Posted inଜାତୀୟ

ରାଜଧାନୀରେ ଫେରୁଛି ଶାନ୍ତି, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨।୩: ଦିଲ୍ଲୀରେ ଉପୁଜିଥିବା ଦଙ୍ଗା ପରେ ଏବେ ଶାନ୍ତି ଫେରୁଛି, ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ହେଲେ ଏହି ଦଙ୍ଗାରେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟି ସୋମବାର ସୁଦ୍ଧା ଏହା ୪୬ରେ ପହଞ୍ଚିଛି। ଉତ୍ତର-ପୂର୍ବ ଦିଲ୍ଲୀରେ ଏହା ଅଧିକ ପରିମାଣରେ ହୋଇଥିବା ବେଳେ ଏବେସୁଦ୍ଧା ଗୁରୁ ତେଜ ବାହାଦୂର ହସ୍ପିଟାଲରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଲୋକ ନାୟକ ହସ୍ପିଟାଲରେ ୩, ଜଗ ପରଭେଶ ଚନ୍ଦର ହସ୍ପିଟାଲରେ ୧, ଡ. ରାମ ମନୋହର ଲୋହିଆ ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଦଙ୍ଗାରେ ଶତାଧିକ ଲୋକେ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଦିଲ୍ଲୀ ଦଙ୍ଗାକୁ ନେଇ ଏପର୍ଯ୍ୟନ୍ତ ପ୍ରାୟ ୩୩୪ ଏଫ୍‌ଆଇଆର୍‌ ଦାଖଲ କରାଯାଇଥିବା ବେଳେ ୩୩ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ୯୦୩ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି। ଏହାସହ ଶାନ୍ତିର ବାତାବରଣ ଫେରାଇ ଆଣିବାକୁ ସୋସିଆଲ ମିଡିଆ ଉପରେ ମଧ୍ୟ କଡା ନଜର ରଖାଯାଇଛି। ଗଜବ ପ୍ରଚାର ପାଇଁ ୧୩ ମାମଲା ଦାଖଲ କରାଯାଇଥିବା ବେଳେ ଆର୍ମ ଆକ୍ଟରେ ୪୪ ମାମଲା ଦାଖଲ କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଗତ ସୋମବାରରୁ ଦିଲ୍ଲୀରେ ଆରମ୍ଭ ହୋଇଥିବା ଦଙ୍ଗା ପରିସ୍ଥିତି ପ୍ରାୟ ୫ ଦିନ ପରେ ଥମିଥିଲା। ଏବେ ସେଠାରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହୋଇଥିବା ଦେଖାଯାଇଛି।


All Right Reserved By Dharitri.Com

ମନ୍ଦିରରେ ଝିଅ ବାହାକଲେ ମୁସ୍‌ଲିମ୍‌ ଦମ୍ପତି

କାସାରଗଡ଼: କେରଳରେ ଏକ ମୁସ୍‌ଲିମ୍‌ ପରିବାର ଝିଅର ବିବାହ ହିନ୍ଦୁ ପରମ୍ପରା ଅନୁଯାୟୀ କରାଇ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କାସାରଗଡ଼ ଜିଲାର...

ଲତା ମଙ୍ଗେସକର ଅସୁସ୍ଥ

ମୁମ୍ବାଇ,୧୧।୧୧: ସୁର ସାମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସକର ଅସୁସ୍ଥ ହୋଇପଡିଥିବା ଖବର ମିଳିଛି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ରବିବାର ରାତି ପ୍ରାୟ ୨ଟାରେ...

ପିଓକେକୁ ମୁକୁଳାଇ ଭାରତରେ ସାମିଲ କରିବା ମୋର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫(ଏ) ଉଚ୍ଛେଦ କରାଯିବା ପରେ ଏବେ ପାଳି ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର। ଖୁବ୍‌ ଶୀଘ୍ର ଏହାକୁ ମୁକୁଳାଇ ଭାରତରେ...

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟ୍‌କା

ଶିମଲା,୨୯।୧୦: ହିମାଚଳ ପ୍ରଦେଶ ଚମ୍ବାରେ ମଙ୍ଗଳବାର ସକାଳେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରହିଛି। ଏଥିରେ କେହି ମୃତାହତ...

ସରକାରଙ୍କ ନଜରରେ ଲକ୍ଷେ ୭୫ ହଜାର ଜମା ଖାତା: ଗୋଟିଏ ବର୍ଷରେ ହୋଇଛିି ଏକ କୋଟିରୁ ଅଧିକ ନଗଦ ଉଠାଣ

ନୂଆଦିଲ୍ଲୀ,୮।୭: ଏବେ ସରକାରଙ୍କ ନଜରରେ ଲକ୍ଷେ ୭୫ ହଜାର ଜମା ଖାତା ରହିଛି। ଏସବୁ ଜମା ଖାତାରେ ଗତ ଏକ ବର୍ଷ ମଧ୍ୟରେ ଏକ କୋଟିରୁ...

୭ କରୋନା ସନ୍ଦିଗ୍ଧ ନିଖୋଜ

ଲୁଧିଆନା,୧୪ା୩(ପି.ଟି.): କରୋନା ସଂକ୍ରମିତ ଦେଶରୁ ଫେରିଥିବା ପଞ୍ଜାବ ଲୁଧିଆନା ଜିଲାର ୭ ଜଣଙ୍କ ପତ୍ତା ମିଳୁନାହିଁ। ଯଦି ସେମାନେ କରୋନା ସଂକ୍ରମିତ ହୋଇଥିବେ ତେବେ ଏହି...

ଉଦ୍ଧବଙ୍କ ଉପରେ ଖପ୍ପା: ଭାଜପାରେ ଯୋଗଦେଲେ ୪୦୦ ଶିବସେନା କାର୍ଯ୍ୟକର୍ତ୍ତା

ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ଶିବସେନାକୁ ଝଟ୍‌କା ଲାଗିଛି। ଦଳର ୪୦୦ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗଦେଇଛନ୍ତି। ରାଜ୍ୟରେ ଶିବସେନା ଏନସିପି ଏବଂ କଂଗ୍ରେସ ସହ ମିଶି ସରକାର ଗଢିବାକୁ...

ପ୍ରଚାର ନ କରି କାମ କରିବାକୁ ଭାଜପାକୁ ପରାମର୍ଶ ଦେଲା ଶିବସେନା

ମୁମ୍ବାଇ, ୩।୬: ପ୍ରଚାର ଏବଂ ପ୍ରତିଶ୍ରୁତିରେ ସମୟ ନ ବିତାଇ କାମ କରିବାକୁ ଭାଜପାକୁ ଶିବସେନା ପରାମର୍ଶ ଦେଇଛି। ଏନେଇ ଶିବସେନା ମୁଖପତ୍ର ସାମନାରେ ଲେଖା...

Leave a comment

Your email address will not be published. Required fields are marked *