ମଙ୍ଗଳ ଯୋଡ଼ିରେ ବିରଳ ଆଲବିନୋ କାମ ପକ୍ଷୀ ଠାବ

ଭୁବନେଶ୍ୱର,୧।୩(ବ୍ୟୁରୋ): ପକ୍ଷୀମାନଙ୍କର ସ୍ବର୍ଗ କୁହାଯାଉଥିବା ମଙ୍ଗଳାଯୋଡିରେ ଏକ ବିରଳ ଆଲବିନୋ ପର୍ପଲ ମୁର ହେନ ପକ୍ଷୀ ଠାବ କରାଯାଇଛ। ଗୋଲାପୀ ଆଖି ଥିବା ସମ୍ପୁର୍ଣ୍ଣ ଧଳା ରଙ୍ଗର ପକ୍ଷୀକୁ ବାର୍ଡ ଗାଇଡ୍‌ ମଧୁ ବେହେରା ଦେଖିବା ପରେ ଫଟୋ ଉଠାଇଥିଲେ। ଏହା ପରେ ସେହି ଫଟୋଗୁଡ଼ିକୁ ମଧୁ ଖୋର୍ଦ୍ଧାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠାଇଥିଲେ। ଶୁଭେନ୍ଦୁ ସେହି ଫଟୋରୁ ପକ୍ଷୀଟିକୁ ପର୍ପଲ ମୁର ହେନ ପକ୍ଷୀର ଆଲବିନୋ ବୋଲି ନିଶ୍ଚିତ କରିଥିଲେ।
ପର୍ପଲ ମୁର ହେନ୍‌କୁ ଓଡ଼ିଆରେ ‘କାମ ପକ୍ଷୀ’ ବୋଲି କୁହାଯାଏ। ଏହାର ବୈଜ୍ଞାନିକ ନାମ ପୋର୍ଫିରିଓ। ମଙ୍ଗଳାଯୋଡିରେ ଏମାନେ ଏକ ରେସିଡେଣ୍ଟ ପକ୍ଷୀ ଏବଂ ବହୁଳ ସଂଖ୍ୟାରେ ମିଳନ୍ତି। କିନ୍ତୁ ଆଲବିନୋ କାମ ପକ୍ଷୀ ସାରା ବିଶ୍ୱରେ ପ୍ରଥମ କରି ଦେଖାଯାଇଛି। ଏକ ସାଧାରଣ କାମ ପକ୍ଷୀର ଶରୀର ବାଇଗଣୀ ନୀଳ ରଙ୍ଗର ହେବା ସହ ଲମ୍ବା ଗୋଡ ଏବଂ ଥଣ୍ଟ ନାଲି ରଙ୍ଗର ହୋଇଥିବା ବେଳେ ଲାଞ୍ଜ ଆବରଣ ତଳେ ଧଳା ରହିଥାଏ। ହେଲେ ଠାବ କରାଯାଇଥିବା କାମପକ୍ଷୀଟିର ଶରୀର ସମ୍ପୂର୍ଣ୍ଣ ଧଳା ରଙ୍ଗର ଥିବା କୁହାଯାଉଛି। ଆଗାମୀ ଦିନରେ ପର୍ଯ୍ୟଟକମାନେ ପକ୍ଷୀ ପ୍ରତି ଆକୃଷ୍ଟ ହୋଇ ମଙ୍ଗଳ ଯୋଡ଼ି ଆସିବା ନେଇ ଆଶା କରାଯାଉଛି।


All Right Reserved By Dharitri.Com

ଫନୀ ତାଣ୍ଡବରେ ଉଜୁଡ଼ିଯାଇଛି ଶିଳ୍ପୀକୁଳର ଜୀବିକା: ମାଟିରେ ମିଶିଯାଇଛି ଉପକରଣ, କଳା ସାମଗ୍ରୀ, – ସ୍ବତନ୍ତ୍ର ପ୍ୟାକେଜ ଦାବି କଲା ଶିଳ୍ପୀ ମହାସଂଘ

ଭୁବନେଶ୍ୱର,୧୭।୫(ବ୍ୟୁରୋ) : ବାତ୍ୟା ‘ଫନୀ’ ଓଡ଼ିଶାର ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଏଥିରେ ବିଶେଷ ପ୍ରଭାବିତ ହୋଇଛି ଛୋଟବଡ଼ ଶିଳ୍ପ। ଏହାଦ୍ୱାରା ରାଜ୍ୟର...

୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ: ଏଥର ରହିଛି ୩୦ଟି କାର୍ଯ୍ୟଦିବସ

ଭୁବନେଶ୍ୱର, ୧୧।୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନରେ ୨୦୧୯-୨୦ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ଆଗତ ହେବାର...

ମିଳିତ ଗବେଷଣା ପାଇଁ ଆଇଆଇଟି ଓ ଏମ୍‌ସ ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୭ା୧(ବ୍ୟୁରୋ)- ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ଓ ଅଲ୍‌୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ଏମ୍‌ସ) ମଧ୍ୟରେ ସୋମବାର ଏକ...

ଆଜିଠାରୁ ବଢ଼ିବ ପାହାଳ ମିଠା ଦର

ବାଲିଅନ୍ତା,୧୧।୧୦(ଡି.ଏନ୍‌.ଏ): ଓମଫେଡ କ୍ଷୀର ଲିଟର ପିଛା ୪ଟଙ୍କା ବୃଦ୍ଧି ପରେ ଛେନାଦର କିଲୋ ପିଛା ୧୫ଟଙ୍କା ବୃଦ୍ଧି ପାଇଛି। ଫଳରେ ପାହାଳ ମିଠା ଦର ନିର୍ଦ୍ଧାରଣ...

ଆଜି ରାଜ୍ୟସ୍ତରୀୟ ସତ୍‌ସଙ୍ଗ କର୍ମୀ ସମ୍ମିଳନୀ: ଯୋଗଦେବେ ପୂଜନୀୟ ବାବାଇଦା

ଭୁବନେଶ୍ୱର,୧୧।୮(ବ୍ୟୁରୋ): ସ୍ଥାନୀୟ ସତ୍‌ସଙ୍ଗ ବିହାରଠାରେ ରବିବାର ରାଜ୍ୟସ୍ତରୀୟ ସତ୍‌ସଙ୍ଗ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ସତ୍‌ସଙ୍ଗର ପ୍ରଶାସକ ପୂଜନୀୟ ଅର୍କଦ୍ୟୁତି ଚକ୍ରବର୍ତ୍ତୀ ‘ବାବାଇଦା’ଙ୍କର ଉଦ୍‌ବୋଧନ...

ନୀତି ଆୟୋଗର ଏସିଆଇସି ସେଣ୍ଟର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର: ସୃଜନଶୀଳତା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିବ

ଭୁବନେଶ୍ୱର, ୧।୮(ବ୍ୟୁରୋ): ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟର (ଏସିଆଇସି) ଦେଶର ସୃଜନଶୀଳତା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ। ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟର ଏପରି...

ଆଜି କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଦିନ ୧୨ଟା ୧୫ ମିନିଟ୍‌ରେ ଲୋକସେବା ଭବନରେ ଏହା ଅନୁଷ୍ଠିତ...

ବିଧାନସଭା ପରିସରରେ ବିଜୁ ଜୟନ୍ତୀ ପାଳିତ

ଭୁବନେଶ୍ୱର,୫।୩(ବ୍ୟୁରୋ)- ଓଡ଼ିଶା ବିଧାନସଭା ଆନୁକୂଲ୍ୟରେ ଗୁରୁବାର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଧାନସଭା ପରିସରରେ ଏକ ଶ୍ରଦ୍ଧାଞ୍ଜଳି ତଥା ପ୍ରାର୍ଥନା ସଭାଅନୁଷ୍ଠିତ...

Leave a comment

Your email address will not be published. Required fields are marked *