Posted inଭଦ୍ରକ

କାର୍ଯ୍ୟକ୍ଷମ ହେଉନି ସେବାଶ୍ରମ ଛାତ୍ରାବାସ

ପଦ୍ମପୁର,୨୯।୨(ଡି.ଏନ.ଏ.)-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତ ସନନ୍ଦପୁର ଗ୍ରାମରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ସେବାଶ୍ରମ ଛାତ୍ରାବାସ। ମାତ୍ର ଛାତ୍ରାବାସ ଏବେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ଦୂରଦୂରାନ୍ତରୁ ପାଠ ପଢ଼ିବାକୁ ଆସୁଥିବା ଛାତ୍ରୀଛାତ୍ର ହଇରାଣ ହେଉଛନ୍ତି।
ପ୍ରକାଶ ଯେ, ୨୦୦୯ରୁ ଏହି ଛାତ୍ରାବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୬ରେ ସରିଥିଲା। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରୀଛାତ୍ର ଏଠାରେ ରହି ବିନା ଦେୟରେ ଶିକ୍ଷାଲାଭ କରିବା ପାଇଁ ଉଦ୍ଦିଷ୍ଟ। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ୮୩ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ୩ଟି ଶ୍ରେଣୀଗୃହ ଥିବାବେଳେ ଗୃହଗୁଡ଼ିକ ଭାଙ୍ଗିରୁଜି ଗଲାଣି। କେଉଁଠି ଛାତରୁ ପାଣି ଗଳୁଛି ତ କେଉଁ ଗୃହର କବାଟ ଝରକା ଭାଙ୍ଗିଯାଇ ଝୁଲୁଛି। ଏଭଳି ସ୍ଥିତିରେ ୨ଟି କୋଠରିରେ ୫ଟି ଶ୍ରେଣୀର ଛାତ୍ରୀଛାତ୍ର ଶିକ୍ଷାଗ୍ରହଣ କରୁଛନ୍ତି। ଛାତ୍ରାବାସ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଦୂରଦୂରାନ୍ତରୁ ଆସି ଛାତ୍ରୀଛାତ୍ର ବିଦ୍ୟାଳୟରେ ପଢ଼ିବାରୁ ବଞ୍ଚତ୍ତ ହେଉଛନ୍ତି। ଏଥିସହ ଛାତ୍ରାବାସ ପାଇଁ ଆସୁଥିବା ସରକାରୀ ଅନୁଦାନ ଉଦ୍ଦିଷ୍ଟ ଛାତ୍ରୀଛାତ୍ରଙ୍କ ପାଇଁ ବିନିଯୋଗ ହୋଇପାରୁ ନାହିଁ। ଫଳରେ ଗରିବ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କ ଲାଗି ସରକାରୀ ପ୍ରୋତ୍ସାହନ ପ୍ରହସନ ପାଲଟିଛି ବୋଲି କୁହାଯାଉଛି। ଏ ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ଜେନାଙ୍କୁ ପଚାରିବାରୁ କହିଛନ୍ତି ଯେ, ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇପାରି ନ ଥିବା କାରଣରୁ ଛାତ୍ରାବାସ କାର୍ଯ୍ୟକାରୀ ହୋଇପାରୁ ନ ଥିଲା। ଚଳିତବର୍ଷ ପରିଚାଳନା କମିଟି ଗଠନ ସରିଯାଇଛି। ଆସନ୍ତା ଏପ୍ରିଲଠାରୁ ଛାତ୍ରାବାସ କାର୍ଯ୍ୟକ୍ଷମ ହେବା ସହ ଛାତ୍ରୀଛାତ୍ରଙ୍କୁ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

କରୋନା କଟକଣା: ନିୟମ ମାନିବାକୁ ତାଗିଦ୍‌, କାଲିଠୁ ନିଆଯିବ କାର୍ଯ୍ୟାନୁଷ୍ଠାନ

ଆରଡି,୨୬।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡି ଫାଣ୍ଡି ଅଧୀନରେ ଥିବା ୪ ପଞ୍ଚାୟତ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ଆଦି ପଞ୍ଚାୟତର ବିଭିନ୍ନ ଛକ ଜାଗାରେ ଧୂଷୁରୀ...

ଭଣ୍ଡାରିପୋଖରୀରେ ସ୍ବାଧୀନତା ଦିବସ

ଭଣ୍ଡାରିପୋଖରୀ,୧୫। ୮(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ୭୩ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ବିଜେଡି, ଭାଜପା ଓ କଂଗ୍ରେସ କାର୍ଯ୍ୟାଳୟ...

ସୂର୍ଯ୍ୟୋପରାଗ ଲାଗି ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସ୍ତୁତ ହେଲା ନୀତିକାନ୍ତି

ଆରଡ଼ି,୨୫।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ିରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସୂର୍ଯ୍ୟୋପରାଗ ଲାଗି ବୁଧବାର ସମସ୍ତ ନୀତିକାନ୍ତି ପ୍ରସ୍ତୁତ ହୋଇଛି । ବିରଜା...

ଟ୍ରେନ୍‌ ଆଗକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ମେସ୍‌ ମାଲିକ ଗିରଫ

ଭଦ୍ରକ ଅଫିସ,୯।୨: ଗତ କିଛିଦିନ ତଳେ ବାସୁଦେବପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀ ଭଦ୍ରକ ଷ୍ଟେଶନରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ...

ରେଡ୍‌ ଜୋନ୍‌ରେ ଗଡ଼ିବନି ବସ୍‌: ଚିନ୍ତାରେ ମାଲିକ, ଆର୍ଥିକ ସହାୟତା ଦାବି

ଭଦ୍ରକ ଅଫିସ,୧୩।୫: ପ୍ରାୟ ଦୁଇ ମାସ୍‌ ହେବ ବସ ଚଳାଚଳ ବନ୍ଦ ରହିଛି। ଏ ନେଇ ବସ୍‌ ମାଲିକମାନେ ଚିନ୍ତାରେ ପଡିଯାଇଛନ୍ତି । ପ୍ରାୟ ଜିଲାରେ...

ଏଏନ୍‌ଏମ୍‌ ସେଣ୍ଟର ପାଲଟିଛି ଧାନ ଗୋଦାମ

ତିହିଡ଼ି,୧୬।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବାରୋ ପଞ୍ଚାୟତରେ ଥିବା ଏଏନ୍‌ଏମ୍‌ ସେଣ୍ଟର ଧାନଗୋଦାମ ପାଲଟିଛି। ଏହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।...

ଯୋରରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବାସୁଦେବପୁର / ପଦ୍ମପୁର,୨୬।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ନିକଟ ବିଶ୍ୱାଳ ଗୋହିରୀ ଯୋରରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର...

ଛୁଟିଦିନରେ ବିଦ୍ୟାଳୟ ପରିଦର୍ଶନ କଲେ ବିଡିଓ

ପଦ୍ମପୁର, ୮।୧୨ (ଡି.ଏନ.ଏ.)- ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ପଞ୍ଚାୟତ ପୁରୁଷୋତ୍ତମପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠ ପଢୁଛନ୍ତି। ଶନିବାର ଏ ସମ୍ପର୍କରେ...

Leave a comment

Your email address will not be published. Required fields are marked *