କିଡ୍‌ନୀରେ ଷ୍ଟୋନ୍‌ ହୋଇଥିଲେ କରିବାକୁ ପଡ଼ିବନି ସର୍ଜରୀ, ଆପଣାନ୍ତୁ ଏହି ଘରୋଇ ଉପଚାର

ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି କିଡ୍‌ନୀ। ଆଜିକାଲି କିଡ୍‌ନୀରେ ଷ୍ଟୋନ ବା ପଥର ହେବା ଏକ ସାଧାରଣ ରୋଗ ହୋଇଗଲାଣି। ଏହି ଷ୍ଟୋନ୍‌ ମଟର ମଞ୍ଜି ଆକାରର କିମ୍ବା ବଡ଼ ମଧ୍ୟ ହୋଇଥାଏ। ଅଧିକାଂଶ ଲୋକ ଅପରେସନ କରି କିଡ୍‌ନୀରୁ ଷ୍ଟୋନ୍‌ ବାହାର କରି ଦେଇଥାନ୍ତି। କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହାକୁ ଅବଲମ୍ବନ କଲେ ଆଉ ସର୍ଜରୀ କରିବାକୁ ପଡ଼ିବ ନାହିଁ। ଜାଣନ୍ତୁ ଏହାର ଲକ୍ଷଣ ଏବଂ ଘରୋଇ ଉପଚାର ସମ୍ପର୍କରେ…
କିଡ୍‌ନୀରେ ଷ୍ଟୋନ୍‌ ହୋଇଥିବା ଲକ୍ଷଣ :
କିଡ୍‌ନୀରେ ଷ୍ଟୋନ୍‌ ବା ପଥର ହେଲେ ଓଜନ କମିଯିବା, ଜ୍ୱର ଲାଗି ରହିବା, ପେଟରେ ଦରଜ ହେବା, ପରିସ୍ରା କରିବାବେଳେ କଷ୍ଟ ଅନୁଭବ କରିବା, ନର୍ଭସନେସ୍‌ ଲାଗିବା ଆଦି ଲକ୍ଷଣ ଦେଖାଦେଇଥାଏ।

ପ୍ରଚୁର ପାଣି ପିଅନ୍ତୁ : ପାଣି ହେଉଛି ଜୀବନ। ଏହା ହାଇଡ୍ରେସନକୁ ନିୟନ୍ତ୍ରଣ କରିଥାଏ। ପାଣି ହଜମ ପ୍ରକ୍ରିୟାକୁ ତୀବ୍ର କରିଥାଏ। ତେଣୁ ପ୍ରତିଦିନ ୭-୮ ଗ୍ଲାସ ପାଣି ପିଇବା ଜରୁରୀ।

ଲେମ୍ବୁପାଣି : କିଡ୍‌ନୀରୁ ଷ୍ଟୋନ ବାହାର କରିବାରେ ଲେମ୍ବୁରସ ବେଶ୍‌ ଉପଯୋଗୀ। ଲେମ୍ବୁପାଣି ଲୁବ୍ରିକାଣ୍ଟ ପରି କାମ କରିଥାଏ। ତେଣୁ ବିନା କୌଣସି ଜଳାପୋଡ଼ାରେ ଷ୍ଟୋନ ପରିସ୍ରା ଜରିଆରେ ବାହାରି ଯାଇଥାଏ।

ଡାଳିମ୍ବରସ : ଏଥିରେ ପୋଷକତତ୍ତ୍ୱ ଭରପୂର ହୋଇ ରହିଛି। ଏହା ଏକ ସ୍ବାସ୍ଥ୍ୟବର୍ଦ୍ଧକ ଫଳ। ଡାଳିମ୍ବରସ ସବୁଠୁ ଭଲ ପ୍ରାକୃତିକ ଉପାୟ। ଏହାର ରସ ପିଇଲେ କିଡ୍‌ନୀରୁ ଷ୍ଟୋନ୍‌ ପ୍ରାକୃତିକ ଉପାୟରେ ବାହାରି ଯାଇଥାଏ।

କୋଳଥ : କୋଳଥ ଡାଲିକୁ ରାତିରେ ଭିଜାଇ ଏହାର ପାଣି ସକାଳୁ ଛାଣି ପିଇଲେ ଏହା କିଡ୍‌ନୀ ପାଇଁ ପ୍ରାକୃତିକ ଅବ୍ୟର୍ଥ ଭାବେ କାମ କରିଥାଏ।

ଅଙ୍ଗୁରରସ : ଏଥିରେ ପୋଟାସିୟମ, ଲବଣ ଏବଂ ପାଣି ଆବଶ୍ୟକ ପରିମାଣର ରହିଛି। ତେଣୁ ଅଙ୍ଗୁର ରସ ପିଇଲେ କିଡ୍‌ନୀରେ ଷ୍ଟୋନ୍‌ ହେବାର ଆଶଙ୍କା ନ ଥାଏ।


All Right Reserved By Dharitri.Com

ବୁନା ପନିର୍‌

ହୋଟେଲ ହେଉ ଅବା ରେସ୍ତୋରାଁ ଯେଉଁଠି ସୁସ୍ବାଦୁ ଖାଦ୍ୟ ମିଳେ ସେଇଠି ପର୍ଯ୍ୟଟକଙ୍କ ଗହଳି ଲାଗେ। ତେଣୁ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ପୁରୀର ବିଭିନ୍ନ ହୋଟେଲ...

ଦାନ୍ତରୋଗ ଦୂରକରେ ପିଜୁଳି ପତ୍ର

ବେଳେ ବେଳେ ମିଠା ଖାଇଲେ ଅବା କୌଣସି ଖାଦ୍ୟ ପଦାର୍ଥ ଦାନ୍ତ ସନ୍ଧିରେ ରହିଗଲେ ଦରଜ ହୋଇଥାଏ। ଅନେକ ସମୟରେ ଏହାର ଯନ୍ତ୍ରଣା ସହି ନ...

କ୍ୟାଲ୍‌ସିୟମ

ଆମ ଶରୀରରେ କ୍ୟାଲସିୟମ ପରିମାଣ ସନ୍ତୁଳିତ ରହିଲେ ତାହା ଅସ୍ଥିକୁ ଦୃଢ଼ କରିଥାଏ। ତା’ ସହ ଆମକୁ କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତେଣୁ...

ସୁଖ, ସମୃଦ୍ଧି ପାଇଁ ଘରେ ରଖନ୍ତୁ ଏହି ମାଛ

ଘରେ ସୁଖ-ସମୃଦ୍ଧି ଓ ଶାନ୍ତି ଆଣିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ଗୋଲ୍ଡ ଫିସ୍‌ ସହ ଏରୋଓ୍ବାନା ମାଛକୁ ବାସ୍ତୁଶାସ୍ତ୍ରରେ ଶୁଭ ବୋଲି...

ଫୁଡ୍‌ ପଏଜନିଂ

ଏବେ ବର୍ଷାଦିନ। ଏଣୁତେଣୁ ଖାଦ୍ୟ ଏବଂ ଦୂଷିତପାଣି ସଂସ୍ପର୍ଶରେ ଆସିଲେ ଫୁଡ୍‌ ପଏଜନିଂ ପରି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏପରି କି ଏହି ସମସ୍ୟା ଗୁରୁତର...

ଖରାଦିନେ ଫୁଡ୍‌ ପଏଜନିଂ ଆଶଙ୍କା ଅଧିକ: ଜାଣନ୍ତୁ କିଭଳି ପାଇବେ ମୁକ୍ତି

ଖରାଦିନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ସେଥିମଧ୍ୟରୁ ଶରୀରରୁ ଜଳୀୟଅଂଶ ପରିମାଣ କମ୍‌ ହେବା, ଭାଇରାଲ ଫିଭର୍‌, ଷ୍ଟ୍ରୋକ, ଫୁଡ ପଏଜନିଂ ଆଦି ଅନ୍ୟତମ।...

ପ୍ରକୃତିର ବରଦାନ: ମା’ର ଖାଦ୍ୟ

ମା’ କ୍ଷୀର ଶିଶୁ ପାଇଁ ସର୍ବୋତ୍ତମ। ଏ ସମ୍ପର୍କରେ ବିଶ୍ୱବ୍ୟାପୀ ପ୍ରସାର କରିବା ପାଇଁ ୧୯୯୧ ମସିହା ଫେବୃୟାରୀ ୧୪ରେ ଓ୍ବାଲର୍‌ଡ ଆଲିଆନ୍ସ ଫର୍‌ ବ୍ରେଷ୍ଟ...

ଓଜନ କମାଇବ ମାଣ୍ଡିଆ ରୁଟି

ରୁଟି କଥା କହିଲେ ସମସ୍ତଙ୍କ ମନରେ ଆସିଥାଏ ଗହମ ଅଟା କିମ୍ବା ମଇଦାର ରୁଟି। ହେଲେ ସବୁବେଳେ ଗୋଟିଏ ପ୍ରକାର ରୁଟି ଖାଇ ଖାଇ ବିରକ୍ତ...

Leave a comment

Your email address will not be published. Required fields are marked *