ଆରମ୍ଭ ହେଲା ଆଲ୍‌ମି ଇଜ୍‌ତମା:ଯୋଗଦେଲେ ୪୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ରସୁଲପୁର,୧।୩(ଡି.ଏନ୍‌.ଏ.): ରସୁଲପୁର ଅନ୍ତର୍ଗତ ଅବିଭକ୍ତ ବ୍ରହ୍ମବରଦାଠାରେ ଶନିବାରଠାରୁ ୩ଦିନିଆ ବିଶ୍ୱ ମୁସଲିମ୍‌ ଧର୍ମ ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ୪୦ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଛି। ତେବେ ପ୍ରଥମ ଦିନରେ ଆଶାତୀତ ଭକ୍ତଙ୍କ ସମାଗମ ହୋଇ ନ ଥିବାବେଳେ ଆଗାମୀ ଦୁଇ ଦିନରେ ଭକ୍ତଙ୍କ ସଂଖ୍ୟା ବଢ଼ିଯାଇପାରେ ବୋଲି ଆକଳନ କରାଯାଉଛି। ଇଜ୍‌ତମା କମିଟିର ଘୋଷଣା ମୁତାବକ ବିଶ୍ୱସ୍ତରୀୟ ସମ୍ମିଳନୀକୁ ଭାରତ ମଧ୍ୟରେ ସମୀତ ରହିବାକୁ ଏକ ବଡ଼ କାରଣ ବୋଲି ଚର୍ଚ୍ଚା ହେଉଛି। ତେବେ କେଉଁ ପରିସ୍ଥିତିରେ ବିଶ୍ୱସ୍ତରୀୟ ସମ୍ମିଳନୀକୁ ଭାରତ ସମ୍ମିଳନୀ ବୋଲି କୁହାଗଲା ତା’ର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହାଛଡ଼ା ସମ୍ମିଳନୀକୁ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟର ସଂଖ୍ୟାଲଘୁ ସଂପ୍ରଦାୟଙ୍କ ମଧ୍ୟରେ ସମୀତ ରଖାଯାଇଥିବା ଇଜ୍‌ତମା ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତଥାପି ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ଶନିବାର ସକାଳ ୫ଟାରେ ନମାଜପାଠ(ସମୂହ ପ୍ରାର୍ଥନା)ରୁ ସମ୍ମିଳନୀ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭକ୍ତମାନଙ୍କ ମଧ୍ୟରେ ଧର୍ମୀୟ ଚିନ୍ତାଧାରକୁ ବଢାଇବା ପାଇଁ ସମ୍ମିଳନୀ ସହାୟକ ହେବ ବୋଲି କୁହାଯାଉଛି। ଶ୍ରଦ୍ଧାଳୁଙ୍କ ମନରେ ଧର୍ମକୁ ନେଇ ରହିଥିବା ଅନ୍ଧତ୍ୱ ଓ କୁ-ସଂସ୍କାରକୁ ଦୂର କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଶ୍ୱରେ ଭାଇଚାରା ଭାବକୁ ଶାଣିତ କରିବା ସହ ସବୁ ମଣିଷ ଅଲ୍ଲାଙ୍କ ସନ୍ତାନ ବୋଲି ମନେ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସମ୍ମିଳନୀସ୍ଥଳରେ ଭକ୍ତଙ୍କ ସୁବିଧା ପାଇଁ ବ୍ୟାପକ ପୂର୍ବ ପ୍ରସ୍ତୁତି ସରିଛି। ଠି୍‌କ ସମୟରେ କ୍ୟାଣ୍ଟିନଗୁଡ଼ିକରେ ଖାଦ୍ୟ ପ୍ରସ୍ତୁତ ହେବା ସହ ପାଣି, ଆଲୋକ ଆଦିର ବ୍ୟାପକ ବ୍ୟବସ୍ଥା କରାଯାଇଛି। ଇସ୍ତମା କମିଟି ପକ୍ଷରୁ ନିର୍ଦ୍ଧାରିତ ଦାମ୍‌ରେ ଖାଦ୍ୟ ବିକ୍ରୟ କରାଯାଉଛି। ସମ୍ମିଳନୀସ୍ଥଳକୁ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ସଜାଗ ରହିଛି। ଖୋଦ୍‌୍‌ ଯାଜପୁର ଜିଲା ଆରକ୍ଷୀ ଚରଣ ସିଂ ମୀନା ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରୁଛନ୍ତି। ସମ୍ମିଳନୀସ୍ଥଳରେ ୪୦ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଗାଡିଂ ପାର୍କିଂ ପାଇଁ ଏକାଧିକ ସ୍ଥାନ ନିରୂପରଣ କରାଯାଇଛି। ଯାତ୍ରୀବହୀ ବସ୍‌, ଚାରି ଚକିଆ ଯାନ, ବାଇକ୍‌ ଆଦି ଗୁଡିକୁ ପାର୍କିଂ କରିବା ପାଇଁ ଅଲଗା ଅଲଗା ପାର୍କିଂ ସ୍ଥାନ କରାଯାଇଛି। ଟ୍ରାଫିକକୁ ବ୍ୟବସ୍ଥିତ ଢଙ୍ଗରେ ରଖିବା ପାଇଁ ପାର୍କିଂସ୍ଥଳିକୁ ସମ୍ମିଳନୀ ସ୍ଥଳଠାରୁ ପ୍ରାୟତଃ ୩ କି.ମି. ଦୂରରେ ରଖାଯାଇଛି। ପାର୍କିଂ ସ୍ଥଳରୁ ଛୋଟ ଗାଡ଼ି ସହାୟତାରେ ଭକ୍ତମାନଙ୍କୁ ସମ୍ମିଳନୀ ନିକଟକୁ ପରିବହନ କରାଯାଉଛି। ଏହାକୁ ନେଇ ବ୍ରହ୍ମବରଦା ଚଳଞ୍ଚଚଳ ହୋଇଉଠିଛି। ଦୀର୍ଘ ୨୫ବର୍ଷ ପରେ ଏହି ସମ୍ମିଳନୀକୁ ପୁଣି ଥରେ ଅତିନିକଟରେ ଦେଖିବାର ସୁଯୋଗକୁ ମୁସଲିମ୍‌ ସଂପ୍ରଦାୟର ଲୋକେ ବିଶେଷ ଖୁସିବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସକାଶେ ପୁରା ମୁସଲିମ୍‌ ସମ୍ପ୍ରଦାୟ, ବରୀ ବିଧାୟିକା ସୁନନ୍ଦା ଦାସ ଓ ବିଜେଡି ଦଳର କର୍ମୀଙ୍କ ବିଶେଷ ଭୂମିକା ରହିଛି। ଏହାଛଡ଼ା ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି ଓ ଜନସାଧାରଣ ସେମାନଙ୍କ ବଳିଷ୍ଠ ସହଯୋଗ ସମ୍ମିଳନୀକୁ ସଫଳ ରୂପାୟନ କରିବେ ବୋଲି କୁହାଯାଉଛି।


All Right Reserved By Dharitri.Com

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଶ୍ମଶାନରୁ ହାଡ଼ ପାଉଁଶ ଜବତ

କୁଆମରା,୩ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଆରପଟା ପଞ୍ଚାୟତ ଅନ୍ତର୍ଗତ ବଡବଧା ଗ୍ରାମର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପୋଲିସ ପକ୍ଷରୁ ଖୋଳତାଡ...

ସମସ୍ୟା ଘେରରେ ବାଣିଜ୍ୟକର ଅଫିସ: ରାସ୍ତା ନାହିଁ, ହିଡ଼ ଦେଇ ଯିବାକୁ ପଡ଼ୁଛି କାର୍ଯ୍ୟାଳୟ

ଯାଜପୁର ଟାଉନ,୧୪-୧(ଡିଏନଏ): ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଦୀର୍ଘବର୍ଷ ପୂର୍ବେ ଯାଜପୁର ଟାଉନରେ ବାଣିଜ୍ୟକର ଅଫିସ କାର୍ଯ୍ୟ କରୁଛି। ଏବେ ଏହି କାର୍ଯ୍ୟାଳୟର ନାମ...

ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅସହାୟତା: ଗୋଡ ନଥାଇ ମଧ୍ୟ କରୁଛନ୍ତି ଚାଷ

ଗୋବିନ୍ଦପାଲ୍ଲୀ, ୧୪ା୮(ଡି.ଏନ.ଏ.): ଇଚ୍ଛାଶକ୍ତି, ଦୃଢ ମନୋବଳ ଆଗରେ ସବୁକିଛି ସମ୍ଭବ । ଏହାକୁ ଜଣେ ଚାଷୀ କ୍ଷେତରେ ପ୍ରମାଣିତ କରି ଦେଖାଇଛନ୍ତି। ତାଙ୍କ ନାଁ ସନ୍ୟା...

ଯାଜପୁରର ନୂଆ ଆକ୍ରାନ୍ତ କଟିକଣା, ବିରଜାପୁର ଅଞ୍ଚଳର: ଅଛନ୍ତି ୭୫ ବର୍ଷୀୟ ବୃଦ୍ଧା, ୫୫ ବର୍ଷୀୟ ବ୍ୟକ୍ତି

ଯାଜପୁର ଅଫିସ,୧।୫: ଯାଜପୁର ଜିଲା ଦଶରଥପୁର ବ୍ଲକ କଟିକଟା ଓ ବିରଜାପୁର ଗ୍ରାମରେ ୨ ନୂଆ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ବିରଜାପୁର...

ନୂଆ ଆଇନ ଲାଗୁ ପରେ ଦୁର୍ଘଟଣା କମିଛି

ଭଞ୍ଜନଗର,୧୩।୯(ଡି.ଏନ.ଏ.)- ନୂଆ ମୋଟର ଯାନ ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିନ୍ତୁ ଏହାଦ୍ୱାରା ଦୁର୍ଘଟଣା ଜନିତ ମୃତ୍ୟୁହାର ବହୁତ କମିଛି। ମୁଖ୍ୟମନ୍ତ୍ରୀଙ୍କ...

ମାଟିରେ ମିଶିବ ଟାଗୋରଙ୍କ ପାଥେରପୁରୀ: ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ; ଆପତ୍ତି ଉଠାଇଲେ ବୁଦ୍ଧିଜୀବୀ

ପୁରୀ ଅଫିସ, ୨୯ା୧୨: ପୁରୀ ଚକ୍ରତୀର୍ଥ ରୋଡରେ ରହିଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଐତିହାସିକ ପାଥେରପୁରୀ। କୁହାଯାଏ ଏହି ସ୍ଥାନରେ ରହି ଟାଗୋର ‘ଗୀତାଞ୍ଜଳି’ ରଚନା...

ଗଛତଳେ ଆଶ୍ରୟ ନେଲେ ପ୍ରବାସୀ ଶ୍ରମିକ

ବରଗଡ଼ ଅଫିସ୍‌,୧୦।୫: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ନେଇ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଏହି କଟକଣାକୁ ଦେଢ଼ମାସ ବିତି ଯାଇଛି...

କରୋନା ମୁକାବିଲା ଅଭିଯାନରେ ସାମିଲ ହେଲେ ବିଧାୟିକା

ସୁନ୍ଦରଗଡ, ୨ା୪ (ଡି.ଏନ୍‌.ଏ) : କରୋନା ସଚେତନତା ଅଭିଯାନରେ ସାମିଲ ହୋଇଛନ୍ତି ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ। ସୁନ୍ଦରଗଡ ପୌରାଞ୍ଚଳ ଓ ସଦର ବ୍ଲକର ବିଭିନ୍ନ...

Leave a comment

Your email address will not be published. Required fields are marked *