ମାର୍ଚ୍ଚ ୧ରୁ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରେ ମିଳିବନି ୨୦୦୦ ଟଙ୍କିଆ ନୋଟ: ବଢ଼ିବ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୨୯।୨: ମାର୍ଚ୍ଚ ୧ଠାରୁ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରେ ଆଉ ୨୦୦୦ଟଙ୍କିଆ ନୋଟ ମିଳିବନି। ତେବେ ବ୍ୟାଙ୍କର ଶାଖାଗୁଡ଼ିକରେ ୨୦୦୦ ଟଙ୍କିଆ ନୋଟ ମିଳିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଗ୍ରାହକଙ୍କ ସୁବିଧା ପାଇଁ ଏନେଇ ବ୍ୟାଙ୍କ ଫେବୃୟାରୀ ୧୭ରେ ସର୍କୁଲାର ଜାରି କରିଥିଲା। ନିଷ୍ପତ୍ତି ଅନୁସାରେ ବ୍ୟାଙ୍କର ବିଭିନ୍ନ ଏଟିଏମ୍‌ରେ ୨ ଶହ ଟକିଆ ନୋଟ ପରିମାଣ ବୃଦ୍ଧି କରାଯିବ। ଗ୍ରାହକଙ୍କ ସୁବିଧା ଲାଗି କେବଳ ଇଣ୍ଡିଆନ୍‌ ବ୍ୟାଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ମାର୍ଚ୍ଚ ୧ ଠାରୁ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦାମ ବଢ଼ିବ। ଏନେଇ ଫେବୃୟାରୀ ୧୨ରେ ସୂଚନା ଦିଆଯାଇଥିଲା। ଏନେଇ ଆଇଓସି ପକ୍ଷରୁ ରିପୋର୍ଟ ଜାରି ହୋଇଥିଲା। ଏହା ଅନୁସାରେ ଅଣ-ସବସିଡ୍‌ ସିଲିଣ୍ଡର ଦାମରେ ୧୪୯ ଟଙ୍କା ବୃଦ୍ଧି ହେବ। ଦିଲ୍ଲୀରେ ଏବେ ୧୪ କିଗ୍ରା ଏହି ସିଲିଣ୍ଡର ଦାମରେ ୧୪୪ଟଙ୍କା ୫୦ ପଇସା ବୃଦ୍ଧି ହୋଇ ଏହାର ନୂଆ ଦାମ ୮୫୮ଟଙ୍କା ୫୦ ପଇସା ହେବ। କୋଲକତା ଏବଂ ମୁମ୍ବାଇରେ ଅଣ-ସବସିଡ୍‌ ସିଲିଣ୍ଡର ଦାମ ଯଥାକ୍ରମେ ୧୪୯ ଟଙ୍କା ଏବଂ ୧୪୫ ଟଙ୍କା ବଢ଼ିଥିଲା। ଫଳରେ ସିଲିଣ୍ଡରର ନୂଆ ଦାମ କୋଲକତା ଏବଂ ମୁମ୍ବାଇରେ ଯଥାକ୍ରମେ ୮୯୬ ଟଙ୍କା ଓ ୮୨୯ଟଙ୍କା ୫୦ ପଇସା ହେବ। ସେହିପରି ଚେନ୍ନାଇରେ ଅଣ-ସବସିଡ୍‌ ସିଲିଣ୍ଡର ଦାମ ୧୪୭ ଟଙ୍କା ବୃଦ୍ଧି ପାଇ ମାର୍ଚ୍ଚ ୧ଠାରୁ ଏହା ୮୮୧ ଟଙ୍କାରେ ହେବ। ସେହିପରି ମାର୍ଚ୍ଚ ୧ଠାରୁ ଲଟେରୀରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ।


All Right Reserved By Dharitri.Com

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଆତଙ୍କବାଦୀଙ୍କ ପାଇଁ ଥିଲା ସତର୍କ ସୂଚନା: ଯେଉଁଠି ଲୁଚିଲେ ବି ସେଠି ପହଞ୍ଚିବ ଭାରତୀୟ ସେନା; କହିଲେ ପୂର୍ବତନ ବାୟୁସେନା ମୁଖ୍ୟ

ଚଣ୍ଡିଗଡ଼,୧୫।୧୨: ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀରର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏହା ଦ୍ୱାରା ଆତଙ୍କବାଦୀଙ୍କୁ ସତର୍କ ସୂଚନା ଦିଆଯାଇଥିଲା ଯେ, ଯେଉଁଠି...

ଆନ୍ଧ୍ରପ୍ରଦେଶର ୩ ରାଜଧାନୀ ଫର୍ମୁଲା: ଆଜି ଲାଗିପାରେ ମୋହର, ଅମରାବତୀରେ ୧୪୪ ଧାରା ଜାରି

ହାଇଦ୍ରାବାଦ,୨୭।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସରକାର ରାଜ୍ୟରେ ତିନି ରାଜଧାନୀ କରିବାର ଯୋଜନା ଉପରେ ଶୁକ୍ରବାର ମୋହର ଲଗାଇପାରନ୍ତି। ଆଜି ରାଜ୍ୟ କ୍ୟାବିନେଟର...

ବରଫରେ ଆଚ୍ଛାଦିତ ହେଲା ଗୁରୁଦ୍ୱାରା ହେମକୁଣ୍ଡ ସାହିବ

ଡେରାଡୁନ୍‌,୨୪।୫: ଉତ୍ତରାଖଣ୍ଡ ଚାମୋଲି ଜିଲାରେ ଥିବା ଗୁରୁଦ୍ୱାରା ହେମକୁଣ୍ଡ ସାହିବ ସମ୍ପୂର୍ଣ୍ଣଭାବେ ବରଫରେ ଆଚ୍ଛାଦିତ ହୋଇଯାଇଛି। ଲକ୍‌ଡାଉନ୍‌ ଯୋଗୁ ହେମକୁଣ୍ଡ ସାହିବ ଶ୍ରଦ୍ଧାଳୁ ପାଇଁ ଏବେ...

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୬୪୪ ସନ୍ତ୍ରାସବାଦୀ

ଗୁଆହାଟୀ,୨୩।୧: ଆସାମର ପ୍ରତିଷ୍ଠିତ ୮ସଙ୍ଗଠନର ୬୪୪ ସନ୍ତ୍ରାସବାଦୀ ୧୭୭ ମାରଣାସ୍ତ୍ର ସହ ଗୁରୁବାର ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ପୋଲିସ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହାନ୍ତ...

ସର୍ବାଧିକ ଆୟକର ଦେଲେ ଧୋନୀ: ପୈଠ କଲେ ୨୮ କୋଟି

ରାଞ୍ଚି,୨୬।୨: କ୍ରିକେଟ ପଡ଼ିଆରେ ହେଲିକପ୍ଟର ସଟ୍‌ ମାରି ପ୍ରଂଶସକଙ୍କୁ ରୋମାଞ୍ଚିତ କରୁଥିବା ମହେନ୍ଦ୍ର ସିଂ ଧୋନୀ ଏବେ ସର୍ବାଧିକ ଆୟକର ଦାଖଲ କରି ଚର୍ଚ୍ଚାରେ ରହିଛନ୍ତି।...

କରୋନା ଚିକିତ୍ସା ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ,୯।୫: କରୋନା ସଂକ୍ରମିତ ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହେବା ପାଇଁ ଯେଉଁସବୁ ନିୟମ ରହିଥିଲା ସେଥିରେ କିଛିଟା ପରିବର୍ତ୍ତନ କରାଯାଇଥିବା ଜଣାପଡିଛି।...

ଜଗଦୀପ ଧନଖଡ ହେଲେ ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା,୩୦।୭: ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ଜଗଦୀପ ଧନଖଡ ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ବି.ଏନ୍‌. ରାଧାକ୍ରିଷ୍ଣନ୍‌ ରାଜଭବନରେ ଜଗଦୀପଙ୍କୁ...

ଦକ୍ଷିଣ କଶ୍ମୀରରୁ ୨୩ ଦିନରେ ୧୧ ଯୁବକ ନିଖୋଜ: ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସନ୍ଦେହ

ଶ୍ରୀନଗର,୨୪।୪: ଗତ ୨୩ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀରରୁ ୧୧ ଜଣ ଯୁବକ ନିଖୋଜ ରହିଛନ୍ତି। ସେମାନେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ନେଇ ସନ୍ଦେହ...

Leave a comment

Your email address will not be published. Required fields are marked *