୭ ବର୍ଷ ପଛୁଆ ଦେଶ: ଏବେ ବି ଏଠାରେ ଚାଲିଛି ୨୦୧୨ ମସିହା

ଆଦିସ୍‌ ଆବା,୨।୩: ଏବେ ପୃଥିବୀ ସାରା ୨୦୨୦ ମସିହା ଚାଲିଛି। ତେବେ ଏପରି ଏକ ଦେଶ ରହିଛି ଯେଉଁଠି ଏବେ ବି ୨୦୧୨ ମସିହା ଚାଲିଛି। ଏହି ଦେଶ ପୃଥିବୀଠାରୁ ୭ ବର୍ଷ ୩ ମାସ ପଛୁଆ ରହିଛି। ଏପରି ଅଜବ ନିୟମ ଏବଂ ସମୟ ସୀମାରେ ପରିଚାଳିତ ହେଉଥିବା ଏହି ଦେଶଟି ହେଉଛି ଆଫ୍ରିକାର ଇଥୋପିଆ। ଏଠାରେ ବର୍ଷକ ୧୨ ମାସ ନହୋଇ ୧୩ ମାସ ହୋଇଥାଏ। ଏହା ସହିତ ୧୨ ମାସ ଏଠାରେ ୩୦ ଦିନିଆ ହୋଇଥାଏ। କିନ୍ତୁ ୧୩ ମାସଟି କେବଳ ୫ ଅବା ୬ ଦିନ ହୋଇଥାଏ। ଶେଷ ମାସଟିକୁ ସ୍ଥାନୀୟ ଭାଷାରେ ପାଗ୍ୟୁମେ କୁହାଯାଇଥାଏ। ତେଣୁ ପୃଥିବୀର କ୍ୟାଲେଣ୍ଡର ତୁଳନାରେ ଇଥୋପିଆର କ୍ୟାଲେଣ୍ଡର ସମ୍ପୂର୍ଣ୍ଣ ଅଲଗା ହୋଇ ରହିଛି। ଏଠାରେ ଲୋକେ ନୂଆବର୍ଷ ଜାନୁୟାରୀ ୧ ପରିବର୍ତ୍ତେ ସେପ୍ଟେମ୍ବର ୧୧ରେ ପାଳନ କରିଥାନ୍ତି। ଏଠାରେ ଜର୍ଜିଆନ୍‌ କ୍ୟାଲେଣ୍ଡର ୧୫୮୨ରେ ପ୍ରଚଳନ ହୋଇଥିଲା। ଏହା ପୂର୍ବରୁ ଏଠାରେ ଜୁଲିୟନ୍‌ କ୍ୟାଲେଣ୍ଡର ବ୍ୟବହାର କରାଯାଉଥିଲା। ଇଥୋପିଆର ନିଜର ସ୍ବତନ୍ତ୍ର ଲିପି ରହିଛି। ଏହାକୁ ଗିଇଜ୍‌ ଲିପି କୁହାଯାଏ। ଅପରପକ୍ଷରେ ଅନ୍ୟ ଆଫ୍ରିକା ଦେଶଗୁଡ଼ିକରେ ସାଧାରଣତଃ ରୋମାନ ଲିପିର ପ୍ରଚଳନ ହୋଇଥାଏ। ସୂଚନାଯୋଗ୍ୟ, ବିଷୁବ ରେଖାର ନିକଟବର୍ତ୍ତୀ ଏହି ଦେଶରେ ବର୍ଷ ସାରା ତାପମାତ୍ରା ହାରାହାରି ୪୧ ଡିଗ୍ରୀ ରହିଥାଏ।


All Right Reserved By Dharitri.Com

ଲକ୍ଷ୍ନୌରେ ହାଇଟେକ୍‌ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା

ଲକ୍ଷ୍ନୌ: ଲକ୍ଷ୍ନୌ ନଗର ନିଗମ(ଏଲ୍‌ଏମ୍‌ସି) ସହରରେ କଠିନ ବର୍ଜ୍ୟ ପରିଚାଳନା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛି। ଏଲ୍‌ଏମ୍‌ସି ରେଡ଼ିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍‌(ଆର୍‌ଏଫ୍‌ଆଇଡି)ଟେକ୍ନୋଲୋଜି ମାଧ୍ୟମରେ ବାର୍‌...

ପ୍ରତିଦିନ ୨୫୦ ଗରିବଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ଅଳଙ୍କାର ବ୍ୟବସାୟୀ

କୋଏମ୍ବାଟୁର,୨।୩: ସମାଜର ଗରିବଙ୍କ ପାଇଁ କାମ କରିବା ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ। ଏଭଳି କାର୍ଯ୍ୟ କରି ତାମିଲନାଡୁର ଜଣେ ପୂର୍ବତନ ଅଳଙ୍କାର ବ୍ୟବସାୟୀ ଏବେ ସୋସିଆଲ୍‌...

ଏମିତି ଏକ ବଲ୍‌ବ, ଯାହାର ପାଳନ କରାଯାଇଥିଲା ଜନ୍ମଦିନ

ସାଧାରଣତଃ କୌଣସି ବଲ୍‌ବ ଗୋଟେ ବର୍ଷରୁ ଅଧିକ ଜଳେ ନାହିଁ। ତେବେ ଅନେକ କମ୍ପାନୀ ଲଙ୍ଗ୍‌ ଲାଷ୍ଟିଙ୍ଗ୍‌ର ଗ୍ୟାରେଣ୍ଟି ମଧ୍ୟ ଦେଉଛନ୍ତି। କିନ୍ତୁ ଦୁନିଆରେ ଏପରି...

ଆଜି ପିଓକେ ଯିବେ ଇମ୍ରାନ୍‌

ଇସ୍‌ଲାମାବାଦ,୧୩-୯(ପି.ଟି.): ପିଓକେକୁ ନେଇ ଛାନିଆ ହୋଇଯାଇଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶୁକ୍ରବାର ସେଠାକାର ରାଜଧାନୀ ମୁଜାଫରାବାଦ ଗସ୍ତ କରିବେ। ସେ ସେଠାରେ ସମ୍ବୋଧନ ବେଳେ...

ନେଦରଲାଣ୍ଡ ଯୋଗ ଦିବସ ପାଳନରେ ଉପସ୍ଥିତ ରହିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ଆମଷ୍ଟରଦମ,୧୬।୬: ଆଗକୁ ଆସୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ଜୁନ୍‌ ୨୧ରେ ପାଳନ କରାଯିବ ୫ମ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥିପାଇଁ ସାରା ବିଶ୍ୱ ଏବେ ପ୍ରସ୍ତୁତି...

ଏସବୁ ୫ ରାଶି ବ୍ୟକ୍ତିଙ୍କ ପାଇଁ ୨୦୨୦ ଆଣିଦେବ ସୌଭାଗ୍ୟ…

୨୦୨୦ରେ କେତେକ ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ମିଳିବ ସଫଳତା। କେଉଁ କେଉଁ ରାଶି ପାଇଁ ନୂଆବର୍ଷ ଶୁଭ ଫଳ ଆଣିଦେବ ସେ ବିଷୟରେ ଆସନ୍ତୁ ଜାଣିବା…...

୯୦ ଦିନର ଫୁଡ୍‌ ଚ୍ୟାଲେଞ୍ଜ

କୋଲକାତା: ସାରା ଦେଶରେ ଏବେ ଲକ୍‌ଡାଉନ୍‌ ପାଇଁ ଦେଶର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି। ଆଗକୁ ହୁଏତ ଖାଦ୍ୟ ସଙ୍କଟ ଦେଖା ଦେଇପାରେ। ତେଣୁ ଏବେଠାରୁ...

ମୋତେ ତରବାରୀ ଦିଅନ୍ତୁ, ସ୍ତ୍ରୀଙ୍କୁ ଯୁଦ୍ଧରେ ପରାସ୍ତ କରି ଛାଡପତ୍ର ନେବି

ଆମେରିକାର ଏକ କୋର୍ଟ ରୁମ୍‌ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପୂର୍ବରୁ ଏକ ଅଜବ ସର୍ତ୍ତ...

Leave a comment

Your email address will not be published. Required fields are marked *