ମଣ୍ଡିରେ ଧାନ କ୍ରୟରେ ଅନିୟମିତତା

ମାର୍ଶାଘାଇ,୩।୩ (ଡି.ଏନ୍‌.ଏ.): ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଦେଇ ସେମାନଙ୍କଠାରୁ ଧାନ କ୍ରୟ କରିବା ପାଇଁ ବିଭିନ୍ନ ସମବାୟ ସମିତିରେ ମଣ୍ଡି ଖୋଲାଯାଇଛି। ଚାଷୀମାନେ କିପରି ସୁବିଧା, ସହଜ ଓ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ ଦେଇପାରିବେ ଓ ଅଭାବୀ ବିକ୍ରିର ସମ୍ମୁଖୀନ ହେବେ ନାହିଁ, ସେ ଦିଗରେ ସରକାରଙ୍କ ପକ୍ଷରୁ ବିଭିନ୍ନ ନିୟମ ଲାଗୁ ହୋଇଛି। ହେଲେ କେତେକ ମଣ୍ଡିରେ ଚାଷୀମାନେ ଧାନ ବିକ୍ରି କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଉ କେତେକ ମଣ୍ଡିରେ ମିଲର ଧାନ ନ ନେବା ଯୋଗୁ ମଣ୍ଡି ବାହାରେ ଧାନ ବସ୍ତା ପଡ଼ି ରହୁଥିବା ଦେଖାଯାଉଛି।
ମାର୍ଶାଘାଇ ସମବାୟ ସେବା ସମିତିରେ ମିଲର ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ ନ କିଣି ଅନ୍ୟ ଚାଷୀଙ୍କଠାରୁ ଧାନ କ୍ରୟ କରୁଛନ୍ତି। ମଣ୍ଡିରେ ଧାନ ଦେବା ପାଇଁ ନାମ ପଞ୍ଜୀକରଣ ବାଧ୍ୟତାମୂଳକ ହୋଇଥିଲେ ହେଁ ନାମ ପଞ୍ଜୀକୃତ ନ କରାଇ ଚାଷୀମାନେ କିପରି ଧାନ ଦେଇ ପାରୁଛନ୍ତି, ସେ ନେଇ ଶିଳିପୁର ପଞ୍ଚାୟତର କେତେଜଣ ଚାଷୀ ସୋମବାର ବିଡିଓଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଅଣପଞ୍ଜୀକୃତ ଚାଷୀମାନେ କୁଇଣ୍ଟାଲ କୁଇଣ୍ଟାଲ ଧାନ ବିକ୍ରି କରୁଥିବା ବେଳେ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କ୍ରୟ କରା ନଯିବା ନେଇ ଚାଷୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ କରା ନ ଗଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗୌରାଙ୍ଗ ଯେନା, ବ୍ୟବମନ୍ୟୁ ବେଉରା ପ୍ରମୁଖ ଚାଷୀ ଚେତାବନୀ ଦେଇଛନ୍ତି।


All Right Reserved By Dharitri.Com

କଳାହାଣ୍ଡି ଜିଲା ଯୋଜନା କମିଟି ବୈଠକ: କୃଷି, ଉଦ୍ୟାନ ବିଭାଗ ଉପରେ ଗୁରୁତ୍ୱ

ଭବାନୀପାଟଣା,୨୮।୨ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ପ୍ଲାନିଂ ୱିଙ୍ଗ୍‌ କନ୍‌ଫେରେନି୍ଂସ ହଲ୍‌ଠାରେ ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ...

ପୁଓର ଚିକିଛା ଲାଗି ବାପ୍‌ ବାରଦୁଆର ଘଟନା:ସାହାଯ୍‌ ଲାଗି କଥା ଦେଲେ ବିଧାୟିକା

  ଅତାବିରା, ୧୭।୮ (ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଚାବିରିପାଲିର ମୂଲ ବାସିନ୍‌ଦା ରାମ ଜାଲକଁର ପୁଓ ଶଙ୍କର ଜାଲ(୮)। ଜନ୍‌ମୁ ଶଙ୍କରର ମଲଦୁଆର...

ବିଦେଶ ଫେରନ୍ତାଙ୍କ ତଥ୍ୟ ସଂଗ୍ରହ

ଅନୁଗୋଳ ଅଫିସ୍‌, ୧୯।୩ : ଅନୁଗୋଳ ଜିଲାରେ କରୋନା ମୁକାବିଲା କରିବାକୁ ଜିଲା ପ୍ରଶାସନ ତପତ୍ର ହୋଇଛି। ବୁଧବାର ମୁଖ୍ୟ ଶାସନ ସଚିବଙ୍କ ସହ ଭିଡ଼ିଓ କନଫରେନ୍ସ...

ଛତ୍ରପୁର ହସ୍ପିଟାଲରେ ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟ ମନିଟରିଂ ଟିମ୍‌

ଛତ୍ରପୁର,୨୬ା୪(ଡି.ଏନ.ଏ.)- ଗଞ୍ଜାମ ଜିଲା ହେଡକ୍ୱାର୍ଟରରେ ଥିବା ଛତ୍ରପୁର ହସ୍ପିଟାଲକୁ ୨୦୧୮-୧୯ରେ କାୟାକଳ୍ପ ପ୍ରଶଂସନୀୟ ପୁରସ୍କାର ମିଳିଥିଲା। ଏହି ପୁରସ୍କାର ପରେ ଭାରତ ସରକାରଙ୍କଠାରୁ ନ୍ୟାଶନାଲ କ୍ୱାଲିଟି...

ବୁଲାକୁକୁରଙ୍କ ପାଇଁ ଦେବଦୂତ ସାଜିଛନ୍ତି ଜ୍ୟୋତିରଞ୍ଜନ

ନିଶ୍ଚିନ୍ତକୋଇଲି,୬ା୪(ସ୍ବ.ପ୍ର.) : କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଲକ୍‌ଡାଉନ୍‌ ଯୋଗୁ ୧୦ ଦିନ ହେଲା ବୁଲା କୁକୁରମାନେ ଖାଇବାକୁ ପାଉନାହାନ୍ତି। ଫଳରେ ଏହି କୁକୁରମାନଙ୍କ...

ହୋଲିରେ ଯୁବକଙ୍କୁ ହତ୍ୟା, ଜଳତାମୁଣ୍ଡା ଗ୍ରାମରେ ଶୋକର ଛାୟା

କୋକସରା,୧୦।୩(ଡି.ଏନ୍‌.ଏ.): ରଙ୍ଗର ପର୍ବ ହୋଲିରେ ସମସ୍ତେ ମସ୍‌ଗୁଲ ଥିବାବେଳେ କଳାହାଣ୍ଡି ଜିଲା କୋକସରା ଥାନା ଜଳତାମୁଣ୍ଡା ଗାଁରେ ଶୋକର ଛାୟା ଖେଳିଯାଇଛି। ଜଣେ ଯୁବକଙ୍କୁ ପଡ଼ୋଶୀ...

ଡମ୍ପର ଧକ୍କାରେ ଜଣଙ୍କ ଜୀବନଗଲା

ବଡ଼ବିଲ, ୨୯।୪( ସ. ପ୍ର.)-କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗର ଠାରେ ବ୍ରେକ ଡାଉନ ଡମ୍ପରକୁ ଏକ ଅଜଣା ଡ଼ମ୍ପର ଧକ୍କା ଦେଇଥିବା ବେଳେ...

୧୦୩ କେଜି ଗଞ୍ଜେଇ ଜବତ, ୩ ଗିରଫ

ଫିରିଙ୍ଗିଆ,୧୯।୬- ଫିରିଙ୍ଗିଆ ପୋଲିସ ଡିଣ୍ଡିରାଗାଁ ପଞ୍ଚାୟତ ପାଖରେ ଚଢ଼ାଉ କରି ଏକ ଡାଲା ଅଟୋରୁ ୧୦୩ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୩...

Leave a comment

Your email address will not be published. Required fields are marked *