ଠିକାଦାରଙ୍କ କବ୍‌ଜାରେ ରୋଗୀ କ୍ୟାବିନ

ଭୁବନେଶ୍ୱର,୩ା୩(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲକୁ ରୋଗୀ ଗଲେ ସେମାନଙ୍କୁ ସହଜରେ ବେଡ୍‌ ମିଳୁନି। ଯଦି ବେଡ୍‌ ମିଳୁଛି ତେବେ ବହୁ ଧରାଧରି ଏବଂ ହାତଗୁଞ୍ଜା ଦେବା ପରେ। ଯେଉଁମାନେ ଦେଇପାରୁ ନାହାନ୍ତି ସେମାନେ ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଏବେ କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ୩ କ୍ୟାବିନକୁ ମାଡ଼ି ବସିଛନ୍ତି ଠିକାଦାର ଏବଂ ବଡ଼ବଡ଼ିଆମାନେ। କ୍ୟାପିଟାଲ ହସ୍ପିଟାଲରେ କାମ ନେଇଥିବା କେତେଜଣ ଠିକାଦାର କ୍ୟାବିନରେ ନିଜର କର୍ମଚାରୀମାନଙ୍କୁ ରଖିଛନ୍ତି। ଅନ୍ୟପକ୍ଷରେ ରୋଗୀ କ୍ୟାବିନ ନ ପାଇ ହଇରାଣ ହେଉଛନ୍ତି। ପ୍ରଶ୍ନ ଉଠୁଛି ସାଧାରଣ ଲୋକେ କ୍ୟାବିନ ପାଉ ନ ଥିବା ବେଳେ ଏହି ଠିକାଦାରଙ୍କୁ କିଭଳି ମିଳିଯାଉଛି। କିନ୍ତୁ କ୍ୟାବିନରେ ରହୁଥିବା ଲୋକଙ୍କୁ ପଚାରିବାରୁ ସେମାନେ କହୁଛନ୍ତି ଯେ, ‘ଆମେ ଏଠାରେ କାମ କରୁଛୁ। ଘର ମିଳି ନ ଥିବାରୁ ଠିକାଦାର ଆମକୁ ଏଠାରେ ରହିବାକୁ କହିଛନ୍ତି। ଘର ମିଳିଲେ ଚାଲିଯିବୁ।’
ଅନ୍ୟପକ୍ଷରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗିରଫ ହୋଇ ଜାମିନରେ ଆସିଥିବା ସରୋଜ ମିଶ୍ର ନାମକ କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ସୁରକ୍ଷା କର୍ମୀ କ୍ୟାବିନ କେଳେଙ୍କାରୀ କଥା ପଦାକୁ ଆଣିଛନ୍ତି। ସରୋଜଙ୍କ କହିବାନୁଯାୟୀ, କେବଳ କ୍ୟାବିନ ଦୁର୍ନୀତି ନୁହେଁ, କେତେଜଣ ଡାକ୍ତର ଘରୋଇ କ୍ଲିନିକ୍‌କୁ ରୋଗୀ ପଠାଇ ମାଲାମାଲ ହେଉଛନ୍ତି। ତାଙ୍କର ଜଣେ ସମ୍ପର୍କୀୟ ଆସନ୍ନପ୍ରସବା ମହିଳା ୬ ଦିନ ହସ୍ପିଟାଲରେ ରହିବା ପରେ ତାଙ୍କୁ ଘରୋଇ କ୍ଲିନିକ୍‌କୁ ଯିବା ପାଇଁ ଡାକ୍ତର କହିଥିଲେ। ଏନେଇ ସରୋଜ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାର ୮ ଦିନ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହା ଏକ ଷଡ଼ଯନ୍ତ୍ର ବୋଲି ସରୋଜ କହିଛନ୍ତି।
କ୍ୟାପିଟାଲ ହସ୍ପିଟାଲ ଡେପୁଟି ଡାଇରେକ୍ଟର ଧନଞ୍ଜନ ଦାଶ କହିଛନ୍ତି ଯେ, କେହି କ୍ୟାବିନ ମାଡିବସିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଉକ୍ତ କ୍ୟାବିନଗୁଡ଼ିକ କିଛି କାମରେ ଆସୁ ନ ଥିବାରୁ ସେଠାରେ ହସ୍ପିଟାଲର କର୍ମଚାରୀ ଓ ଇଲେକ୍ଟ୍ରିସିଆନ୍‌ ରହୁଛନ୍ତି। ଜାଣିଣୁଣି ସରୋଜ ମିଛ ଅଭିଯୋଗ ଆଣି ହସ୍ପିଟାଲକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି।


All Right Reserved By Dharitri.Com

ତିନିମାସ ସତର୍କ ରହିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ବର୍ଷାଋତୁ ଆରମ୍ଭ ହୋଇଯାଇଥିବାରୁ ରାଜ୍ୟରେ ଭେକ୍ଟରବାହିତ ରୋଗ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ରୋଗ ସଂକ୍ରମଣ ରୋକିବା ସହ ଆଗାମୀ ଦୁଇତିନି ମାସ ପାଇଁ...

ଲାଭ ଦେବନି ଆର୍‌ବିଆଇ ଘୋଷଣା

ଭୁବନେଶ୍ୱର, ୧୫।୪(ବ୍ୟୁରୋ): କରୋନା ପ୍ରଭାବରେ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଫଳରେ ଏବେ ସରକାରୀ, ବେସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭକରି ଛୋଟ, ବଡ଼ ଦୋକାନ ବଜାର...

ରାଜ୍ୟରେ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ୮୭ ସ୍ଥାନ ଚିହ୍ନଟ: ଉତ୍ପାଦନ ହେବ ୩୪୦ ମେଗାଓ୍ବାଟ୍‌

ଭୁବନେଶ୍ୱର, ୧୯।୭(ବ୍ୟୁରୋ): ରାଜ୍ୟରେ ୧ରୁ ୨୫ ମେଗାଓ୍ବାଟ୍‌ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ୮୭ଟି ସ୍ଥାନ ଚିହ୍ନଟ କରାଯାଇଛି। ଏହିସବୁ ପ୍ରକଳ୍ପ କେନ୍ଦ୍ରାପଡ଼ା, ରାୟଗଡ଼ା,...

ନାଥୁରାମଙ୍କୁ ନେଇ ପୁଣି କଂଗ୍ରେସ-ଭାଜପା ମୁହାଁମୁହିଁ

ଭୁବନେଶ୍ୱର, ୩୦।୭(ବ୍ୟୁରୋ):ସୋମବାର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ନେଇ ଉଭୟ କଂଗ୍ରେସ ଏବଂ ଭାଜପା ମୁହାଁମୁହିଁ ହୋଇଥିଲେ। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର...

ପୋଲିସ ଉଠାଇନେଲା ୩୭ ଗାଡ଼ି, ଉତ୍ତେଜନା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ପୋଲିସ ମନ ଇଚ୍ଛା କାର୍ଯ୍ୟ କରୁଛି। ହଠାତ୍‌ କଟକଣା ଲଗାଇ ଲୋକଙ୍କୁ ହଇରାଣ କରୁଛି। କେଉଁଠି କଟକଣା ଲାଗିଛି, ଲୋକେ ଜାଣିପାରୁନାହାନ୍ତି। ପୂର୍ବ ସୂଚନା...

କଟକର ଏକମାତ୍ର କରୋନା ଆକ୍ରାନ୍ତ ଏବେ ସୁସ୍ଥ

କଟକ ଅଫିସ,୧୧।୪: କଟକର ଏକମାତ୍ର କରୋନା ଭୂତାଣୁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଶୁକ୍ରବାର ରାତିରେ ଏ ନେଇ ସୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତ...

ମଠ ମାନଚିତ୍ରରୁ ହଜିଗଲା ବଡ଼ ଆଖଡ଼ା

ପୁରୀ ଅଫିସ,୧୦।୯: ଶ୍ରୀକ୍ଷେତ୍ରର ମଠ ମାନଚିତ୍ରରୁ ହଜିଗଲା ବଡ଼ ଆଖଡା ମଠ। ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀର ବିକାଶ ପାଇଁ ଚାଲିଥିବା ଉଚ୍ଛେଦ ଅଭିଯାନରେ ଲଙ୍ଗୁଳି...

କରୋନା ଗୁଜବ ଯୋଗୁ କ୍ଷତିରେ କୁକୁଡା ଚାଷୀ

ଭୁବନେଶ୍ୱର,୪ା୩: ବ୍ରଏଲର କୁକୁଡ଼ା ମାଂସରେ କରୋନା ବ୍ୟାପିବାର ଗୁଜବ ଯୋଗୁ ଏବେ ଏହି ସାରା ଦେଶରେ ଶିଳ୍ପ ଉପରେ ଏହାର ପ୍ରଭାବ ପଡିଛି। ଓଡ଼ିଶାରେ କୁକୁଡ଼ା...

Leave a comment

Your email address will not be published. Required fields are marked *