Posted inଜାତୀୟ

ସେନା ହେଲିକପ୍ଟର ନିର୍ମାଣ କରିବ ହାଲ୍‌

ନୂଆଦିଲ୍ଲୀ,୨ା୩(ପି.ଟି.): ହିନ୍ଦୁସ୍ତାନ ଏରୋନଟିକ୍ସ ଲିଃ (ହାଲ୍‌) ସୈନ୍ୟବାହିନୀ ପାଇଁ ୧୦ରୁ ୧୨ ଟନ୍‌ ଓଜନ ବିଶିଷ୍ଟ ଲଢ଼ୁଆ ହେଲିକପ୍ଟର ନିର୍ମାଣ କରିବ। ଏହା ବିଶ୍ୱ ସ୍ତରରେ ବୋଇଂ କମ୍ପାନୀର ଆପାଚେ ଭଳି ମଧ୍ୟମ ଓଜନଦାର ସାମରିକ ହେଲିକପ୍ଟର ହେବ। ଏଥିପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି ଓ ୨୦୨୭ ସୁଦ୍ଧା ହେଲିକପ୍ଟର ନିର୍ମାଣ ଲାଗି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ୩ ବାହିନୀ ପାଇଁ ଆଗାମୀ ବର୍ଷରେ ୪ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସାମରିକ ହେଲିକପ୍ଟର ଆମଦାନୀ କରିବାକୁ ଥିବାବେଳେ ଏହାକୁ ରୋକିବା ଏହି ମେଗା ପ୍ରକଳ୍ପର ଉଦ୍ଦେଶ୍ୟ ବୋଲି ହାଲ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଆର୍‌. ମାଧବନ କହିଛନ୍ତି। ହେଲିକପ୍ଟରର ପ୍ରାରମ୍ଭିକ ଡିଜାଇନ ଚୂଡ଼ାନ୍ତ ହୋଇଛି। ସରକାରଙ୍କଠାରୁ ସବୁଜ ସଙ୍କେତ ମିଳିଲେ ୨୦୨୩ ସୁଦ୍ଧା ପ୍ରଥମ ପ୍ରୋଟୋଟାଇପ୍‌ର ଅନୂ୍ୟନ ୫୦୦ ୟୁନିଟ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ଭାରତରେ ୫-ଜି ସୁବିଧା ମିଳିବାରେ ହେବ ବିଳମ୍ବ !

ନୂଆଦିଲ୍ଲୀ,୨।୬: ଭାରତରେ ୫-ଜି ସୁବିଧା ମିଳିବାରେ ବିଳମ୍ବ ହେବାର ସମ୍ଭାବନା ରହିଛି। ଦେଶରେ ମୋବାଇଲ୍‌ ଇନଫ୍ରାଷ୍ଟକଚର କାର୍ଯ୍ୟ ଧୀରେ ଧୀରେ ହେଉଥିବାରୁ ୨୦୨୦ ସୁଦ୍ଧା ମଧ୍ୟ...

ଜନ୍ମମାସ କୁହେ ବ୍ୟକ୍ତି କେତେ ରୋମାଣ୍ଟିକ୍‌

ଜନ୍ମମାସ ଓ ରାଶିରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ କିଛି ସୂଚନା ମିଳିଥାଏ। ତେବେ ଜୁଲାଇ ମାସରେ ଜନ୍ମିତ ବ୍ୟକ୍ତିଙ୍କ ପାଖରେ ରହିଛି କିଛି ବିଶେଷତ୍ୱ।...

ରଣ୍‌ଠମ୍ବର ଜାତୀୟ ଉଦ୍ୟାନରୁ ୨୬ ବାଘ ନିଖୋଜ

ଜୟପୁର,୨୨ା୨(ପି.ଟି.): ରାଜସ୍ଥାନର ରଣ୍‌ଠମ୍ବର ଜାତୀୟ ଉଦ୍ୟାନରୁ ୨୬ଟି ବାଘ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ଭାଜପା ଏମ୍‌ପି ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ...

ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ହେବ: ସଞ୍ଜୟ ରାଉତ

ମୁମ୍ବାଇ,୧୩।୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ହେବ। ଏନେଇ ଆଲୋଚନା ଜାରି ରହିଛି ବୋଲି ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ହସ୍ପିଟାଲରୁ ବାହାରିବା ପରେ...

‘ଆଇପିସି, ସିଆର୍‌ପିସିରେ ହେବ ପରିବର୍ତ୍ତନ’

ନୂଆଦିଲ୍ଲୀ,୯ା୧୨(ପି.ଟି.): ବଳତ୍କାର ଭଳି ଘୃଣ୍ୟ ଅପରାଧ ସମେତ ଫୌଜଦାରି ମାମଲାରେ ନ୍ୟାୟ ମିଳିବାରେ ବିଳମ୍ବକୁ ନେଇ ବିତର୍କ ଚାଲିଥିବାବେଳେ ଆଇପିସି ଏବଂ ସିଆର୍‌ପିସିରେ ସଂଶୋଧନ ଆଣିବାକୁ...

ନାଗରିକତା ସଂଶୋଧନ ବିଲ୍‌ ନେଇ ହିଂସା: ଦିବ୍ରୁଗଡ଼ରେ ବିକ୍ଷୋଭକାରୀଙ୍କ ଉପରେ ପୋଲିସର ଲାଠି ଚାଳନା

ଦିବ୍ରୁଗଡ଼, ୧୧।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ଆସାମରେ ହିଂସାକାଣ୍ଡ ଜାରି ରହିଛି। ବୁଧବାର ଉତ୍ୟକ୍ତ ବିକ୍ଷୋଭକାରୀଙ୍କୁ ଘଉଡ଼େଇବା ପାଇଁ ପୋଲିସ ପକ୍ଷରୁ ଲାଠି ଚାଳନା...

ବାଲାସାହେବଙ୍କୁ ଦେଇଥିବା କଥା ମୁଁ ରଖିବି: ଉଦ୍ଧବ

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗୋଟିଏ ପଟେ ଶୁକ୍ରବାର ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଶିବସେନା ତା’...

ନିଆଁ ଲାଗିବା ପରେ ଭୁଶୁଡିଲା କାନ୍ଥ: ଉଦ୍ଧାର ବେଳେ ୨ ଦମକଳ କର୍ମଚାରୀ ମୃତ

ଶ୍ରୀନଗର,୧୨।୨: ଜମ୍ମୁର ତାଲାବ ତିଲୋ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବିଲଡିଂରେ ନିଆଁ ଲାଗିବା ପରେ ଏହାର କାନ୍ଥ ଭୁଶୁଡିପଡ଼ିଛି। ଏଥିରେ ୨ଦମକଳ କର୍ମଚାରୀଙ୍କ...

Leave a comment

Your email address will not be published. Required fields are marked *