ବିଷାକ୍ତ ଛତୁ ଖାଇବା ତ ଦୂର ଛୁଇଁଲେ ବି ହେବ ମୃତ୍ୟୁ !

ସିଡ୍‌ନୀ, ୨୯।୨: ଛତୁ ଖାଇବାକୁ କେତେକ ପସନ୍ଦ କରିଥାନ୍ତି। କବକ ଜାତୀୟ ଏହି ଖାଦ୍ୟରେ ମଣିଷ ଶରୀର ପାଇଁ ଉପଯୋଗୀ ମଧ୍ୟ। ତେବେ ନିକଟରେ ଅଷ୍ଟ୍ରେଲିଆର କିଛି ଗବେଷକ ଏକ ପ୍ରକାର ବିଷାକ୍ତ ଛତୁ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଏହାକୁ ଖାଇବା ତ ଦୂର ଛୁଇଁଲେ ମଧ୍ୟ ମୃତ୍ୟୁ ଘଟିବାର ଆଶଙ୍କା ଥିବା ଗବେଷକ କହିଛନ୍ତି। ପୃଥିବୀରେ ମିଳୁଥିବା ସମସ୍ତ ଛତୁ ମଧ୍ୟରେ ଏହା ସବୁଠାରୁ ବିଷାକ୍ତ ବୋଲି ଗବେଷକ କହିଛନ୍ତି। ଏହି ଛତୁ ଯୋଗୁ ଜାପାନ ଏବଂ ଦକ୍ଷିଣ କୋରିଆରେ ବହୁ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନେ ପାରମ୍ପରିକ ଚିକିତ୍ସାରେ ବ୍ୟବହୃତ ହେଉଥିବା ଛତୁ ମନେ କରି ଏହାକୁ ବ୍ୟବହାର କରିଥିବା କୁହାଯାଉଛି। ଏହାକୁ ଖାଇଲେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗ କିଛି କ୍ଷଣ ମଧ୍ୟରେ କାମ କରିବା ବନ୍ଦ କରି ଦେଇଥାନ୍ତି। ଏହା ମସ୍ତିଷ୍କ କୋଷିକାକୁ ନଷ୍ଟ କରିଦେଇଥାଏ। ସେହିପରି ଏହାକୁ ଛୁଇଁଲେ ମଧ୍ୟ ଏଥିରେ ଥିବା ବିଷାକ୍ତ ରାସାୟନିକ ପଦାର୍ଥ ଚର୍ମରେ ଅବଶୋଷିତ ହୋଇ ଶରୀର ଭିତରକୁ ପ୍ରବେଶ କରିଥାଏ ବୋଲି ଅଷ୍ଟ୍ରେଲିଆ ଜେମସ୍‌ କୁକ୍‌ ବିଶ୍ୱବିଦ୍ୟାଳୟର ଗବେଷକ ସୂଚିତ କରିଛନ୍ତି। ଏହି ବିଷାକ୍ତ ଛତୁର ସନ୍ଧାନ ୧୮୯୫ରେ ପ୍ରଥମେ ଚାଇନାରେ ମିଳିଥିଲା। ଏଭଳି ଛତୁ ପ୍ରଜାତି ଇଣ୍ଡୋନେସିଆର ସନ୍ତସନ୍ତିଆ ଅଞ୍ଚଳ ଏବଂ ପାପୁଆ ନ୍ୟୁ ଗିନିରେ ଅଧିକ ଦୃଷ୍ଟି ଗୋଚର ହୋଇଥାଏ ବୋଲି ଗବେଷକ କହିଛନ୍ତି।


All Right Reserved By Dharitri.Com

ଆମାଜନ୍‌ ଜଙ୍ଗଲରେ ପହଞ୍ଚିଲା କରୋନା: ୟାନୋମାମି ଜନଜାତି ବାଳକଙ୍କ ମୃତ୍ୟୁ

ସାଓ ପାଓଲୋ,୧୨।୪: କରୋନା ସଂକ୍ରମଣ ଏବେ ବ୍ରାଜିଲ୍‌ର ଆମାଜନ୍‌ ଜଙ୍ଗଲରେ ପହଞ୍ଚିଛି। ସଂକ୍ରମଣ ଯୋଗୁ ଏଠାରେ ଜଣେ ୧୫ ବର୍ଷ ବୟସ୍କ ୟାନୋମାମି ଜନଜାତି ବାଳକଙ୍କ...

ଟେଣ୍ଟ ସିଟି

ଆମେରିକା, ନ୍ୟୁଜର୍ସିର ଲେକ ଉଡ୍‌ ନିକଟରେ ଅଛି ଏକ ଛୋଟିଆ ସହର। ଏହି ସହର ସାଧାରଣ ସହରଠୁ ଭିନ୍ନ। କାରଣ ଏଠାରେ ନାହିଁ ଇଟା ସିମେଣ୍ଟର...

୪୮ଘଣ୍ଟାର ଶାନ୍ତି ଚୁକ୍ତି ଗଲା ଫସର ଫାଟି: ତାଲିବାନ ଶିବିର ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌

ଓ୍ବାଶିଂଟନ,୪।୩: ଆମେରିକା ଏବଂ ଆତଙ୍କବାଦୀ ସଂଗଠନ ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ୪୮ ଘଣ୍ଟା ବି ରହି ପାରିନି। ଏହା ଫସର ଫାଟି ଯାଇଛି।...

କୋଭିଡ-୧୯: ଗୋଟିଏ ମାସ ପାଇଁ ସିଙ୍ଗାପୁର ଲକ୍‌ଡାଉନ୍‌

ସିଙ୍ଗାପୁର,୩।୪: କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା’ କବଳକୁ ନେବାକୁ ଲାଗି ପଡିଛି। କରୋନା ଭୟରେ ଏବେ ବିଶ୍ୱ ଯେମିତି ଏକ ପ୍ରକାର ଠପ୍‌...

ଡିଏନ୍‌ଏ ଟେଷ୍ଟ କରି ପିତାଙ୍କୁ ଦଣ୍ଡ ଦେବାକୁ କହିଲେ ବଳାତ୍କାର ପରେ ଜନ୍ମ ନେଇଥିବା ଯୁବତୀ

ଓ୍ବାଶିଂଟନ,୬।୮: ବଳାତ୍କାର ପରେ ଜନ୍ମ ନେଇଥିବା ଜଣେ ସନ୍ତାନ ଏବେ ଡିଏନ୍‌ଏ ଟେଷ୍ଟ କରି ପିତାଙ୍କୁ ଦଣ୍ଡ ଦେବାକୁ ଚାହୁଁଛନ୍ତି। ସତରେ ଯଦି ଏକା କରାଯାଏ...

୧୯ ଲକ୍ଷ ଟଙ୍କାର ଡାକ ଟିକଟ ସଂଗ୍ରହ କରି ରଖିଛନ୍ତି ଏହି ଭାରତୀୟ

କାହାର କେତେ ପ୍ରକାରର ସଉକ ରହିଥାଏ। ହେଲେ ଏମିତି ଜଣେ ଭାରତୀୟ ଅଛନ୍ତି ଯେ ଏବେସୁଦ୍ଧା ପ୍ରାୟ ୧୯ ଲକ୍ଷ ଟଙ୍କାର ଡାକ ଟିକଟ ସଂଗ୍ରହ...

ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଆଇସିୟୁରୁ ବାହାରିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୦।୪: କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ସୁସ୍ଥ ହେବା ପରେ ଗୁରୁବାର ସନ୍ଧ୍ୟାରେ ତାଙ୍କୁ ଆଇସିୟୁରୁ...

ସନ୍ତାନ ପାଇଁ ନୁଡଲ୍ସରେ ଘର ତିଆରିକଲେ ବାପା

ଆମେ ସମସ୍ତେ ନୁଡଲ୍ସକୁ କେବଳ ଖାଦ୍ୟ ରୂପେ ବ୍ୟବହାର କରିଥାଉ। ମାତ୍ର ଚାଇନାର ଜଣେ ବ୍ୟକ୍ତି ଏହାର ବ୍ୟବହାର କରି କିଛି ଭିନ୍ନ ଦେଖାଇଛନ୍ତି। ଖୁବ୍‌ଶୀଘ୍ର...

Leave a comment

Your email address will not be published. Required fields are marked *