ଆଜିଠୁ ବିଶ୍ୱସ୍ତରୀୟ ଧର୍ମ ସମ୍ମିଳନୀ ‘ଇଜ୍‌ତମା’

ରସୁଲପୁର,୨୯।୨(ଡିଏନଏ): ବରୀ ନିର୍ବାଚନ ମଣ୍ଡଳୀରେ ରସୁଲପୁର ବ୍ଲକରୁ ସାମିଲ ହୋଇଥିବା ଅଭିବକ୍ତ ବ୍ରହ୍ମବରଦା ଅଞ୍ଚଳରେ ବିଶ୍ୱସ୍ତରୀୟ ଧର୍ମ ସମ୍ମିଳନୀ ଆୟୋଜନକୁ ନେଇ ସମସ୍ତଙ୍କ ମଧ୍ୟରେ ବ୍ୟସ୍ତତା ଦେଖାଦେଇଛି। ଏହି ସମ୍ମିଳନୀ ପାଇଁ ୪ମାସ ଧରି ଭିତ୍ତିଭୂମିର ବିକାଶ କାର୍ଯ୍ୟ ଚାଲିଛି। ଖୋଦ୍‌ ବରୀ ବିଧାୟିକା ସୁନନ୍ଦା ଦାସ ଓ ବରୀର ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର ଦାସ ଓ ତାଙ୍କ ସହକର୍ମୀଗଣଙ୍କ ଅକ୍ଳାନ୍ତ ପରିଶ୍ରମ, ଘନଘନ ବୈଠକ ଯୋଗୁ ଏହି ସମ୍ମିଳନୀ ସଫଳ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଠିକ୍‌ଭାବେ ପରିଚାଳନା କରିବାରେ ମୁସଲିମ୍‌ ସମ୍ପ୍ରଦାୟର ଯେତିକି ଅବଦାନ ରହିଛି, ସମପରିମାଣର ଅବଦାନ ରହିଛି ହିନ୍ଦୁ ସଂପ୍ରଦାୟର ଲୋକଙ୍କର। ଏହି ମହାପର୍ବକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ସୁରକ୍ଷାକର୍ମୀ ସଜାଗ ହୋଇ ରହିଛନ୍ତି। କମାଣ୍ଡୋ ବାହିନୀ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି। ସୁରକ୍ଷା ଅଧିକାରୀମାନେ ସମ୍ମିଳନୀ ପଡିଆର ବିଭିନ୍ନ ପାର୍ଶ୍ୱକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ଏହିକ୍ରମରେ ଶୁକ୍ରବାର ସଂଖ୍ୟାଲଘୁ ସେଲ୍‌ ଅଧ୍ୟକ୍ଷ ମୁନ୍ନା ଖାଁ ଇଜ୍‌ତମା ସ୍ଥଳ ପରିଦର୍ଶନ କରି ଫେରି ଯାଇଛନ୍ତି। ସେ ସମ୍ମିଳନୀକୁ ନେଇ ହୋଇଥିବା ଆୟୋଜନକୁ ପ୍ରସଂଶା କରିଛନ୍ତି।

ଚଳଚଞ୍ଚଳ ଇଜ୍‌ତମା ପଡ଼ିଆ

ଇଜ୍‌ତମା ପଡିଆରେ ଯାତ୍ରୀବାହୀ ବସ୍‌ ଲାଗିଲାଣି। ଶ୍ରଦ୍ଧାଳୁଙ୍କ ଭିଡ କ୍ରମଶଃ ବଢିବାରେ ଲାଗିଛି। ରିପୋର୍ଟ ଲେଖାହେଲା ବେଳକୁ ଧର୍ମ ସମ୍ମିଳନୀ ସ୍ଥଳରେ ପ୍ରାୟତଃ ୩୦ହଜାରରୁ ଊର୍ଦ୍ଧ୍ୱ ଭକ୍ତ ସମାଗମ ହଲେଣି। ପଡିଆରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଯୋଗୁ ରାତି ଦିନର ଭ୍ରମ ସୃଷ୍ଟି କରୁଛି। ସମ୍ମିଳନୀ ସ୍ଥଳରେ ଲକ୍ଷାଧିକ ଭକ୍ତଙ୍କ ରାତ୍ରୀ ଯାପନ କରିବାର ବନ୍ଦୋବସ୍ତ କରାଯାଇଛି। ସେମାନଙ୍କ ପାଇଁ ରହିବା, ଖାଇବା, ଗାଧୋଇବା, ଶୌଚ ହେବା ପାଇଁ ବ୍ୟବସ୍ଥା କରାଯାଇଛି। ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବା ପାଇଁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ସରିଛି। ଆଶୁ ଚିକିତ୍ସା ପାଇଁ ଔଷଧ ଓ ଫଷ୍ଟେଡ ବକ୍ସ ପ୍ରସ୍ତୁତ ରହିଛି।

ଅତିଥି ଅପେକ୍ଷାରେ ମଞ୍ଚ

ମଞ୍ଚ ନିର୍ମାଣ କାର୍ଯ୍ୟ ସରିଯାଇଛି। ମଞ୍ଚ ତଳେ ଭକ୍ତମାନେ ଧର୍ମବାଣୀ ଶୁଣିବା ପାଇଁ କ୍ଷେତ୍ର ବି ପ୍ରସ୍ତୁତି ସରିଛି। ତେବେ ମଞ୍ଚ ଉପରକୁ କେତେବେଳେ ଅତିଥିମାନେ ଆସିବେ ଓ ସେମାନଙ୍କ ମୁଖ ନିସୃତ ଧର୍ମବାଣୀ ଶୁଣିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଏବେସୁଦ୍ଧା ଓଡିଶାର ବିଭିନ୍ନ ଜିଲାରୁ ଭକ୍ତ ଆସି ସମ୍ମିଳନୀସ୍ଥଳରେ ପହଞ୍ଚିବା ଆରମ୍ଭ କଲେଣି। ଏପରିକି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରୁ ଭକ୍ତମାନେ ଆସିବା ଆରମ୍ଭ କଲେଣି।

ସୁରକ୍ଷା ବ୍ୟବସ୍ଥା କଡାକଡ଼ି
ଧର୍ମ ସମ୍ମିଳନୀ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ୍ଡାକଡ୍ଡି କରାଯାଇଛି। ଏଥିପାଇଁ ୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷାକୁ ନିୟନ୍ତ୍ରଣ କରିବା ସକାଶେ ୨ଜଣ ଅତିରିକ୍ତ ଏସପି ୬ଜଣ ଏସଡିପିଓ ଓ ଡିଏସ୍‌ପି, ୫ଜଣ ଇନ୍‌ସପେକ୍ଟର, ୧୫ଜଣ ସବଇନ୍ସପେକ୍ଟରଙ୍କୁ ମୁତୟନ କରାଯାଇଛି। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୭୦୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଚାସେବୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

ଆଲ୍‌ମି ଇଜ୍‌ତମା କ’ଣ

ଏହି ଧର୍ମ ସମ୍ମିଳନୀ ଅର୍ଥ କାହିଁକି ଆଲ୍‌ମି ଇଜ୍‌ତମା ରଖାଯାଇଛି, ସେ ନେଇ ଶୁକ୍ରବାର ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାର ଅର୍ଥ ହେଉଛ ସମଗ୍ର ମାନବାଜାତି ଜଣେ ମାଲିକର ସନ୍ତାନ। ଏହି ବାର୍ତ୍ତାକୁ ସାରା ବିଶ୍ୱରେ ପ୍ରଚାର କରିବା ପାଇଁ ଏହି ଧର୍ମ ସମ୍ମିଳନୀର ନାମ ଆଲ୍‌ମି ଅର୍ଥାତ ବିଶ୍ୱ ଇଜ୍‌ତେମା ରଖାଯାଇଛି।

 


All Right Reserved By Dharitri.Com

୧୫ ସୁଦ୍ଧା ପାଇଖାନା ନିର୍ମାଣ ବକେୟା ପ୍ରଦାନ ନିର୍ଦ୍ଦେଶ: ଘରକୁ ଯାଇ କାର୍ଯ୍ୟାଦେଶ ଦେଲେ ବିଡିଓ

ଛତ୍ରପୁର,୯ା୧(ଡି.ଏନ.ଏ)-ଗଞ୍ଜାମ ଜିଲାରେ ବାହ୍ୟ ମଳମୁକ୍ତ ଘୋଷଣା ହୋଇଥିଲେ ମଧ୍ୟ ଏବେ ଲୋକେ ଖୋଲାରେ ଶୌଚ ହେଉଛନ୍ତି। ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ...

ରକ୍ତ ଅଭାବ ଦୂର ପାଇଁ ଆଗକୁ ଆସିଲେଣି ବିଭିନ୍ନ ସଂଗଠନ

ବ୍ରହ୍ମପୁର ଅଫିସ୍‌,୨୭ା୪-  ବ୍ରହ୍ମପୁର ବଡ଼ମେଡ଼ିକାଲ୍‌ ପରିସରରେ ଥିବା ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେବାରେ ଲାଗିଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ରକ୍ତ ସଂଗ୍ରହ ବହୁ ପରିମାଣରେ...

ଆର୍ଥିକ ସଙ୍କଟ ଓ ଘରୋଇକରଣ ବିରୋଧରେ ବାମପନ୍ଥୀଙ୍କ ମିଳିତ ପ୍ରତିବାଦ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା

ବାରିପଦା ଅଫିସ,୧୬ା୧୦- ବାମପନ୍ଥୀ ଦଳ ସିପିଆଇ ଓ ସିପିଆଇ(ଏମ) ପକ୍ଷରୁ କେନ୍ଦ୍ର ନେତୃତ୍ୱାଧୀନ ଭାଜପା ସରକାରଙ୍କ ଭୁଲ ଓ ବିପଜ୍ଜନକ ନୀତି ଯୋଗୁ ଦେଶରେ ଚରମ...

ଆସନ୍ତା ୧୦ରୁ ପବିତ୍ର ଝୁଲଣ ଯାତ୍ରା: ମଠ, ମନ୍ଦିରରେ ଚାଲିଛି ସାଜସଜା

ପୁରୀ ଅଫିସ, ୬ା୮: ଆସନ୍ତା ୧୦ତାରିଖରୁ ପବିତ୍ର ଝୁଲଣ ଯାତ୍ରା। ଶ୍ରାବଣ ଶୁକ୍ଳ ଦଶମୀଠାରୁ ଆରମ୍ଭ ହେଉଥିବା ଏହି ଝୁଲଣ ଯାତ୍ରା ପ୍ରତିପଦ ଯାଏ ୭ଦିନ...

ଅଜଣା ରୋଗରେ ଶତାଧିକ ଗୋରୁ ଆକ୍ରାନ୍ତ

କୁଆମରା,୧୦ା୮(ଡି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଶତାଧିକ ଗୋରୁ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗ କ୍ରମେ ବିଭିନ୍ନ ଗ୍ରାମକୁ ବ୍ୟାପିବାର...

ଅଭିନବ ଉପାୟରେ ସଚେତନ କଲେ ଏସ୍‌ଡିପିଓ

ଦାରିଙ୍ଗବାଡ଼ି,୨୪।୩(ଡି.ଏନ.ଏ.)- କରୋନା ଭୂତାଣରୁ ରକ୍ଷା ପାଇଁ ଜିଲାରେ ୧୪୪ ଧାରା ବଳବତ୍ତର ରହିଥିବା ବେଳେ ମଙ୍ଗଳବାରଠାରୁ ଜିଲା ଲକ୍‌ଡାଉନ ଘୋଷଣା କରାଯାଇଛି। ସମସ୍ତେ ଘରେ ରହିବା...

ଏଫଏମ୍‌ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ: ସାମିଲ୍‌ ହେଲେ ୭ ଦେଶର ପ୍ରତିନିଧି

ବାଲେଶ୍ୱର ଅଫିସ, ୧୪।୨-ବାଲେଶ୍ୱର ଫକୀରମୋହନ(ଏଫଏମ୍‌) ବିଶ୍ୱବିଦ୍ୟାଳୟରେ ସମାଜ ବିଜ୍ଞାନ ବିଭାଗ, ଭାରତୀୟ ସାମାଜିକ ବିଜ୍ଞାନ ଅନୁସନ୍ଧାନ ପରିଷଦ ଏବଂ ବିଶ୍ୱ ସମ୍ବନ୍ଧୀୟ ଭାରତୀୟ ପରିଷଦଙ୍କ ମିଳିତ...

ଆରଟିଓ କାର୍ଯ୍ୟାଳୟ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ

ଚଣ୍ଡିଖୋଲ,୪ା୧୦(ଡି.ଏନ୍‌.ଏ.): ରାଜ୍ୟରେ ଥିବା ସମସ୍ତ ଆରଟିଓ(ରିଜିଓନାଲ ଟ୍ରାନ୍ସପୋର୍ଟ ଅଫିସ) କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଆର୍‌ଟିଓ...

Leave a comment

Your email address will not be published. Required fields are marked *