ଝାରସୁଗୁଡ଼ା ଜିଲା ଚିଠି: ନିଯୁକ୍ତି ମେଳା

ଶିଳ୍ପନଗର ଝାରସୁଗୁଡ଼ାରେ ଦିନକୁ ଦିନ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢ଼ି ଚାଲିଛି। ଜିଲାରେ ବହୁ ଶିଳ୍ପସଂସ୍ଥା ଥିଲେ ମଧ୍ୟ ସ୍ଥାନୀୟ ବେକାର ଯୁବତୀଯୁବକମାନଙ୍କୁ ନିଯୁକ୍ତି ମିଳୁନାହିଁ। ଜିଲା ପ୍ରଶାସନ ତଥା ଜିଲା ନିୟୋଜନ ଏବଂ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ହେଲେ ଜିଲାରେ ବେକାରଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ପ୍ରାୟ ୧୭ ହଜାର ଶିକ୍ଷିତ ଯୁବତୀଯୁବକ ଜିଲା ନିୟୋଜନ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜୀକୃତ କରିଛନ୍ତି। ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ବର୍ଷର ଅଧିକାଂଶ ସମୟରେ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ହେଲେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାମାନେ ନାମ ପଞ୍ଜୀକରଣ କରିଥିବା ଯୁବତୀଯୁବକଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରୁ ନ ଥିବାରୁ ସେମାନେ ନିରାଶ ହେଉଥିବା ଅଭିଯୋଗ ହୋଇଛି। ନିକଟରେ ଜିଲାର ବେଲପାହାଡଠାରେ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ସେଥିରେ ପ୍ରାୟ ୨୫ଟି ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ। ଏହି ମେଳାରେ ୮୯୩ ଜଣ ନିଜର ନାମ ପଞ୍ଜୀକୃତ କରିଥିଲେ। ସେଥିମଧ୍ୟରୁ ୩୧୬ ଜଣଙ୍କୁ ସିଧାସଳଖ ନିଯୁକ୍ତି ପ୍ରଦାନ କରାଯାଇଥିଲା। ୨୯୪ ଜଣଙ୍କୁ ତାଲିମ ପରେ ନିଯୁକ୍ତି ପ୍ରଦାନ କରିବା ପାଇଁ ଚୟନ କରାଯାଇଥିଲା। ତେବେ ୨୫ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ମଧ୍ୟରୁ କେବଳ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ପାଇଁ ଅର୍ଦ୍ଧାଧିକ ସଂସ୍ଥା ଆସିଥିଲେ। ଫଳରେ ଜିଲାରେ ଥିବା ଶହ ଶହ ଡିଗ୍ରୀ ଓ ଡିପ୍ଲୋମାଧାରୀ ତଥା ଉଚ୍ଚଶିକ୍ଷିତ ଯୁବତୀଯୁବକମାନେ ନିରାଶ ହୋଇ ଫେରିଥିଲେ। ଅନ୍ୟପକ୍ଷେ ଏହି ନିଯୁକ୍ତି ମେଳା ସମ୍ପର୍କରେ ଠିକ୍‌ ଭାବେ ପ୍ରଚାର ପ୍ରସାର କରାଯାଇ ନ ଥିଲା। ଫଳରେ ଅଧିକାଂଶ ଶିକ୍ଷତ ଯୁବତୀଯୁବକ ଏ ସଂକ୍ରାନ୍ତରେ କୌଣସି ସୂଚନା ପାଇପାରି ନ ଥିଲେ। ସେହିପରି ମେଳାକୁ ଆସିଥିବା ୨୫ ସଂସ୍ଥା ମଧ୍ୟରୁ ଅର୍ଦ୍ଧାଧିକ ରାଜ୍ୟ ବାହାରେ ନିଯୁକ୍ତି ପ୍ରଦାନ କରୁଥିବାରୁ ଜଣେ ବି ଯୁବତୀଯୁବକ ସେଠାକୁ ଯାଇ ନ ଥିବା ଜଣାପଡିଛି। କାରଣ କମ ଦରମାରେ ରାଜ୍ୟ ବାହାରେ ରହି କାମ କରିବାକୁ କେହି ଉଚିତ ମଣି ନ ଥିଲେ। ସେହିପରି ୨୦୧୯ ସେପ୍ଟେମ୍ବରରେ ମଧ୍ୟ ଝାରସୁଗୁଡ଼ାରେ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ଉକ୍ତ ମେଳାରେ ନିଯୁକ୍ତି ପାଇଥିବା ଯୁବତୀଯୁବକମାନେ କର୍ମ ସଂସ୍ଥାନ ପାଇଲେ ନା ନାହିଁ ସେ ନେଇ ବିଭାଗ ନିକଟରେ କୌଣସି ସୂଚନା ନାହିଁ। ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓ ନିଯୁକ୍ତି ପାଇବାକୁ ଥିବା ବେକାରୀ ଯୁବତୀଯୁବକମାନଙ୍କୁ ଗୋଟିଏ ସ୍ଥାନରେ ଏକାଠି କରିବା ପ୍ରଶାସନର ଦାୟିତ୍ୱ। ହେଲେ ଏହି କ୍ଷେତ୍ରରେ ବିଭାଗୀୟ ଅଧିକାରୀମାନେ ଚୁପ ରହୁଥିବାରୁ ଶିକ୍ଷତ ବେକାରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। – ରବି ନାରାୟଣ ଚଲାନ


All Right Reserved By Dharitri.Com

ପାଇପ୍‌ ଫାଟି ମାଡ଼ିଗଲା ପାଉଁଶ ପାଣି

ତାଳଚେର,୭ା୩(ନି.ପ୍ର.) – ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌)ର ଆଶ୍‌ ପାଇପ୍‌ ଶୁକ୍ରବାର ଜଗନ୍ନାଥପୁର ଗ୍ରାମ ନିକଟରେ ଫାଟି ଯିବାରୁ କେତେଜଣଙ୍କ ଘର...

ଡାଳୁଅକଣି ସମୁଦ୍ରକୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କାକଟପୁର,୧୫।୯(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ଉପକୂଳ ଡାଳୁଅକଣି ସମୁଦ୍ରକୂଳରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଅସ୍ତରଙ୍ଗ ପୋଲିସ ରବିବାର ମଧ୍ୟାହ୍ନରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ...

ନିଃସ୍ବାର୍ଥପର ସେବା ଈଶ୍ବର ପ୍ରାପ୍ତିର ମାଧ୍ୟମ

ବିଜେପୁର,୮।୧୦(ଡି.ଏନ.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ କଲଙ୍ଗାପାଲିରେ ସାତଦିନ ଧରି ଚାଲିଥିବା ଶାରଦୀୟ ସେବା ଶିବିର ଉଦଯାପିତ ହୋଇଯାଇଛି। ସ୍କୁଲ ଚେୟାରମେନ ପରିତୋଷ ସୁନା...

ଟ୍ରକ୍‌କୁ ପଛରୁ ଧକ୍କାଦେଲା ଟାଟାଏସିଇ, ଚାଳକ ମୃତ

ଭଣ୍ଡାରିପୋଖରୀ, ୭।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ୧୬ ନମ୍ବର ଜାତୀୟ ରାଜପଥର ଯଶୋଟିକିରି ନିକଟରେ ଶୁକ୍ରବାର ଭୋରରେ ଏକ ଦୁର୍ଘଟଣା ଘଟିଛି। ଟାଟାଏସିଇ ଭାରସାମ୍ୟ ହରାଇ...

ପର୍ଯ୍ୟଟକଙ୍କୁ ଭରପୂର ମନୋରଞ୍ଜନ ଦେବ ପୁରୀ ବେଳାଭୂମି: ବ୍ଲୁ ଫ୍ଲାଗ ପରେ ଏବେ ନୀଳାଦ୍ରି ବିଚ୍‌

ପୁରୀ ଅଫିସ, ୧୭।୧୧: ପର୍ଯ୍ୟଟନ ସହର ପୁରୀକୁ ପ୍ରତିଦିନ ଦେଶ, ବିଦେଶର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିଥାନ୍ତି। ଶ୍ରୀମନ୍ଦିର ପରେ ପର୍ଯ୍ୟଟକଙ୍କ ଖାସ୍‌ ଆକର୍ଷଣ ସାଜିଥାଏ...

ରାଜନଗର ନୁରୁଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ରାଜନଗର,୨୮।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ନୁରୁଗାଁ ଗ୍ରାମର ଜଣେ ଚାଷୀ ଗୁରୁବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଅପରାହ୍ନରେ କ୍ଷତିପୂରଣ ଦାବିରେ ପରିବାର...

ଅବ୍ୟବସ୍ଥା ମଧ୍ୟରେ ଗତିଶ୍ୱର ମହାବିଦ୍ୟାଳୟ, ଆବଶ୍ୟକ ଶ୍ରେଣୀଗୃହ, ସାଇକେଲ ଷ୍ଟାଣ୍ଡ୍‌ ନାହିଁ

ନୂଆଗାଁ,୨୦ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତରେ ଥିବା ଗତିଶ୍ୱର ମହାବିଦ୍ୟାଳୟରେ ବହୁବିଧ ସମସ୍ୟା ଲାଗିରହିଛି। କଲେଜରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାବେଳେ...

ପୁରୁଣା ବୋରିଗୁମ୍ମା ପୋଲ ଉପରେ ୫ ଫୁଟର ଜଳ: ୧୫ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ଜୟପୁର, ୬।୭(ନି.ପ୍ର.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ପୁରୁଣା ବୋରିଗୁମ୍ମାଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା। ଫଳରେ ଯାତାୟାତ ପାଇଁ ଏକ ଅସ୍ଥାୟୀ...

Leave a comment

Your email address will not be published. Required fields are marked *