ଛେଣ୍ଡିପଦାରେ ସଶସ୍ତ୍ର ଡକାୟତି: ଆଜବେଷ୍ଟ ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କା, ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ଛେଣ୍ଡିପଦା,୧।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ୬ଜଣ ଦୁର୍ବୃତ୍ତ ଗ୍ରାମର ଶିବ ମନ୍ଦିର ସମ୍ମୁଖରେ ରହୁଥିବା ପ୍ରମୋଦ ମହାପାତ୍ରଙ୍କ ଘର ଆଜବେଷ୍ଟ ଭାଙ୍ଗି ଘରେ ପଶିଥିଲେ। ପରେ ସେମାନେ ଘରଲୋକଙ୍କୁ ଖଣ୍ଡା, ଭୂଜାଲି, ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଏପରିକି ଘର ମାଲିକ ପ୍ରମୋଦଙ୍କୁ ନିସ୍ତୁକ ମାଡ଼ ମାରି ଘରେ ଥିବା ପ୍ରାୟ ୧ ଲକ୍ଷ ୨୦ହଜାର ଟଙ୍କା, ୫ ଭରି ସୁନା ସହ ରୂପା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ଡକାୟତଙ୍କ ମାଡ଼ରେ ପ୍ରମୋଦଙ୍କ ବାମ ହାତରେ ଆଘାତ ଲାଗିଛି। ତାଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ରାତିରେ ପୋଲିସକୁ ଖବର ଦିଆଯିବା ସତ୍ତ୍ୱେ ପୋଲିସଘଟଣାସ୍ଥଳକୁ ଆସି ନ ଥିବା ଅଭିଯୋଗ ହୋଇଛି। ରବିବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।


All Right Reserved By Dharitri.Com

ସୀମାନ୍ତରେ ଧରାପଡ଼ିଲେ ୪୭ ଶ୍ରମିକ

ଚମ୍ପୁଆ, ୮।୫(ଡି.ଏନ.ଏ.)- କରୋନା ମହାମାରୀ ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ ଉପାନ୍ତ ଅଞ୍ଚଳର ସୀମା ସିଲ୍‌ କରାଯାଇଛି। ଏଠାରେ ବ୍ୟାପକ ତନଖି ସହିତ ଅନୁପ୍ରବେଶ ରୋକିବା...

କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କଲେ ଡାକ୍ତର: ଜିଲା ବାହାରୁ ଆସି ରୋଗୀସେବା ଅଭିଯୋଗ

ଅନୁଗୋଳ ଅଫିସ, ୧।୫ –  କରୋନା ପାଇଁ କଟକଣା ଲାଗିଥିବାରୁ ଜିଲା ବାହାରୁ ଆସିଥିଲେ କ୍ୱାରାଣ୍ଟାଇନ୍‌ରେ ରହିବାର ନିୟମ ରହିଛି। କିନ୍ତୁ ୩ ମାସ ଧରି...

ଶାଶୁଙ୍କୁ ରକ୍ଷା କରିବାକୁ ଯାଇ ବୋହୂ ଖାଇଲେ ଖଣ୍ଡାଚୋଟ

ଆସିକା,୧୨ା୯(ଡି.ଏନ୍‌.ଏ.): ଆସିକା ଥାନା ଅନ୍ତର୍ଗତ କର୍ପୂରନୂଆଗାଁ ଗ୍ରାମରେ ଗୁରୁବାର ରାତି ପ୍ରାୟ ୮ଟାରେ ଖଣ୍ଡାଚୋଟରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଉକ୍ତ...

ସିଂହଦ୍ୱାରରେ ଲାଗିଲା ଜୟ ବିଜୟ ମୂର୍ତ୍ତିି

ପୁରୀ ଅଫିସ,୧୭ା୬: ସିଂହଦ୍ୱାର ପ୍ରବେଶ ପଥରେ ଲାଗିଲା ଜୟ ବିଜୟ ମୂର୍ତ୍ତି। ବାତ୍ୟାରେ ଜୟ ବିଜୟ ମୂର୍ତ୍ତି ଭାଙ୍ଗି ଯାଇଥିଲା। ଏହା ପରେ ମୂର୍ତ୍ତି ସ୍ଥାପନ...

ବର୍ଷା ଆସିଲାଣି, ଡ୍ରେନ୍‌ ସଫେଇ ସରୁନି

ସମ୍ବଲପୁର,୪ା୬(ବ୍ୟୁରୋ) ସମ୍ବଲପୁରରେ ନାଳନର୍ଦ୍ଦମା ସଫା କାମ ଶେଷ ହେଉନାହିଁ। ଫଳରେ ଏଥର ବର୍ଷା ଦିନେ ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି...

ଆଟେଣ୍ଡାଣ୍ଟଙ୍କ ଦ୍ୱାରା ଚାଲିଛି ପ୍ରାଣୀ ଚିକିତ୍ସା

ଗୋପାଳପୁର,୮ା୨-କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ବଜେଟରେ ମଧ୍ୟ କୃଷକଙ୍କ ବିକାଶ ପାଇଁ ଲୋକାଭିମୁଖୀ...

ମୁଖ୍ୟମନ୍ତ୍ରୀଙ୍କ ରିଲଫ ପାଣ୍ଠିକୁ ୨୫ ହଜାର ସହାୟତା

ବାରିପଦା ଅଫିସ, ୭ା୪- ମହାମାରୀ କରୋନା ମୁକାବିଲା ପାଇଁ ବାରିପଦାର ବାସିନ୍ଦା ତଥା ଓଡ଼ିଶା ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ବୈଦ୍ୟନାଥ କର ମୁଖ୍ୟମନ୍ତ୍ରୀଙ୍କ ରିଲିଫ...

ଛାତ୍ରୀଛାତ୍ରଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗ : ଦୁର୍ବୃତ୍ତଙ୍କ ଗିରଫ ଦାବି କଲେ ଏସ୍‌ଏଚ୍‌ଜି ମହିଳା

ବାଲେଶ୍ୱର ଅଫିସ, ୧୦ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିର ସୁବର୍ଣ୍ଣପୁର ଗଁ। ପାଖରେ ଥିବା ସମୁଦ୍ରକୂଳକୁ ଯାଇଥିବା ୨ଜଣ କଲେଜ ଛାତ୍ରୀ ଓ ଛାତ୍ରଙ୍କୁ...

Leave a comment

Your email address will not be published. Required fields are marked *