ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗୁଛି ଭାଇଜାନଙ୍କ ଫିଲ୍ମ ‘ଭାରତ’

ମୁମ୍ବାଇ,୭।୬: ଦବଙ୍ଗ ଖାଁଙ୍କ ଫିଲ୍ମ ‘ଭାରତ’ ପରଦାରେ ରିଲିଜ୍‌ ହୋଇସାରିଛି। ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ଏବେ ବକ୍ସ ଅଫିରେ ରେକର୍ଡ ଭାଙ୍ଗୁଛି। ଏହି ଫିଲ୍ମକୁ ପ୍ରଶଂସକଙ୍କ ଭଲ ରେସପନ୍ସ ମିଳିବାରେ ଲାଗିଛି। ରିଲିଜ୍‌ର ଓପ୍‌ନିଙ୍ଗ ଦିନରୁ ଫିଲ୍ମ ଭାରତ ଭଲ ବ୍ୟବସାୟ କରି ବହୁ ରେକର୍ଡ ହାତେଇଥିବା ଜଣାପଡ଼ିଛି। ଟ୍ରେଡ ଆନାଲିସିସ୍‌ ଅନୁସାରେ ଦ୍ୱୀତିୟ ଦିନରେ ଫିଲ୍ମ ୩୧କୋଟି ଟଙ୍କା ଆୟ କରିଛି। ଏହାକୁ ମିଶାଇ ଏବେ ପର୍ଯ୍ୟନ୍ତ ଫିଲ୍ମ ବକ୍ସ ଅଫିସରେ ୭୩.୩୦କୋଟି ଟଙ୍କା ଆୟ କରିସାରିଲାଣି। ତେବେ ଫିଲ୍ମର ସଫଳତାକୁ ଦେଖିଲେ ଅନୁମାନ କରାଯାଉଛି ୩ଦିନ ଭିତରେ ଏହା ଶହେ କୋଟି ପାର କରିଦେବ। ପ୍ରଥମ ଦିନର ଆୟ ସହ ଫିଲ୍ମ ଭାରତ, ସଲମାନ, କଟ୍ରିନା ଓ ଅଲ୍ଲୀ ଅବ୍ବାସ ଜଫରଙ୍କ କ୍ୟାରିୟରର ଏବେ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଓପନର୍‌ ବୋଲି ଚର୍ଚ୍ଚା ହେଉଛି। ଏଥିସହ ଏହି ଫିଲ୍ମ ଚଳିତ ବର୍ଷର ଦ୍ୱିତୀୟ ସବୁଠାରୁ ବଡ଼ ଅପନର୍‌ ଭାବେ ସାମ୍‌ନାକୁ ଆସିଛି। ପ୍ରଥମ ନମ୍ବରରେ ହଲିଉଡର ଫିଲ୍ମ ଏଭେଞ୍ଜର୍ସ ଏଣ୍ଡଗେମ୍‌ ରହିଛି। ଏହି ଫିଲ୍ମକୁ ସାରା ଦେଶରେ ୪ଟି ଭାଷାରେ ରିଲିଜ୍‌ କରାଯାଇଥିଲା। ଏଣ୍ଡଗେମ ପ୍ରଥମ ଦିନରେ ୫୩କୋଟି ଟଙ୍କା ଆୟ କରିଥିଲା।


All Right Reserved By

ଆଉ ଏକାଠି ଫଟୋ ଉଠାଇବେନି ସାରା-କାର୍ତ୍ତିକ

ଆଜିକାଲି ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କୁ ବିଭିନ୍ନ ସ୍ଥାନରେ ସାଙ୍ଗ ହୋଇ ବୁଲିବା ଦେଖିବାକୁ ମିଳୁଛି। ଦୁଇଜଣ ଫିଲ୍ମ ‘ଲଭ୍‌ ଆଜ୍‌ କଲ...

କିକ୍ରେଟର ମୁଥେୟା ମୁରଲିଧରନଙ୍କ ବାୟୋପିକ୍‌ରେ ନଜର ଆସିବେ ସାଉଥ୍‌ ଷ୍ଟାର ବିଜୟ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଛି। ନେତାଙ୍କ ଠାରୁ ଆରମ୍ଭ କରି କ୍ରିକ୍ରେଟରଙ୍କ ଜୀବନିକୁ ନେଇ ଫିଲ୍ମ ତିଆରି କରାଯାଉଛି। ଭାରତୀୟ କ୍ରିକେଟର...

କନିଆଁ ରୂପରେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ କନିଆଁ ବେଶରେ ନିଜ ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି। ‘ରାଜି’ ଫିଲ୍ମର ଏହି ଅଭିନେତ୍ରୀ ଶନିବାର ଏକ ବିଜ୍ଞାପନ ଶୁଟିଂ ସେଟ୍‌ରୁ...

ମିଲିନ୍ଦ ସୋମେନଙ୍କୁ ‘ପାପାଜୀ’ କହି ଡାକୁଛନ୍ତି ସ୍ତ୍ରୀ ଅଙ୍କିତା

ଅଭିନେତା ତଥା ମଡେଲ ମିଲିନ୍ଦ ସୋମେନ୍‌ ଏବେ ପୁଣି ଚର୍ଚ୍ଚାରେ। ଏବେ ସେ ନିଜ ଫିଟନେସ୍‌ ପାଇଁ ନୁହେଁ, ସ୍ତ୍ରୀ ଅଙ୍କିତା କୁଅଁରଙ୍କ ପାଇଁ ଚର୍ଚ୍ଚାରେ...

ପ୍ରିୟଙ୍କାଙ୍କ ଜନ୍ମଦିନରେ ଏମିତି ଶୁଭେଚ୍ଛା ଜଣାଇଲେ ନିକ୍‌

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗୁରୁବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ବିବାହ ପରେ ଶାଶୁଘର ଲୋକଙ୍କ ସହ ପ୍ରଥମ ଜନ୍ମଦିନ ଖୁବ୍‌ ଧୁମ୍‌ଧାମରେ ପାଳିଥିଲେ...

‘ଦବଙ୍ଗ ୩’ରେ ନାହିଁ ତ୍ରିକୋଣୀୟ ପ୍ରେମ

ମୁମ୍ବାଇ: ‘ଦବଙ୍ଗ ୩’ରେ ତ୍ରିକୋଣୀୟ ପ୍ରେମ ନାହିଁ ବୋଲି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ପ୍ରକାଶ କରିଛନ୍ତି। ସେ ଏଥିରେ ରାଜୋ ଭୂମିକାରେ ପୁଣି ଆସୁଛନ୍ତି। ସୋମବାର...

‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରେ ପ୍ରଥମ ଅଭିନୟ

ମୁମ୍ବାଇ: ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରେ ଅଭିନୟ ଜୀବନ ଆରମ୍ଭ କରିଛନ୍ତି ସନ୍ନି ଦେଓଲଙ୍କ ପୁତ୍ର କରନ ଦେଓଲ। କରନ ଶୁଟିଂସେଟ୍‌ରେ ଥିବାବେଳେ ତାଙ୍କ...

ଲତାଙ୍କ ଦୀର୍ଘ ଜୀବନ କାମନା କଲେ ରାଷ୍ଟ୍ରପତି

ମୁମ୍ବାଇ,୧୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମୁମ୍ବାଇ ଗସ୍ତ କରିଥିବା ବେଳେ ସେଠାରେ ସେ ବଲିଉଡ୍‌ର କୋକିଳ କଣ୍ଠି ଗାୟିକା ତଥା ଭାରତ ରତ୍ନ ଲତା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *