କେନ୍ଦୁପତ୍ର କର୍ମଚାରୀ ସଂଘର ଧାରଣା

ଫୁଲବାଣୀ ଅଫିସ/ ଫିରିଙ୍ଗିଆ,୩ା୩ କେନ୍ଦୁପତ୍ର ତୋଳାଳି, ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ ୭ ଦଫା ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସୋମବାରଠାରୁ ୨ଦିନିଆ ଧାରଣା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ କେନ୍ଦୁପତ୍ର ରେଞ୍ଜ ସମ୍ମୁଖରେ ଏହି ଧାରଣା ଦିଆଯାଇଛି। ଫୁଲବାଣୀ ଡିଭିଜନ ଅଧୀନରେ ଥିବା ୭ ରେଞ୍ଜ ଫୁଲବାଣୀ, ଗୋଛାପଡା ପୂର୍ବ, ଗୋଛାପଡ଼ା ପଶ୍ଚିମ, ବାଲିଗୁଡା, ତୁମୁଡିବନ୍ଧ, ଦଶପଲ୍ଲା, ଭଞ୍ଜନଗର ଅଫିସ ସମ୍ମୁଖରେ ସଂଘର ଡିଭିଜନ ସମ୍ପାଦକ ସରୋଜ କର୍ଣ୍ଣଙ୍କ ନେତୃତ୍ୱରେ ଧାରଣା ଚାଲିଛି। ଏଥିସହ ଏକ ଦାବିପତ୍ର ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ଉଦ୍ଦେଶ୍ୟରେ ଫୁଲବାଣୀ କେନ୍ଦୁପତ୍ର ଡିଭିଜନର ବନଖଣ୍ଡ ଅଧୀକାରୀଙ୍କୁ ପ୍ରଦାନ କରାଯାଇଛି। ସିଜିନାଲ କର୍ମଚାରୀମାନଙ୍କ ଦରମା ହ୍ରାସ କରାଯାଇ ସେମାନଙ୍କୁ ଦିନ ମଜୁରିଆ ଭାବେ ପରିଗଣିତ କରିବା ନିଷ୍ପତ୍ତି ପ୍ରତ୍ୟାହାର ସହ ପ୍ରଧାନ ବନ ସଂରକ୍ଷକ ନଭେମ୍ବର ୧୪ରେ ଦେଇଥିବା ପ୍ରସ୍ତାବକୁ ୨୦୧୯ ମସିହାରୁ କାର୍ଯ୍ୟକାରୀ କରିବା, ୨୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାମ କରୁଥିବା ଚପରାଶିମାନଙ୍କୁ ୨୦ କୁଇଣ୍ଟାଲ ପତ୍ର ଆଦାୟ ହେଉ ନ ଥିବା ଆଳରେ ଉଚ୍ଛେଦକୁ ବନ୍ଦ କରିବା, କେନ୍ଦୁପତ୍ର ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ କରିବା ସହ ବିକ୍ରୟ ନୀତିକୁ ସଂଶୋଧନ କରିବା ଆଦି ଦାବି ଉଲ୍ଲେଖ କରାଯାଇଛି। ଦାବି ପୂରଣ ପ୍ରତି ସରକାର ଟାଳଟୁଳ ନୀତି ଗ୍ରହଣ କଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଫୁଲବାଣୀ ଡିଭିଜନ ଅଫିସ ସମ୍ମୁଖରେ ସଂଘର ସମ୍ପାଦକ କର୍ଣ୍ଣଙ୍କ ସମେତ ଯୁଗ୍ମ ସମ୍ପାଦକ ଉପେନ୍ଦ୍ର କୁମାର ସାମଲ, କୋଷାଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ପ୍ରମୁଖ ବହୁ ସଦସ୍ୟ ଧାରଣା ଦେଇଥିଲେ। ସେହିପରି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା ରେଞ୍ଜ ଅଫିସ ସମ୍ମୁଖରେ ସଂଗଠନ ଆବାହକ କେଦାରନାଥ ଦଳବେହେରା, ସମ୍ପାଦକ ଦଶମୂଳ ମିଶ୍ର, ରବୀନ୍ଦ୍ର ବାରିକ, ଭିକାରୀ ଚରଣ ନାୟକ ପ୍ରମୁଖ ଧାରଣା ଦେଇଥିଲେ।


All Right Reserved By Dharitri.Com

ବୋଲେରୋ ଓଲଟି ୪ ଗୁରୁତର

ଶଙ୍କରାଖୋଲ,୧୯ା୧(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଟିକାବାଲି ଥାନା ଶଙ୍କରାଖୋଲ ନିକଟ ଡୁମ୍ବୁରିନାଳ ପୋଲଠାରେ ରବିବାର ରାତି ପ୍ରାୟ ୯ଟାରେ ଏକ ବୋଲେରୋ ଓଲଟି ପଡ଼ିବାରୁ ୪ ଜଣ...

ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଚାଲିଛି ଗଛକଟା

ଦାରିଙ୍ଗବାଡ଼ି,୨୪।୮(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ ଗରମ ବୃଦ୍ଧି ପାଇବା ସହ ଅସ୍ବାଭାବକି ଭାବେ ପାଣିପାଗର ପରିବର୍ତ୍ତନ ହେଉଛି। ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି...

ଓଡ଼ିଶାର ହସ୍ତଶିଳ୍ପୀ, ବୁଣାକାରଙ୍କ ପାଇଁ କାର୍ଯ୍ୟ କରିବ ‘ଫ୍ଲିପ୍‌କାର୍ଟ ସମର୍ଥ’

ଭୁବନେଶ୍ୱର, ୧ା୧୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓ କମର୍ସ ମଞ୍ଚ ଫ୍ଲିପ୍‌କାର୍ଟ ମଧ୍ୟରେ ଶନିବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।...

ଗଳାକାଟି ବୃଦ୍ଧଙ୍କୁ ହତ୍ୟା

ଦଶପଲ୍ଲା,୨୧।୧୧(ଡି.ଏନ.ଏ.): ନୟାଗଡ ଜିଲା ଦଶପଲ୍ଲା ଏନ୍‌ଏସିର କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଗଳାକାଟି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ହତ୍ୟା କରିବା ପରେ...

୫ରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆସନ୍ତା ୫ ତାରିଖରୁ ଭୁବନେଶ୍ୱର ଓ ଛତିଶଗଡ଼ ରାଜଧାନୀ ରାୟପୁରକୁ ବିମାନ ଉଡ଼ାଣ ଆରମ୍ଭ ହେବ।...

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ପରାମର୍ଶ: ୩୦ ଯାଏ ଜାରି ରହୁ ଲକ୍‌ଡାଉନ

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ନିୟମ ଅନୁପାଳନ ହେବା ଆବଶ୍ୟକ। ଏଥିପାଇଁ ଲକ୍‌ଡାଉନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ କରୋନା ଭୂତାଣୁ...

ବିନା ପାସ୍‌ରେ ଗଡ଼ିବନି ଗାଡ଼ି: ପାସ୍‌ ପାଇଁ ଥାନାରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଜନତା କର୍ଫ୍ୟୁର ଗୋଟିଏ ଦିନ ପରେ ରାଜଧାନୀର ରାଜପଥରେ ଅନେକ ଯାନବାହନର ଭିଡ଼ ଦେଖିବାକୁ ମିଳିଥିଲା। ଯାଞ୍ଚ ସମୟରେ ପୋଲିସ ପାଇଁ ଏହା ସମସ୍ୟା ସୃଷ୍ଟି...

କରୋନା ନେଲା ଆଉ ଏକ ଜୀବନ: ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫ ଛୁଇଁଲା

ଭୁବନେଶ୍ୱର, ୧୯।୫(ବ୍ୟୁରୋ): ରାଜ୍ୟରେ କରୋନାରେ ପୁଣି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ କଟକ ଜିଲାର। ତାଙ୍କୁ ୭୫ ବଷ ହୋଇଥିଲା। ସେ ଭୁବନେଶ୍ୱର ଏମ୍‌ସରେ...

Leave a comment

Your email address will not be published. Required fields are marked *