ମାନ୍ଦାବସ୍ଥା ପ୍ରଭାବ ଶେଷ ହୋଇଛି: ସୀତାରାମନ

ନୂଆଦିଲ୍ଲୀ,୨୯-୨: ଦେଶ ମଧ୍ୟରେ ମାନ୍ଦାବସ୍ଥାର ପ୍ରଭାବ ଶେଷ ହୋଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷ ଲାଗି ଦେଶର ବିକାଶ ହାର ୫% ରହିବା ନେଇ ଏନ୍‌ଏସ୍‌ଓ ଆକଳନରେ କହିଛି। ଏଭଳି ସ୍ଥିତିରେ କରୋନା ଭାଇରସ ଉପରେ ମତ ରଖି ସୀତାରାମନ କହିଛନ୍ତି ଯେ, ଏହି ଭାଇରସର ବିପଦକୁ ଧ୍ୟାନରେ ରଖି ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆଗାମୀ ୩ ସପ୍ତାହ ମଧ୍ୟରେ ଏହି ଭାଇରସର ପ୍ରଭାବକୁ ହ୍ରାସ କରିବା ଉଚିତ। ଏହାକୁ ନିୟନ୍ତ୍ରଣାଧୀନ ନ କଲେ ଏହା ଏକ ପ୍ରମୁଖ ଚ୍ୟାଲେଞ୍ଜ ହେବ। ଏହାବାଦ ଦେଶର ବିତ୍ତ ପ୍ରତିଷ୍ଠାନଗୁଡ଼ିକର ବିକାଶ ଦିଗରେ ସରକାର କାର୍ଯ୍ୟ କରୁଥିବା ସେ ମତ ଦେଇଛନ୍ତି। ଏନ୍‌ଏସ୍‌ ଓଠାରେ ଖବରଦାତାଙ୍କୁ ସୂଚନା ଦେଇ ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତୀ କହିଛନ୍ତି ଯେ, ମାନ୍ଦାବସ୍ଥା ପ୍ରଭାବ ଶେଷ ହୋଇଛି। ଜାନୁୟାରୀ ମାର୍ଚ୍ଚରେ କୋର ସେକ୍ଟରରେ ଅଭିବୃଦ୍ଧି ସାଧନ ହୋଇଛି। ଜାନୁୟାରୀ-ମାର୍ଚ୍ଚରେ ମାନୁଫାକଚରିଂ କ୍ଷେତ୍ରରେ ଉନ୍ନତି ଆସିଛି। କରୋନାର ପ୍ରଭାବ ବିଶ୍ୱ ଅର୍ଥନୀତି ଲାଗି ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ବୋଲି ଚକ୍ରବର୍ତ୍ତୀ ମତ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

୨୫ ମାସର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରସ୍ଫୀତି

ନୂଆଦିଲ୍ଲୀ,୧୪-୮: ଖୁଚୁରା ମୁଦ୍ରାସ୍ଫୀତି ପରେ ପାଇକାରୀ ମୁଦ୍ରାସ୍ଫୀତି କ୍ଷେତ୍ରରେ ମୋଦି ସରକାର ଆଶ୍ୱସ୍ତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି...

ଭାରତ ବିରୋଧରେ ଟ୍ରମ୍ପ ମୁହଁ ଖୋଲିଲେ: ଆମେରିକା ମୋଟରସାଇକେଲ ଉପରେ ୫୦% ଟାରିଫ ସ୍ବୀକାର୍ଯ୍ୟ ନୁହେଁ

ଓ୍ବାଶିଂଟନ,୧୨-୬: ଟାରିଫ ବୃଦ୍ଧିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ବିରୋଧରେ ପୁନର୍ବାର ମୁହଁ ଖୋଲି ଚାପ ପକାଇବା ରାଜନୀତି ଆରମ୍ଭ କରିଛନ୍ତି।...

୫ ମାସର ସର୍ବନିମ୍ନ ସ୍ତରରେ ଡିଜେଲ ଦର

ନୂଆଦିଲ୍ଲୀ,୯-୬: ଦେଶରେ ତୈଳ ଦର କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଫଳରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ମିଳୁଛି। ଶନିବାର ପେଟ୍ରୋଲ ଦର ଲିଟର ପିଛା ୨୨ରୁ...

ଆଉ ୬ ଦେଶକୁ ଡାକ ବିଭାଗର ସ୍ପିଡ ପୋଷ୍ଟ ସେବା

ନୂଆଦିଲ୍ଲୀ,୧୯-୯: ଭାରତୀୟ ଡାକ ବିଭାଗ ପକ୍ଷରୁ ଆଉ ୬ ଦେଶକୁ ସ୍ପିଡ ପୋଷ୍ଟ ସେବା ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏସିଆ, ୟୁରୋପ ଏବଂ ଦକ୍ଷିଣ...

ଜିଇଏମ୍‌କୁ ନେଇ ଆଶଙ୍କାରେ କ୍ଷୁଦ୍ର ଶିଳ୍ପ

ଭୁବନେଶ୍ୱର,୨୪-୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ (ଜିଇଏମ୍‌) ନୀତିକୁ ରାଜ୍ୟ ସରକାର ବିଧିବଦ୍ଧଭାବେ ପ୍ରଚଳନ କରିବାକୁ ସର୍କୁଲାର ଜାରି କରିଛନ୍ତି। ସର୍ବନିମ୍ନ ମୂଲ୍ୟରେ ସାମଗ୍ରୀ ଯୋଗାଇ...

ଋଣ, ଏଫ୍‌ଡି ସୁଧ ହାର ହ୍ରାସ କଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୦-୯: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିିଆଇ) ସମସ୍ତ ଅବଧିର ମାର୍ଜିନାଲ କଷ୍ଟ୍‌ ଅଫ୍‌ ଲେଣ୍ଡିଂ(ଏମ୍‌ସିଏଲ୍‌ଆର୍‌) ସୁଧ ହ୍ରାରକୁ ୧୦ ବେସିସ୍‌ ପଏଣ୍ଟ ଅର୍ଥାତ୍‌ ୦.୧% ହ୍ରାସ କରିଛି।...

ସୁନା ରେକର୍ଡ ୪୦ ହଜାର ଟପିଲା

ନୂଆଦିଲ୍ଲୀ,୩୦-୮: ସୁନା ଦର ଗୁରୁବାର ପ୍ରତି ୧୦ ଗ୍ରାମ୍‌ ୨୫୦ ଟଙ୍କା ବୃଦ୍ଧି ପାଇ ରେକର୍ଡ ୪୦ ହଜାର ଟଙ୍କା ଟପିଛି। ଅଲ୍‌ ଇଣ୍ଡିଆ ସର୍ରାଫା...

୧୦୦ ଟଙ୍କା ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର

ନୂଆଦିଲ୍ଲୀ,୧-୭:  ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ୧୦୦.୫୦ ଟଙ୍କା ହ୍ରାସ ପାଇଛି। ଜୁଲାଇ ପହିଲାରୁ ଏହା ଲାଗୁ ହୋଇଯିବ। ଫଳରେ ଦିଲ୍ଲୀରେ ଘରୋଇ ବ୍ୟବହାର...

Leave a comment

Your email address will not be published. Required fields are marked *