ମା’ ହେବାକୁ ଯାଉଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଗର୍ଲ ଫ୍ରେଣ୍ଡ

ଲଣ୍ଡନ,୧।୩: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରେମିକା କୈରି ସାଇମଣ୍ଡସ୍‌ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହି ଖବର ଜଣାପଡିବା ପରେ ପୂର୍ବରୁ ସେମାନେ ବିବାହ କରିଛନ୍ତି ବୋଲି ଶନିବାର କହିଛନ୍ତି। ତେବେ ଚଳିତବର୍ଷ ଗ୍ରୀଷ୍ମ ଆରମ୍ଭରେ ଏମାନେ ମାତାପିତା ହେବେ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାୟଳ ୧୦ ଡାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି। ସାଇମଣ୍ଡସ୍‌ ତାଙ୍କ ପର୍ସନାଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବୋରିସଙ୍କ ସହ ଏକ ଫଟୋ ଶେୟାର କରି ମା’ ହେବାର ସୂଚନା ଦେବାପରେ ଏହା ଜଣାପଡିଥିଲା। ପ୍ରଧାନମନ୍ତ୍ରୀ ବୋରିସଙ୍କୁ ଏବେ ୫୫ ବର୍ଷ ହୋଇଥିବା ବେଳେ ସାଇମଣ୍ଡସ୍‌ଙ୍କୁ ମାତ୍ର ୩୧ ବର୍ଷ। ଉଭୟେ ଗତବର୍ଷ ଶେଷ ବେଳକୁ ବିବାହ କରିଥିବା ଘୋଷଣା କରିଛନ୍ତି। ବୋରିସଙ୍କର ଏହା ତୃତୀୟ ବିବାହ ହୋଇଥିବା ବେଳେ ୨୦୧୮ରେ ସେ ତାଙ୍କ ସହଧର୍ମିଣୀଙ୍କ ସହ ୨୬ ବର୍ଷର ସମ୍ପର୍କକୁ ତୁଟାଇ ଦେଇଥିଲେ। ଆଉ ୨୦୧୯ରୁ ହିଁ ସେ ସାଇମଣ୍ଡସ୍‌ଙ୍କ ସହ ରିଲେସନଶିପରେ ଥିଲେ। ତେବେ ଅବିବାହିତ ଭାବେ ବୋରିସ ଓ ସାଇମଣ୍ଡସ୍‌ଙ୍କ ଯୋଡି ପ୍ରଥମଥର ଲାଗି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରହିବା ଆରମ୍ଭ କରିଥିବା ବେଳେ, ବୋରିସ ୨୫୦ ବର୍ଷ ମଧ୍ୟରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱରେ ଥିବା ସମୟରେ ବିବାହ କରିଛନ୍ତି ବୋଲି କୁହାଯାଉଛି।


All Right Reserved By Dharitri.Com

ଶେଷରେ ମାନିଲା ପାକିସ୍ତାନ: ପୁଲଓ୍ବାମା ଆକ୍ରମଣରେ ରହିଛି ଜୈଶ୍‌ର ହାତ

ଇସଲମାବାଦ, ୨୪।୭: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ଆତଙ୍କବାଦ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଅଛି ବୋଳି ସ୍ବୀକାର କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

ମିଳିଲା ନରଭକ୍ଷୀ ଡାଇନାସୋର ଜୀବାଶ୍ମ…

ବ୍ରାଜିଲ୍‌ର ଦକ୍ଷିଣ ଅଞ୍ଚଳରୁ ଏକ ନରଭକ୍ଷୀ ଡାଇନାସୋର ଜୀବାଶ୍ମ ମିଳିଛି। ଏହି ପ୍ରଜାତିର ଡାଇନାସୋର ୨୩ କୋଟି ବର୍ଷ ତଳେ ପୃଥିବୀରେ ବାସ କରୁଥିଲା ବୋଲି...

ପାକିସ୍ତାନର ମହଙ୍ଗା ମାଡରେ ଅସ୍ତବ୍ୟସ୍ତ କିନ୍ନର ସମାଜ

ଇସ୍‌ଲାମାବାଦ,୧୦।୧୨: ପାକିସ୍ତାନର ଇମ୍ରାନ ଖାଁ ସରକାର ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏବେ ଏଠାକାର ମହଙ୍ଗା ମାଡ ବିଶେଷ ଭାବେ କିନ୍ନର...

ବିମାନବନ୍ଦରରେ ବୁଲୁଥିବା ମହିଳାଙ୍କ ବ୍ୟାଗ୍‌ରୁ ହଠାତ୍‌ ବାହାରିଲା ନିଆଁ

ବ୍ୟାଙ୍କକ,୩୦।୭: ଆପଣ ପାଓ୍ବାର ବ୍ୟାଙ୍କ ବ୍ୟବହାର କରୁଛନ୍ତି କି ଯଦି କରୁଛନ୍ତି ତାହେଲେ ସାବଧାନ୍‌ ହୋଇଯାଆନ୍ତୁ। ନ ହେଲେ ଏହି ପାଓ୍ବାର ବ୍ୟାଙ୍କ ଆପଣଙ୍କ ପାଇଁ...

୬୮ ବର୍ଷରେ ପ୍ରଥମଥର: ପାଳନ ହେବନି ବ୍ରିଟେନ ରାଣୀଙ୍କ ଜନ୍ମଦିନ

ଲଣ୍ଡନ,୧୯।୪: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଜନ୍ମଦିନ ଚଳିତ ବର୍ଷ ପାଳନ କରାଯିବନାହିଁ। ୬୮ ବର୍ଷରେ ପ୍ରଥମଥର ମହାରାଣୀଙ୍କ ଜନ୍ମଦିନ ପାଳନକୁ ବନ୍ଦ କରିଦିଆଯାଇଛି। ଦେଶରେ କରୋନା...

ୟୁରୋପରେ ବିଗୁଡ଼ୁଛି କରୋନା ସ୍ଥିତି

ମାଡ୍ରିଡ୍‌, ୧୭।୩: ପ୍ରାଣଘାତୀ କରୋନା ଭାଇରସ୍‌ ବିଶ୍ୱବ୍ୟାପୀ ଆତଙ୍କ ଖେଳାଇ ଥିବାବେଳେ ୟୁରୋପରେ ଏହା ସର୍ବାଧିକ ପ୍ରଭାବ ବିସ୍ତାର କରିଛି। ସ୍ପେନ୍‌ରେ ଗତ ୨୪ ଘଣ୍ଟା...

ଜୟଶଙ୍କର ଶ୍ରେଷ୍ଠ କୂଟନୀତିଜ୍ଞ

ଓ୍ବାଶିଂଟନ,୯ା୬(ପି.ଟି.): ଭାରତର ନୂଆ ବହିର୍ବ୍ୟାପାର ମନ୍ତ୍ରୀ ଭାବେ ଏସ୍‌. ଜୟଶଙ୍କରଙ୍କ ନିଯୁକ୍ତିକୁ ଆମେରିକାର କେତେଜଣ ପୂର୍ବତନ କୂଟନୀତିଜ୍ଞ ତଥା ବିଦେଶ ନୀତି ବିଶେଷଜ୍ଞ ପ୍ରଶଂସା କରିଛନ୍ତି।...

ଇଣ୍ଡୋନେସିଆରେ ଆସିପାରେ ସୁନାମି

ଜାକର୍ତ୍ତା,୨।୮: ଇଣ୍ଡୋନେସିଆର ସୁମାତ୍ରା ଓ ଜାଭା ଉପକୂଳରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୮। ସ୍ଥାନୀୟ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *