Posted inଜାତୀୟ

ମୁହଁ ଖୋଲନ୍ତୁ ମୋଦି

ହାଇଦ୍ରାବାଦ,୨ା୩(ଆଇଏଏନ୍‌ଏସ୍‌): ଦିଲ୍ଲୀ ହିଂସା ଏକ ପ୍ରାୟୋଜିତ ଗଣହତ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରବତା ଭଙ୍ଗ କରନ୍ତୁ। ସେ ନିଜ ସାମ୍ବିଧାନିକ ଦାୟିତ୍ୱ ତୁଲାଇ ଦୋଷୀଙ୍କୁ ଆଇନର କାଠଗଡ଼ାରେ ଛିଡ଼ା କରାନ୍ତୁ ବୋଲି ରବିବାର ଅଲ୍‌ ଇଣ୍ଡିଆ ମଜ୍‌ଲିସ-ଇ-ଇତ୍ତେହାଦୁଲ ମୁସଲିମିନ୍‌ (ଏଆଇଏମ୍‌ଆଇଏମ୍‌) ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ଆହ୍ବାନ ଦେଇଛନ୍ତି। ହଇଦ୍ରାବାଦରେ ଏଆଇଏମ୍‌ଆଇଏମ୍‌ର ୬୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ସଭାକୁ ସମ୍ବୋଧିତ କରି ସ୍ଥାନୀୟ ଏମ୍‌ପି ଓଓ୍ବାଇସି କହିଛନ୍ତି, ମୁସଲମାନମାନଙ୍କ ବିରୋଧରେ ଏକ ‘ଘୃଣାର ଝଡ଼’ ସୃଷ୍ଟି କରାଯାଇଛି। ଏହା ଦେଶ ପାଇଁ ଶୁଭଙ୍କର ନୁହେଁ। ଦିଲ୍ଲୀରେ ଘଟିଥିବା ହିଂସା ନିୟୋଜିତ ଆକ୍ରମଣ। ଏହାର ଉତ୍ତରଦାୟିତ୍ୱ କେନ୍ଦ୍ରର ଭାଜପା ସରକାରଙ୍କର। ତେବେ ଅନ୍ୟ ସମୁଦାୟର ଲୋକଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦ ଭିତରକୁ ଠେଲି ଦେଇଥିବା ଲୋକେ ଅନ୍ଧକାରରେ ଆଶାର କିରଣ ବୋଲି ସେ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୨୦୦୨ ଗୁଜରାଟ ଗଣହତ୍ୟାରୁ ଶିକ୍ଷାଲାଭ କରିବେ ବୋଲି ସେ ମନେକରୁଥିଲେ। ହେଲେ ସେପରି କିଛି ଦେଖିବାକୁ ମିଳିଲାନାହିଁ। ବିଗତ ସାଢ଼େ ୫ ବର୍ଷରେ ମୁସଲିମ୍‌ ସମ୍ପ୍ରଦାୟ ବିରୋଧରେ ଦେଶରେ ଘୃଣା ବିସ୍ତାର ଲାଭ କରିଛି। ହିଂସାରେ ପ୍ରାଣ ହରାଇଥିବା ଉଭୟ ସମ୍ପ୍ରଦାୟର ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୁହଁ ଖୋଲିବା ଉଚିତ ବୋଲି ଓଓ୍ବାଇସି କହିଛନ୍ତି।


All Right Reserved By Dharitri.Com

ଫଡ୍‌ନବିସଙ୍କ ଶକ୍ତିପରୀକ୍ଷା ପାଇଁ ୩୦ ଘଣ୍ଟାର ସମୟ ସୀମା: ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ; ହେବ ସିଧା ପ୍ରସାରଣ

ନୂଆଦିଲ୍ଲୀ,୨୬।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାକୁ ନେଇ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ରାୟ ଦେଇଛନ୍ତି। ରାୟ ଅନୁସାରେ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର...

ତେଜ ପ୍ରତାପଙ୍କ ଗାଡି ଉପରକୁ ଆକ୍ରମଣ

ପାଟନା,୧୯।୫: ବିହାରର ଆର୍‌ଜେଡି ନେତା ତେଜ ପ୍ରତାପଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ରବିବାର ଅନ୍ତିମ ପର୍ଯ୍ୟାୟ ମତଦାନ ଅବସରରେ ସେ ଭୋଟ...

ବିଚ୍ଛିନ୍ନତାବାଦୀଙ୍କ ସହିତ ହେବନି କୌଣସି ବୁଝାମଣା: ଶାହ

ନୂଆଦିଲ୍ଲୀ,୨୫।୬: ଜମ୍ମୁ-କଶ୍ମୀର ବିଚ୍ଛିନ୍ନତାବାଦୀ ନେତାଙ୍କ ସହିତ କୌଣସି ବୁଝାମଣା ହେବନି। ଯାହା ପୂର୍ବରୁ ହୋଇ ଆସୁଥିଲା ଏବେ ଆଉ ସେପରି କରାଯିବ ନାହିଁ। ଏନେଇ ସ୍ବରାଷ୍ଟ୍ର...

ମହାରାଷ୍ଟ୍ରରେ ୩ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ମୁମ୍ବାଇ,୧୬।୪: ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପୂର୍ବଦିନ ଅପେକ୍ଷା ଏହା ସାମନ୍ୟ କମ ବୋଲି କୁହାଯାଉଛି।...

ଭାଜପା ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ପଛରେ ପାକିସ୍ତାନ

ନୂଆଦିଲ୍ଲୀ, ୩ା୧୧(ପି.ଟି.): ସନ୍ଦିଗ୍ଧ ପାକିସ୍ତାନୀ ହ୍ୟାକରମାନେ ଶନିବାର ଭାଜପାର ଦିଲ୍ଲୀ ୟୁନିଟ୍‌ ଓ୍ବେବ୍‌ସାଇଟ୍‌କୁ ହ୍ୟାକ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ...

ଦିଲ୍ଲୀ ଦଙ୍ଗା ହେବ ବିରୋଧୀଙ୍କ ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ,୨ା୩(ପି.ଟି.): ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହେଉଛି। ଏହି ଅଧିବେଶନରେ ଦିଲ୍ଲୀର ସାମ୍ପ୍ରଦାୟିକ ଦଙ୍ଗାକୁ ବିରୋଧୀ ଦଳ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ...

ମାହୁନ୍ତ ବିବାଦରୁ ହାତୀକୁ ବିଷ ଦେଇ ମାରିଦେଲେ

ବେଗୁସରାଇ,୧୧ା୧୧(ପି.ଟି.): ମାହୁନ୍ତ ବିବାଦକୁ ନେଇ ବିହାରର ବେଗୁସରାଇ ଜିଲାରେ ଗୋଟିଏ ହାତୀକୁ ବିଷ ଦେଇ ମାରିଦିଆଯାଇଥିବା ପୋଲିସ କହିଛି। ହାତୀର ପୂର୍ବତନ ମାହୁନ୍ତ ମହମ୍ମଦ ଗୟାସ,...

ୟାସିନ ମଲିକଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୫ା୧୦(ପି.ଟି.): ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଜେକେଏଲ୍‌ଏଫ୍‌ ମୁଖ୍ୟ ୟାସିନ ମଲିକଙ୍କ ସମେତ ୫ ଜଣଙ୍କ ବିରୋଧରେ ଏନ୍‌ଆଇଏ ଦିଲ୍ଲୀ ଅଦାଲତରେ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ...

Leave a comment

Your email address will not be published. Required fields are marked *