୋକ ସେବା ଭବନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ର ଅନୁମୋଦନକ୍ରମେ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ସଞ୍ଜୟଙ୍କ ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ରବିବାର ପ୍ରକାଶ ପାଇଥିଲା। ଏହି ପଦବୀ ସହ ସଞ୍ଜୟଙ୍କୁ କ୍ୟାବିନେଟ ପାହ୍ୟା ମଧ୍ୟ ମିଳିଛି। ସୋମବାର ପୂର୍ବାହ୍ନରେ ସଞ୍ଜୟ ଦାୟିତ୍ୱ ନେବା ପରେ ଅପରାହ୍ନରେ ସିଏମ୍‌ଓ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।
ଏହି ସମୟରେ ଯୋଜନା ବୋର୍ଡର ରୂପରେଖ ପରିବର୍ତ୍ତନ ଏବଂ ଜନସାଧାରଣଙ୍କ ସେବାରେ ଏହାକୁ ସକ୍ରିୟଭାବରେ ଭାଗୀଦାରି କରିବା ନେଇ ଆଲୋଚନା ହୋଇଥିଲା। ଦାୟିତ୍ୱ ନେବା ସମୟରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାପରେ ଗଣମାଧ୍ୟମକୁ ମତାମତ ଦେଇ ଯୋଜନା ବୋର୍ଡକୁ ଅଧିକ ଫଳପ୍ରଦ କରାଯିବା ସହ ଜିଲା ଯୋଜନାକୁ ବୋର୍ଡ ମାଧ୍ୟମରେ ଅଧିକ ଗତିଶୀଳ କରାଯିବ। କେରଳ ଓ ତେଲେଙ୍ଗାନା ଭଳି ରାଜ୍ୟ ଯୋଜନା ବୋର୍ଡ ନୂଆ ରୂପ ପାଇବ ବୋଲି ସଞ୍ଜୟ କହିଛନ୍ତି। ଅପରପକ୍ଷରେ ବିରୋଧୀ କଂଗ୍ରେସ ଓ ଭାଜପା ଯୋଜନା ବୋର୍ଡ ଉପାଧ୍ୟକ୍ଷ ନିଯୁକ୍ତିକୁ ଶାସକ ଦଳର ଥଇଥାନ କେନ୍ଦ୍ର ବୋଲି ଅଭିହିତ କରିଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଯୋଜନା ବୋର୍ଡ ଅଫିସକୁ କୌଣସି ଫାଇଲ ଆସେ ନାହିଁ। ବର୍ଷ ବର୍ଷ ଧରି ଏହାର ବୈଠକ ବସି ନ ଥାଏ। ଉପାଧ୍ୟକ୍ଷଙ୍କୁ ସଚିବାଳୟରେ କେବଳ ଗୋଟିଏ ଚାମ୍ବର ମିଳିଥାଏ ବୋଲି ସାଲୁଜା କହିଛନ୍ତି। ଭାଜପା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଯୋଜନା ବୋଡର୍ର୍ ଏକ ଥଇଥାନ ବୋର୍ଡ। ଅପରପକ୍ଷରେ ଏପରି ଅଭିଯୋଗକୁ ବିଭାଗୀୟ ମନ୍ତ୍ରୀ ଖଣ୍ଡନ କରିଛନ୍ତି। ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ କହିଛନ୍ତି ଯେ, କେନ୍ଦ୍ରରେ ଥିବା ନୀତି ଆୟୋଗ ଢାଞ୍ଚାରେ ରାଜ୍ୟ ଯୋଜନା ବୋର୍ଡର ପୁନର୍ଗଠନ କରାଯିବ। ବିରୋଧୀଙ୍କ ଅଭିଯୋଗର କୌଣସି ଆଧାର ନାହିଁ। ଏହାକୁ ଅଧିକ ଲୋକାଭିମୁଖୀ କରିବା ସମ୍ପର୍କିତ ନୀତିଗତ ନିଷ୍ପତ୍ତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେହେରା କହିଛନ୍ତି।


All Right Reserved By Dharitri.Com

ବାତ୍ୟା ମାଡ଼ରେ ନଇଁ ପଡିଥିଲା : ସଳଖ କରାଗଲାଣି ୨୦୦୦ ଗଛ

ପୁରୀ ଅଫିସ,୩୧।୫: ବାତ୍ୟା ଫନୀ ପ୍ରଭାବରେ ଉଜୁଡ଼ିଯାଇଛି ବାଲୁଖଣ୍ଡ ଅଭୟାରଣ୍ୟ। ଲକ୍ଷାଧିକ ଗଛ ଭାଙ୍ଗି ଯାଇଥିବା ବେଳେ ବହୁ ଗଛ ଉପୁଡ଼ି ପଡିଛି। ସେହିପରି ପୁରୀ...

ଘାରିଲା କରୋନା ଭୟ, ବଢ଼ିଲା ମାସ୍କ ଡିମାଣ୍ଡ

ଭୁବନେଶ୍ୱର,୬।୩(ବ୍ୟୁରୋ): ଚାଇନାରୁ ଏବେ ସାରା ବିଶ୍ୱକୁ ବ୍ୟାପିଚାଲିଥିବା ମାରାତ୍ମକ କରୋନାକୁ ନେଇ ଏବେ ଭାଳେଣି ପଡ଼ିଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଓଡ଼ିଶାରେ ମଧ୍ୟ...

କାର ଧକ୍କାରେ ଛାତ୍ର ମୃତ

କ୍ଷତିପୂରଣ ଦାବିରେ ରାସ୍ତାରୋକୋ ପାଟପୁର,୮ା୧୨-ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ମୁଖ୍ୟ ରାସ୍ତାରେ ଶନିବାର ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାର...

ଧରିତ୍ରୀରେ ଖବର ପ୍ରକାଶିତ ହେବାପରେ ଚେତିଲା ପୂର୍ତ୍ତ ବିଭାଗ: ରାତିଅଧିଆ ରାସ୍ତା ମରାମତି କାର୍ଯ୍ୟ ଶେଷ

ଦାରିଙ୍ଗବାଡ଼ି,୨୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଦବି ଯାତାୟାତରେ ସମସ୍ୟା ହେଉଥିଲା। ତେବେ ରାସ୍ତା ମରାମତି ଦିଗରେ ବିଭାଗ ପଦକ୍ଷେପ...

ରବୀନ୍ଦ୍ରମଣ୍ଡପ-ବିମାନବନ୍ଦର ରାସ୍ତା ହେଲା ନୋ ଓଭରଟେକିଂ ଜୋନ୍‌: ଉଲ୍ଲଂଘନକାରୀଙ୍କୁ ଧରାଇବ ଡ୍ରୋନ୍‌

ଭୁବନେଶ୍ୱର, ୨୭।୮(ବ୍ୟୁରୋ):ରାଜଧାନୀରେ ବେପରୁଆ ଗାଡ଼ି ଚାଳକମାନେ ସାବାଡ଼ ହେବେ। ସାପ ଗଲା ଭଳି ଗାଡି ଚଲାଇ ଓଭରଟେକିଂ କରୁଥିଲେ ଚାଳକଙ୍କୁ ଧରିବ ଡ୍ରୋନ୍‍ କ୍ୟାମେରା। ଏହାପରେ...

ସିଲ୍ ଅଞ୍ଚଳରେ ବିଏମ୍‌ସିର ବିଶୋଧକ ସିଞ୍ଚନ, କେମିକାଲଯୁକ୍ତ ଧୂଆଁ ସ୍ପ୍ରେ

ଭୁବନେଶ୍ୱର, ୫।୪ (ବ୍ୟୁରୋ): ସୂର୍ଯ୍ୟନଗରରୁ ୮ ଜଣ ଓ ବମିଖାଲରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଉଭୟ ଅଞ୍ଚଳକୁ ସିଲ୍‌...

ବିପଦସଙ୍କୁଳ ଅବସ୍ଥାରେ ଝୁଲୁଛି ବିଦ୍ୟୁତ ତାର

କଟକ ଅଫିସ, ୨୨।୪: ମୁଣ୍ଡକୁ ଲାଗୁଛି କୃଷ୍ଣଚୂଡ଼ା ଗଛର ଡାଳ। ଆଉ ଏହି ଗଛର ସବୁ ଡାଳ ୧୧ କେଭି ବିଦ୍ୟୁତ ତାରକୁ ଛୁଇଁଛି। ଏଭଳି...

ରଥର ରକ୍ଷକ ସାଜନ୍ତି ଦେବଦେବୀ

ପୁରୀ ଅଫିସ,୨।୭: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିିଛି ଶ୍ରୀକ୍ଷେତ୍ର। ମଙ୍ଗଳବାର ନବଯୌବନ ଦର୍ଶନ ଦେଇ ଗୁରୁବାର ରଥରେ ବସି ଜନ୍ମବେଦୀକୁ ଯିବେ...

Leave a comment

Your email address will not be published. Required fields are marked *